Daily Horoscope 13th October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ
ଅଶ୍ୱନୀ – ଅର୍ଥ ଆୟ କରିବା ସହିତ ମାନସମ୍ମାନ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡିକ ଅସ୍ୱାଭାବିକ ଭାବେ ଚିନ୍ତା କରିବେ । ଅପୂରଣୀୟ ଅଭିଳାଶ ନେଇ ଦୁଃଖ ଅନୁଭବ କରିବେ । ଶୁଣା କଥାକୁ ବିଶ୍ୱାସ କରିଲେ ଅସୁବିଧାରେ ପଡିପାରନ୍ତି ।
ଦ୍ୱିଜା – ସନ୍ତାନ ମାନଙ୍କ ସଫଳତାକୁ ଦେଖି ଆପଣ ଖୁସି ଅନୁଭବ କରିବେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ ।
କୃତିକା – ମହିଳା ମାନେ ଅନ୍ୟକୁ ସାହାଯ୍ୟ କରିବେ । ଆକସ୍ମିକ ଭାବରେ ମୋଟା ଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ । ଗଠନ ମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ । ଯାନବାହନ, ସଭାସମିତି, ପାରିବାରିକ ସମସ୍ୟା ନେଇ ଚିନ୍ତାରେ ରହିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ
ବୃଷ-
କୃତିକା- କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ପେସାଦାର ବ୍ୟବସାୟଙ୍କୁ ଅଚାନକ ଧନଲାଭ ହୋଇପାରେ । ଅଫିସ କାମରେ ମନ୍ଥର ଗତିରେ ପୂରା ହେବ ।
ରୋହିଣୀ- ଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ । ବିଶ୍ୱାସ ସହ ଆଗକୁ ମାଡି ଚାଲିବେ । ବାକି ପଡିଥିବା ଅର୍ଥକୁ କୈାଶଳରେ ଆଦାୟ କରିବାକୁ ସମର୍ଥ ହେବେ । ଇଶ୍ୱରଙ୍କ ସାଧନାରେ ଲିପ୍ତ ରହିବେ ।
ମୃଗଶିରା- ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ବାଞିତ ଅଭିଳାଷ ପୂରଣ ହେବ । ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ମୂଳମନ୍ତ୍ର ପାଠ କରନ୍ତୁ
ମିଥୁନ
ମୃଗଶିରା - ମାନସିକ ସ୍ଥିରତା ଦେଖାଦେବା ସହ କାମରେ ପରିଶ୍ରମ କରି ପ୍ରଂଶସିତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।
ଆଦ୍ରା - ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ଶିକ୍ଷାର୍ଥୀମାନେ କିଛି ପରିମାଣରେ ଶୁଭଫଳ ପାଇବେ । ଖଳ ପ୍ରକୃତିର ଲୋକମାନେ ବିରୋଧୀ ଆଚରଣ କରିପାରନ୍ତି । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ପୁନର୍ବସୁ - ଗମ୍ଭିରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ । ଭୂ-ସମ୍ପତି କିଣିବାର ଯୋଗ ରହିଛି । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ । ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ଗୋଡରେ କିଛି ସମସ୍ୟା ଦେଖାଦେବ । ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।
ପୁଷ୍ୟା- କର୍ମ କ୍ଷେତ୍ରରେ ଶତୃତା ବୃଦ୍ଧି ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ ।
ଅଶ୍ଲେଷା- ଧିରେ ଧିରେ ପ୍ରଗତି ପଥରେ ଅଗ୍ରସର ହେବେ । ବିଦେଶ ଯାତ୍ରା କରି ପାରନ୍ତି । ଭଲ ବ୍ୟବହାର ଯୋଗୁଁ ସମସ୍ତଙ୍କର ପ୍ରିୟ ହୋଇ ପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଭୂବନେଶ୍ୱରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ସିଂହ
ମଘା – ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ଅଧିକ ଭାଗ୍ୟଦାରୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ ।
ପୂ , ଫାଲଗୁନୀ - ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ରାଜନୀତି କ୍ଷେତ୍ରରେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇଁ ନିଃସଙ୍ଗତା ବୋଧର ପୀଡା ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସି୍ଥରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି ।
ଉ ,ଫାଲଗୁନୀ – ନିଜର ଚତୁରତା, ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । କ୍ରିଡା,ମନୋରଞନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ । କୌଣସି ଗୁରୁତ୍ୱ ପୂର୍ଣ୍ଣ କାର୍ୟ୍ୟକୁ ନେଇ ବ୍ୟସ୍ତ ରହିପାରନ୍ତି । ଜରୁରୀ କାମକୁ ମିତ୍ରଙ୍କ ସହାୟତାରେ ପୂରଣ ହେବ । ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝିନେବେ ।
ହସ୍ତା- ମହିଳାମାନେ ଧର୍ମପରାୟଣ ରହିବା ସହିତ ବନ୍ଧୁ ପରିଜନଙ୍କ ପ୍ରିୟଭାଜନ ହେବେ । ବିଦ୍ୟାର୍ଥୀ ମାନେ କୃତିତ୍ୱ ହାସଲ କରିବେ । ପ୍ରଶାସନିକ ସ୍ତରରେ ଭଲ କାମ କରିପାରନ୍ତି ।
ଚିତ୍ରା- କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରନ୍ତି । ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି । ସଭା ସମିତି ପ୍ରଭୁତିରୁ ଆଶ୍ଵସ୍ଥି ଲାଭ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା -
ଚିତ୍ରା – ଫେରିବା ବାଟରେ ବନ୍ଧୁଙ୍କ ସହିତ ମତାନ୍ତର ରହିବ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଦେଇ ପାରେ । ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ ।
ସ୍ୱାତୀ – ଛାତ୍ର ଛାତ୍ରି ମାନେ ପଢାରେ ଭଲ ସଫଳତା ଆଣିବେ । ରୁଣ କିମ୍ବା ଉଧାର ନେବା ଠାରୁ ଦୂରେଇ ରହିବା ଉଚିତ୍ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ । କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ ।
ବିଶାଖା – ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ । କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ । ଅଫିସ୍ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ଆମଦାନି ବୃଦ୍ଧି ହେବାର ସମ୍ଭାବନା ରହିଛି । କୈାଣସି କାର୍ଯ୍ୟରେ ସାହାସିକ ପଦକ୍ଷପ ନେବେ ।
ଅନୁରାଧା- ରାଜନୀତିରେ ଚାପରେ ଗତିକରିବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । ଅଜଣା ବ୍ୟକ୍ତିଙ୍କ ସହଯୋଗରୁ , ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ଜ୍ୟେଷ୍ଠା- ମାଲିମକନ୍ଦମାରେ ପରାଜୟ ଶିକାର କରିବାକୁ ପଡିବ । ମହିଳା ମାନେ ଚିନ୍ତାରେ ସମୟ ଅତିବାହିତ କରିବେ । ଭାଗ୍ୟଦୋୟ ହେବାର ସୁଯୋଗ ଆସିପାରେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ
ଧନୁ
ମୂଳା – ସ୍ୱାସ୍ଥ୍ୟରେ ସୁଧାର ସାଙ୍ଗକୁ ମାନସିକ ସି୍ଥରତା ଅକ୍ଷୁର୍ଣ୍ଣ ରହିବ । କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ ।
ପୂ , ଷାଢା – ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ ।
ଉ , ଷାଢା – ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ଆଜ୍ଞା ପାଳନ କରିବେ । ମାଲିକମକଦ୍ଦମାରେ ଓକିଲଙ୍କ ସାହାର୍ୟ୍ୟ ପାଇବେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ପ୍ରତିଦିନ ସକାଳୁ ସୂର୍ୟ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ
ମକର-
ଉ,ଷାଢା- ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି ।
ଶ୍ରବଣା- ଜରୁରୀ କାମରେ ଦୂର ସ୍ଥାନକୁ ଯାଇପାରନ୍ତି । ପରିସି୍ଥତିରେ ପଡି ଅନ୍ୟମାନଙ୍କୁ ଭୁଲ ବୁଝିବେ । ପ୍ରସାଶନିକ ସ୍ତରରେ ଅଭିଯୋଗ ଆସିପାରେ । ଅଚାନକ କୈାଣସି ପୁରୁଣା ବନ୍ଧୁ ଦେଖାହେବେ ।
ଧନିଷ୍ଠା- ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । ବିଦ୍ୟାର୍ଥୀ ମାନେ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି । ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ
ଧନିଷ୍ଠା – କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂଆ ସମ୍ପର୍କରୁ ଖୁସି ରହିବେ । ନୂଆ କାର୍ଯ୍ୟ ପାଇଁ ପ୍ଲାଲିଙ୍ଗ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ ।
ଶତଭିଷା – ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ । ବ୍ୟବସାୟରେ ବ୍ୟୟର ଭାର ବଢି ଚାଲିବ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ପୂ , ଭାଦ୍ରପଦ – ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ
ମୀନ-
ପୂ,ଭାଦ୍ରପଦ- କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ । କୈାଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଆନନ୍ଦ ପାଇବେ । ଦୀର୍ଘ ଦିନର ସମସ୍ୟା ଦୂର ହୋଇଯିବ । ଆପଣ ନିଜ କଥାରେ ଲୋକଙ୍କ ମନ ଜିତି ପାରିବେ । ଚାକିରି ପରିବର୍ତନ ପାଇଁ ଦିନଟି ଭଲ ।
ଉ,ଭାଦ୍ରପଦ- ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ । ମନରେ ସାହସ ବାନ୍ଧି କୈାଣସି କାମ ଆରମ୍ଭ କରି ପାରିଲେ ଅବଶ୍ୟ ସଫଳତା ପାଇବେ । ଆପଣଙ୍କ ସବୁ ମନୋକାମନା ପୁର୍ଣ ହେବ ।
ରେବତୀ- ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ । ଚଳଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଂଶସା ପାଇବେ । ସମାଜ କଲ୍ୟାଣ, ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।