Czech Open Squash: ଭେଲାଭାନ୍‌ଙ୍କୁ ଚେକ୍‌ ଓପନ୍‌ ସ୍କ୍ବାସ୍‌ ମୁକୁଟ

Nov 03, 2026 - 14:56
Czech Open Squash: ଭେଲାଭାନ୍‌ଙ୍କୁ ଚେକ୍‌ ଓପନ୍‌ ସ୍କ୍ବାସ୍‌ ମୁକୁଟ

ବର୍ନୋ: ବର୍ନୋରେ ଆୟୋଜିତ ୩୫୦୦୦ ଡଲାର ପୁରସ୍କାର ବିଶିଷ୍ଟ ଚେକ୍‌ ଓପନ୍‌ ସ୍କ୍ବାସ୍‌ ପ୍ରତିଯୋଗିତାରେ ଭାରତୀୟ ସ୍କ୍ବାସ୍‌ ଖେଳାଳି ଭେଲାଭାନ ସେନ୍ଥିଲକୁମାର ବିଜେତା ହୋଇଛନ୍ତି।

ମଙ୍ଗଳବାର ଫାଇନାଲ୍‌ରେ ୨୮ ବର୍ଷୀୟ ଏହି ଭାରତୀୟ ତାରକା ୧୩-୧୧, ୧୧-୫, ୮-୧୧, ୧୧-୭ରେ ଶୀର୍ଷ ମାନ୍ୟତାପ୍ରାପ୍ତ ବିଶ୍ବର ୩୧ ନମ୍ବର ସ୍କଟଲାଣ୍ଡ ର ଗ୍ରେଗ୍‌ ଲୋବାନଙ୍କୁ ପରାସ୍ତ କରିଥିଲେ।

Advertisment ବିଜେତା ହୋଇଛନ୍ତି ଭେଲାଭାନ ଚତୁର୍ଥ ମାନ୍ୟତାପ୍ରାପ୍ତ ତଥା ବିଶ୍ବର ୪୨ ନମ୍ବର ଭେଲାଭାନ୍‌ ଙ୍କୁ ଏହା ଦ୍ବାଦଶ ପିଏସ୍‌ଏ ଟୁର୍‌ ଏବଂ ଦ୍ବିତୀୟ କପର୍‌ ଲେଭଲ୍‌ ମୁକୁଟ।

ଅଗଷ୍ଟ ମାସରେ ସେ ନିଜର ପ୍ରଥମ କପର ଲେଭବ ମୁକୁଟ ବୁଦାପେଷ୍ଟ ଓପନ୍‌ ଜିତି ହାସଲ କରିଥିଲେ।

ଉଦ୍‌ଯାପିତ ହେଲା ଏନ୍‌ଆଇଟି ରାଉରକେଲା କ୍ରୀଡ଼ା ମହୋତ୍ସବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।