Cyclone: ବର୍ଷା କମିଛି, ବଢ଼ୁଛି ପବନର ବେଗ; ଶୂନ୍ୟ ମୃତ୍ୟୁ ଲକ୍ଷ୍ୟରେ ପ୍ରଶାସନର ତତ୍ପରତା
ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି।
ବର୍ତ୍ତମାନ ବର୍ଷା କମିଥିଲେ ମଧ୍ୟ ପବନ ବହୁଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ମାଲକାନଗିରି ଜିଲ୍ଲା ନିକଟ ଦେଇ ଛତିଶଗଡ଼ ଆଡ଼କୁ ଗତି କରିବାର ଆଶଙ୍କା ରହିଥିଲା।
ତେବେ ଏପର୍ଯ୍ୟନ୍ତ ଜିଲ୍ଲାରେ ସେଭଳି ପ୍ରବଳ ବର୍ଷା କିମ୍ବା ଝଡ଼ ପବନ ଦେଖିବାକୁ ମିଳିନଥିଲେ ମଧ୍ୟ ପବନର ବେଗ ଧୀରେ ଧୀରେ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
Advertisment ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ରାତିସାରା ସଜାଗ ରହିଥିଲା।
ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ତିନୋଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍କୁ ପ୍ରସ୍ତୁତ ରଖାଯାଇଛି।
ବାତ୍ୟା ଜନିତ କୌଣସି ଅଘଟଣ ଘଟିଲେ ଉଦ୍ଧାରକାର୍ଯ୍ୟ ପାଇଁ ଏହି ଟିମ୍ଗୁଡ଼ିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ପ୍ରସ୍ତୁତ ଅଛନ୍ତି।
Cyclone Arnab: ସ୍ଥଳଭାଗ ଛୁଇଁଲା ବାତ୍ୟା, ତାଣ୍ଡବ ରଚିଲା ଅର୍ଣ୍ଣବ ଜିଲ୍ଲାପାଳ ପ୍ରତ୍ୟେକ ବ୍ଲକର ବିଡିଓ ଓ ତହସିଲଦାରଙ୍କ ସହ ନିୟମିତ ଯୋଗାଯୋଗରେ ରହି ପରିସ୍ଥିତିର ସମୀକ୍ଷା କରୁଛନ୍ତି।
ଲୋକଙ୍କ ଧନଜୀବନ ସୁରକ୍ଷା ସହ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ ହାସଲ କରିବାକୁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି।
ସେହିପରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାତ୍ୟା ଆଶ୍ରୟସ୍ଥଳୀରେ ରହିଥିବା ଲୋକଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା, ଖାଦ୍ୟପେୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଉପଲବ୍ଧ ହେଉଛି କି ନାହିଁ, ସେ ସମ୍ପର୍କରେ ତଦାରଖ କରିଛନ୍ତି।
ଅନ୍ୟପକ୍ଷରେ, ବାତ୍ୟା ମୁକାବିଲା ପାଇଁ ନୋଡାଲ ଅଫିସର ଭାବେ ଆଇଏଏସ୍ ଅଧିକାରୀ ଏଦୁଲା ବିଜୟ ମଧ୍ୟ ମାଲକାନଗିରିରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି।
ରାସ୍ତାଘାଟ ଯେପରି ଅବରୋଧ ନହୁଏ, ଗଛ ଉପୁଡ଼ି ରାସ୍ତା ଅବରୋଧ କଲେ ତୁରନ୍ତ ହଟାଯାଏ ଏବଂ ଭୂସ୍ଖଳନ ଭଳି ପରିସ୍ଥିତି ଉପୁଜିଲେ ତୁରନ୍ତ ପଦକ୍ଷେପ ନିଆଯାଏ, ସେଥିପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସଜାଗ ରଖାଯାଇଛି।
ବାତ୍ୟାର ପ୍ରଭାବ ହ୍ରାସ ନପାଇବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତି ଉପରେ ନଜର ରଖିବା ସହ ଜରୁରୀକାଳୀନ ସେବାକୁ ସକ୍ରିୟ ରଖିଛି।
ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।