Cyclone: ୨୯ ବେଳକୁ ବାତ୍ୟା ଆଶଙ୍କା: ଓଡ଼ିଶା ଓ ଆନ୍ଧ୍ରମୁହାଁ ହେବା ସମ୍ଭାବନା

Oct 19, 2026 - 02:09
Cyclone: ୨୯ ବେଳକୁ ବାତ୍ୟା ଆଶଙ୍କା: ଓଡ଼ିଶା ଓ ଆନ୍ଧ୍ରମୁହାଁ ହେବା ସମ୍ଭାବନା

"ଭୁବନେଶ୍ବର: ଆସନ୍ତା ୨୧ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଇଛି।

ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ୨୪ କିମ୍ବା ୨୫ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।

ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ଦିନକୁ ଯିବ ସେନେଇ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ଆକଳନ କରି ନାହିଁ।

ଅନ୍ତର୍ଜାତୀୟ ମଡେଲଗୁଡ଼ିକ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ବାତ୍ୟାରୂପ ଦେଇଛନ୍ତି।

ସଂସ୍ଥାଗୁଡ଼ିକ ଦର୍ଶାଇଛନ୍ତି ଯେ ୨୭ ତାରିଖ ବେଳକୁ ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନ ହେଲେ ଅବପାତରେ ପରିଣତ ହେବ।

୨୮ ଓ ୨୯ ତାରିଖରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ।Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି  ଏହା ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି।

ବାୟୁମଣ୍ଡଳୀୟ ଚାପରୁ ଏହାର ତୀବ୍ରତା ଶକ୍ତିଶାଳୀ ହେବା ନେଇ ପୂର୍ବାନୁମାନ କରାଯାଇଛି।

ଗତ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ଅଧିକ ଘନୀଭୂତ ହୋଇ ନ ଥିଲା।

ଏଥର ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କେଉଁ ରୂପ ନେବ ତାହା ଏବେ ସୁଦ୍ଧା ଆକଳନ କରାଯାଇ ନାହିଁ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ।

ପ୍ରଭାବରେ ଏହା ଅଧୀକ ଘନୀଭୂତ ହୋଇ ୨୫ କିମ୍ବା ୨୬ ତାରିଖ ପାଖାପାଖି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ସେତେବେଳକୁ ଏହା ଓଡ଼ିଶାଠାରୁ ବହୁତ ଦୂରରେ ରହିଥିବ।

ତେଣୁ କୁମାରପୂର୍ଣ୍ଣିମାରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପୂର୍ବ ଓ ଦକ୍ଷିଣ ଉପକୂଳ ମୁହାଁ ହେବ।

ଏହା କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ କହିବା ସମ୍ଭବପର ନୁହେଁ।

୨୧ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

୨୧ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପଓଡ଼ିଶା ଓ ଆନ୍ଧ୍ରମୁହାଁ ହେବା ସମ୍ଭାବନା Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ ଯଦି ଆକଳନ ଅନୁଯାୟୀ ସବୁ କିଛି ହୁଏ ତେବେ ପୁଣିଥରେ ଅକ୍ଟୋବର ମାସରେ ବାତ୍ୟା ଭୟ ଦେଖାଦେଲାଣି।

ପ୍ରତିବର୍ଷ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଛୋଟବଡ଼ ବାତ୍ୟା ହେଉଛି।

୧୯୯୯ ମସିହାର ମହାବାତ୍ୟା, ୨୦୧୩ରେ "ଫାଇଲିନ୍‌", ୨୦୧୪ରେ "ହୁଡ୍‌ହୁଡ୍‌" ଏବଂ ୨୦୨୪‌ରେ "ଦାନା" ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା।

ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ଉପକୂଳର ଭିତରକନିକାରେ ମାଡ଼ ହେବା ସହ କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ତାଣ୍ଡବ ଖେଳାଇଥିଲା।

ଇତିହାସ ପୃଷ୍ଠା ଓଲଟାଇଲେ ଜଣାପଡ଼େ ୧୭୩୭ ମସିହା ଅକ୍ଟୋବରରେ ମହାବାତ୍ୟା ହୋଇଥିଲା।

ଏହାର ୯୪ ବର୍ଷ ପରେ ୧୮୩୧ ମସିହା ଅକ୍ଟୋବର ୩୧ରେ ବାତ୍ୟା ହୋଇଥିଲା।

ଏହାର ୩୩ ବର୍ଷ ପରେ ପୁଣି ସେହି ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାକୁ ବାତ୍ୟା ଆସିଥିଲା।

୧୯୪୨ ମସିହା ଅକ୍ଟୋବର ୧୪-୧୬ ତାରିଖ, ୧୯୬୭ ମସିହା ଅକ୍ଟୋବର ୮-୧୧, ୧୯୭୧ ମସିହା ଅକ୍ଟୋବର ୨୬-୩୦ ତାରିଖ ମଧ୍ୟରେ ଓଡ଼ିଶାରେ ବାତ୍ୟା ଆସିଥିଲା।

ତେବେ ୧୯୯୯ର ମହାବାତ୍ୟା ପରେ ଅକ୍ଟୋବରରେ ବାତ୍ୟା ଯେପରି ଓଡ଼ିଶା ସହ ଜଡ଼ିତ ହୋଇ ରହିଛି।

ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ କରି ନ ଥିଲେ ମଧ୍ୟ ଘୂର୍ଣ୍ଣିବଳୟ ହେବା ନେଇ ପାଗ ଅନୁକୂଳ ରହିଥିବା ଦର୍ଶାଯାଇଛି।

ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ।

ଦକ୍ଷିଣ ଓଡ଼ିଶାର କାଁଭାଁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ।

୨୩ରୁ ୨୫ ପର୍ଯ୍ୟନ୍ତ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।