Cyclone: ବାତ୍ୟା ପାଇଁ ୧୨ ଟ୍ରେନ୍ ବାତିଲ୍
ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’କୁ ନଜରରେ ରଖି ଦକ୍ଷିଣତଟ ରେଳପଥ ପକ୍ଷରୁ ୧୨ଟି ଟ୍ରେନ୍ ଚଳାଚଳକୁ ବାତିଲ୍ କରାଯାଇଛି। ବିଶାଖାପାଟଣା-କିରଣ୍ଡୁଲ୍ ଏକ୍ସପ୍ରେସ୍ ଅକ୍ଟୋବର ୨୯ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବାତିଲ୍ ହୋଇଛି। ବିଶାଖାପାଟଣା-କୋରାପୁଟ ପାସେଞ୍ଜର ଟ୍ରେନ୍ ଆସନ୍ତା ୨୭ରୁ ୩୦ ତାରିଖ ଓ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ। ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ୍ ୩୦ ଓ ୩୧ ତାରିଖରେ ଯିବା ଆସିବା ବାତିଲ୍ ହୋଇଛି।
National Lawn Bowls: ଜାତୀୟ ଲନ୍ବଲ୍ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ
ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ ବାତିଲ୍ କରାଯାଇଛି। ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍ ୨୯ରୁ ନଭେମ୍ବର ୪ ଓ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍ ୩୦ରୁ ନଭେମ୍ବର ୫ ଏବଂ ହାୱଡା-ଜଗଦଲପୁର ଏକ୍ସପ୍ରେସ୍ ୨୭ରୁ ୩୦ ଓ ଜଗଦଲପୁର-ହାୱଡା ଏକ୍ସପ୍ରେସ୍ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ବାତିଲ୍ ହୋଇଛି। ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ୨୭ରୁ ୩୦ ତାରିଖ ଯାଏ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।