Daily Horoscope 15th Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Sep 15, 2026 - 08:47
Daily Horoscope 15th Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ମାନସିକ ସ୍ଥିରତା ଦେଖାଦେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବା ସହ ସୁଖଶାନ୍ତି ବୃଦ୍ଧି ପାଇବ । ବ୍ୟବସାୟ ଓ ପେସାଦାର ମାନଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ଦ୍ୱିଜା- ରାଜନୈତିକ କ୍ଷେତ୍ରରେ ସାମାଜିକ ସ୍ଥିତି ବଜାୟ ରହିବ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ । ସମ୍ପର୍କୀୟ ମାନଙ୍କର ସାହାର୍ଯ୍ୟ ପାଇବା କାରଣରୁ ଆର୍ଥିକ ଉନ୍ନତି ପାଇପାରିବେ ।  
କୃତିକା- ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତନ ହେବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମଖୀନ ହୋଇପାରନ୍ତି ।  ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି । ମହିଳା ମାନେ ଟିକେ ମାନସିକ ଚାପରେ ରହିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

ବୃଷ-
କୃତିକା- ପାଦରେ ଆଘାତ, ଆଖି ଯନ୍ତ୍ରଣା, ଏବଂ ଅତ୍ୟଧିକ ନିଦ ଆସିବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରୁ ଲାଭବାନ୍ ହେବେ । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।
ରୋହିଣୀ- ନୂତନ ଯୋଜନା କୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ଛାତ୍ରଛାତ୍ରୀ ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବେ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ ।
ମୃଗଶିରା- ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକୁ ହାତକୁ ନେବେ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ବାହ୍ୟ ଶତୃଙ୍କ ଠାରୁ ଦୂରରେ ରହିଲେ ଭଲ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –  ଶୁକ୍ରଙ୍କର  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ 

ମିଥୁନ-
ମୃଗଶିରା- ରୋଗ ସାମୟିକ ହେଲେ ମଧ୍ୟ ସାଧାରଣ ଭାବେ ଶାରୀରିକ ଅବସ୍ଥା ଭଲ ରହିବ । ପରିବାରର ସମପର୍କୀୟଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ ।
ଆଦ୍ରା- କେତେକ ନୂତନ ସୁଯୋଗ ସହିତ ଅର୍ଥଲାଭ ସୁଯୋଗ ମିଳିବ ।  ରାଜନୀତି କ୍ଷେତ୍ରରେ ବେଶ୍ ଆନନ୍ଦ ଅନୁଭବ କରିବେ । ଚାକିରୀ କ୍ଷେତ୍ରରେ ମହିଳା ମାନେ କେତେକ ସୁବିଧା ସୁଯୋଗ ଲାଭ କରିବେ ।
ପୁନର୍ବସୁ- ଖର୍ଚ୍ଚ ଅଟକଳ କ୍ଷେତ୍ରରେ ଅସମର୍ଥତା ପ୍ରକାଶ ପାଇବ ।  ମାଲିମକନ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ମହିଳା ମାନଙ୍କର ସଂଗୀତ କ୍ଷେତ୍ରରେ ରୂଚି ରହିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫    
ପ୍ରତିକାର – ନିଜର ଖାଇବାର କିଛି ଅଂଶ ଗାଇକୁ ଖାଇବାକୁ ଦିଅନ୍ତୁ

କର୍କଟ-
ପୁନର୍ବସୁ- ନୂତନ ବନ୍ଧତ୍ୱ ସୃଷ୍ଟି ହୋଇପାରେ । କର୍ତବ୍ୟ ନିଷ୍ଠା ଯୋଗୁ ଘରେ ,ବାହାରେ ସମସ୍ତଙ୍କର ଆଦର ହେବେ ।  ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ ।
ପୁଷ୍ୟା- ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ସଫଳତା ଲାଭ କରିବେ । ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ସ୍ତିରିକୃତ ହେବ ।
ଅଶ୍ଲେଷା-ପଢାପଢିରେ ଓ ପରୀକ୍ଷାରେ ସମଫଳ ମିଳିବ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ମହିଳା ମାନେ ନୂଆ କିଛି କରିବା ପାଇଁ ଚେଷ୍ଟା କେରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ-
ମଘା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟ ଉତ୍ସାହପୂର୍ଣ୍ଣ ହେବ । କୈାଣସି ଆତ୍ମୀୟଙ୍କ ନକାରତ୍ମକ ଚିନ୍ତାଧାରା ମନକୁ ସାମୟିକ ବିବ୍ରତ କରିପାରେ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବ ।
ପୂ,ଫାଲଗୁନି- ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବେ । ଶିକ୍ଷାକ୍ଷେତ୍ରରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ଚେଷ୍ଟା କରିବେ ।
ଉ,ଫାଲଗୁନି- ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ । ଶାରୀରିକ ଅସୁସ୍ଥତା ସୃଷ୍ଟି ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବା ସହ ଆଶା ଆଶ୍ୱାସନା ଲାଭ କରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ

କନ୍ୟା-
ଉ,ଫଳଗୁନି- କୌଣସି କାର୍ଯ୍ୟରେ ମଧ୍ୟସ୍ତି କରନ୍ତୁ ନାହିଁ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । କୈାଣସି ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ।
ହସ୍ତା- କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ । ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବିଦେଶକୁ ଯାଇ ପାରନ୍ତି ।
ଚିତ୍ରା- ସଭାସମିତି ଓ ସାଂଗଠନିକ କ୍ଷେତ୍ରରେ ପ୍ରଂଶସିତ ହେବେ । ପୁରା ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନୃସିଂଙ୍କର  ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ତୁଳା-
ଚିତ୍ରା- ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । କାର‌୍ୟ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ ।
ସ୍ୱାତୀ- ବ୍ୟବସାୟରେ ଉନ୍ନତି ସହିତ ଅନେକ ସୁବିଧା ସୁଯୋଗ ପ୍ରାପ୍ତି ହେବ । ଅଫିସ୍‌ରେ ଆପଣଙ୍କର ପଦୋନ୍ନତି ବିଷୟରେ ଆଲୋଚନା କରିପାରନ୍ତି । ବିଦ୍ୟା କ୍ଷେତ୍ରରେ ପ୍ରଂଶସା ପାଇବେ ।
ବିଶାଖା- ବିଦେଶ ଭ୍ରମଣର ଯୋଗ ରହିଛି । ସଞ୍ଚତ ଅର୍ଥ ବ୍ୟୟ ହୋଇପାରେ । ଭୂ-ସମ୍ପତିକୁ ନେଇ ଚିନ୍ତାରେ ରହିବେ । ମହିଳା ମାନେ ସମସ୍ତଙ୍କ ପ୍ରତି ବ୍ୟବହାର ଭଲ ରଖିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଆରଧନା କରନ୍ତୁ

ବିଛା-
ବିଶାଖା-ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ । 
ଅନୁରାଧା- ପଢାପଢିରେ ସର୍ମ୍ପୂର୍ଣ୍ଣ ଅବହେଳା  କରିବେ । ଉପରିସ୍ଥ କର୍ମଚାରିଙ୍କ ନେତୃତରେ କାର‌୍ୟ୍ୟ ସମ୍ପାଦନା କରିବେ । ବନ୍ଧୁ ମିଳନ ହୋଇପାରେ । ଆର୍ଥିକ ଲାଭ ସହିତ ସମ୍ପତି ବୃଦ୍ଧି ହେବ ।
ଜ୍ୟେଷ୍ଠା- ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି ବନ୍ଧୁଙ୍କୁ । ଦେଇଥିବା ପ୍ରତିଶୃତି ରଖିପାରିବେ ନାହିଁ । ମନ ଚାହୁଁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ ।  ପରିଶ୍ରମ କରିଲେ ବଳକା କାମ ପୂରା ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ-
ମୂଳା- ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ । ପରିବାରରେ ହସ ଖୁସିର ପରିବେଶ ରହିବ ।
ପୂ,ଷାଢା- ରାଜନିତିରେ ଶତ୍ରୁ ଓ ବିରୋଧି ମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ । ମନସ୍ତାପ ଭିତରେ ଚାକିରି କ୍ଷେତ୍ରରେ ସମ୍ମାନ ବଢିବ ।
ଉ,ଷାଢା- ମାଲିମକନ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳା ମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ । ଗଣ ମାଧ୍ୟମ ପ୍ରତିନିଧି ପାଇଁ ଦିନଟା ବ୍ୟସ୍ତତାରେ କଟିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ବାମନଙ୍କ ପୂଜାର୍ଚ୍ଚନା କରନ୍ତୁ    

ମକର-
ଉ,ଷାଢା- ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । କୈାଣସି ନୂତନ ଯାନ, ବାହନ କିଣି ପାରନ୍ତି । କର୍ମ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିବେ । ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ ।
ଶ୍ରବଣା- ଆର୍ଥିକ ଲାଭ ତଥା ଭୂମି, ସୁନା ଆଦି ଲାଭ କରିବେ । ଶତୃମାନେ ପରାଜିତ ହେବେ ଏବଂ ସରକାରୀ ସହୟତା ପାଇବେ । ବନ୍ଧୁ ପରିଜନଙ୍କଠାରୁ ପ୍ରଶଂସିତ ହେବେ ।
ଧନିଷ୍ଠା- ଖେଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ ।  
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା  ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- ହଠାତ୍ ବାୟୁରୋଗ ଦେଖା ଦେଇପାରେ । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରି ପାରବେ ନାହିଁ। ସ୍ଥଗିତ ଥିବା କର୍ମଟି ପୂରଣ ହେବା ସହ ଆର୍ଥୀକ ସଙ୍କଟ ଦୂରେଇ ଯାଇପାରେ ।
ଶତଭିଷା- ବ୍ୟବସାୟୀ ମାନେ ବିନା ପରିଶ୍ରମରେ ଅଧିକ ଲାଭବାନ୍ ହେବେ । କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢିବ । ସାମାଜିକ ଭାବମୂର୍ତି ସୁରକ୍ଷା ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ ।
ପୂ,ଭାଦ୍ରପଦ- ଉଚ୍ଚ କର୍ମକର୍ତା ମାନେ ଆପଣଙ୍କ ଉପରେ ଖୁସି ହେବାର ଆଶା ଦେଖାଦେବ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ନାରୀମାନେ ଉଦର ପୀଡାରୁ ମୁକ୍ତି ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର –  ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ମୀନ-
ପୂ,ଭାଦ୍ରପଦ- ପ୍ରେମିକା , ପ୍ରେମିକ ଦର୍ଶନୀୟ ସାନକୁ ବୁଲି ଯିବେ । ଅଫିସ୍‌ରେ ଆପଣଙ୍କର କାମରେ ପ୍ରଂଶସା ହେବ । ବ୍ୟବସାୟରେ ବୁଝି ବିଚାରି ଭାଗିଦାରି କରନ୍ତୁ । ମାନସିକ ସ୍ତରରେ ଉନ୍ନତି ଆସିବ ।
ଉ,ଭାଦ୍ରପଦ- ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ସତ୍‌ସଙ୍ଗ ଓ ଦେବତା ଦର୍ଶନରେ ମନ ନିବେଶ କରିବେ । କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇ ପଡିବେ ।
ରେବତୀ- ବହୁ ଦିନରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । ମନସ୍ଥାପରେ ସମୟ କଟାଇବେ ଓ ବିରକ୍ତି ଭାବ ପ୍ରକାଶ କରିବେ । ଅନ୍ୟର ସାହାଯ୍ୟରେ ଅଟକି ରହିଥିବା କାମକୁ ସପୂର୍ଣ୍ଣ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ବୃହସ୍ପତିଙ୍କ ଗାୟତ୍ରି ମନ୍ତ୍ରକୁ ପାଠ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।