Daily Horoscope 17th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 17, 2026 - 08:23
Daily Horoscope 17th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ
ଅଶ୍ୱନୀ – କାର୍ଯ୍ୟ କ୍ଷେତ୍ରରେ କୁଶଳତାପୂର୍ବକ ନିଜର ଅଭିଳାଷ ପୂରଣ କରିବେ ।  ବ୍ୟବସାୟରେ ପ୍ରଭାବ ବିସ୍ତାର କରିବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।   
ଦ୍ୱିଜା – ଲେଖାପଢାରେ ଧନ ଅର୍ଜନ କରିବେ । ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ । ପାରିବାରିକ କ୍ଷେତ୍ରରେ ଆଶା ଆଶ୍ୱସନା ପାଇ କଳ୍ପନାର ମଧୁର ସାଗରରେ ପହଁରି ପାରନ୍ତି । 
କୃତିକା – ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ । ପରିବହନ ଓ ଶିଳ୍ପରେ ମାନ୍ଦା ହେବାର ଦେଖାଦେଇ ପାରେ । ପୂର୍ବରୁ କରିଥିବା କର୍ମ ପାଇଁ ଦଣ୍ଡ ପାଇ ପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ 

ବୃଷ-
କୃତିକା- ପ୍ରେମ ବଢ଼ିବା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ଭାବନା ସୃଷ୍ଟି ହେବ । ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।
ରୋହିଣୀ- ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇ ଖୁସି ହେବେ । ଆତ୍ମୀୟସ୍ବଜନଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ। ସଭାସମିତିରେ ଯୋଗ ଦେଇ ଲାଭବାନ ହେବେ ଓ ସମ୍ମାନ, ପ୍ରତିଷ୍ଠା ପାଇବେ ।
ମୃଗଶିରା- ପ୍ରଶାସନିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବ । ଗୃହ ନିର୍ମାଣ, ଯାନ ମରାମତିରୁ ଖୁସି ରହିବେ । କାର୍ଯ୍ୟକୁଶଳତା ହେତୁ ମାନସିକ ସ୍ଥିତି ଭଲ ରହିବ । ମନ କଥା ମନରେ ରଖି କାମ ହାସଲ କରିବେ। 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ 
ପ୍ରତିକାର- ମାଛକୁ ମଇଦା ଖାଇବାକୁ ଦିଅନ୍ତୁ

ମିଥୁନ
ମୃଗଶିରା  - ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି ।  ପାରିବାରରେ ମତାନ୍ତର ସୃଷ୍ଟି ହୋଇପାରେ । ବ୍ୟବସାୟରେ କ୍ରମଶଃ ଲାଭ ପାଇବେ। ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟରୁ ଉପକୃତ ହୋଇପାରନ୍ତି । 
ଆଦ୍ରା – ଶିକ୍ଷା ଦୃଷ୍ଟିରୁ ପିଲା ମାନଙ୍କୁ ବହୁତ ଭଲ ଫଳ ମିଳିବ । ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସା ଲାଭ କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି ।
ପୁନର୍ବସୁ -  ଭଲ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ନୁହେଁ । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟ ଟେନସନ୍ କିଛି ମାତ୍ରରେ କମିଯିବ । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ 

କର୍କଟ-
ପୁନର୍ବସୁ-ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ପରାମର୍ଶକୁ ଗ୍ରହଣ କରିବେ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ ।
ପୁଷ୍ୟା- ଶିଳ୍ପ, ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କିନ୍ତୁ ନିରାଶ ହେବେନି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି । ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ସହିତ ।
ଅଶ୍ଲେଷା- ମାଲିମକଦ୍ଦମାରେ ବିଜୟ ପ୍ରାପ୍ତିର ଆଶା କରିବେ । ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି । ନିଜ ମନ ପସନ୍ଦର ଜିନିଷ କିଣିବା ସକାଶେ ମନ ବଳାଇବେ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କୁ ତାଙ୍କର ଚନ୍ଦ୍ରଶେଖର ଅବତାରରେ ପୂଜା କରନ୍ତୁ

ସିଂହ
ମଘା –ପରିବାରରେ ସୁଖଶାନ୍ତି ଫେରିଆସିବ । ଭାଙ୍ଗିଯାଇଥିବା ସପଂର୍କ ପୁନର୍ବାର ଯୋଡି ହୋଇପାରେ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । 
ପୂ , ଫାଲଗୁନୀ - କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ । ସାମାଜିକ ସ୍ତରରେ ସମ୍ମାନୀୟ ବ୍ୟକ୍ତି ସହୟତା କରିବେ । ଛାତ୍ର ଛାତ୍ରି ମାନେ ଉଚ୍ଚ ଶିକ୍ଷା କରିବା  ପାଇଁ ସୁଯୋଗ ଆସିପାରେ । 
ଉ ,ଫାଲଗୁନୀ – ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ । ମହିଳା ମାନେ ପାରିବରିକ ସମସ୍ୟା ଭୋଗିବେ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପୂର୍ବ ଜୋରଦାର କରିପାରନ୍ତି । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଙ୍କଡକୁ କିଛି ଫଳ ଖାଇବାକୁ ଦିଅନ୍ତୁ 

କନ୍ୟା-
ଉ,ଫଳଗୁନି- ସ୍ୱାସ୍ଥ୍ୟ ଭଲ ରହିବ ଓ ଅର୍ଥ, ସମ୍ମାନ ପାଇବେ । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି । କର୍ମକ୍ଷେତ୍ରରେ କେତେକ ବିବାଦୀୟ ଚିନ୍ତାଧାରା ମନକୁ ବ୍ୟସ୍ତବିବ୍ରତ କରିପାରେ ।
ହସ୍ତା- ନିଜ ଲୋକଙ୍କ ବେଖାତିର ମନୋଭାବ କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ । ଯେ କୌଣସି କାମ ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।
ଚିତ୍ରା- ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦର ଆଶଙ୍କା ରହିଛି । ପୁରାଣ ପଠନ ସାଙ୍ଗକୁ ଧର୍ମକାର‌୍ୟ୍ୟରେ ନିଜକୁ ନିୟୋଜିତ କରିବେ । ଚଳଚ୍ଚିତ୍ର ତଥା ସଭାସମିତିରେ ସୁନାମ ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବୁଦ୍ଧ ଦେବଙ୍କ ବୀଜ ମନ୍ତ୍ର ଜପ କରନ୍ତୁ

ତୁଳା -
ଚିତ୍ରା – ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ ।  ଦୁର୍ଘଟଣା ଗସ୍ତ ହୋଇପାରନ୍ତି । କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ ।
 ସ୍ୱାତୀ – ରାଜନୀତି କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖି ପାରିବେ । ନୂତନ ଯୋନଜାକୁ କର‌୍ୟ୍ୟକରୀ କରନ୍ତୁ ନାହିଁ । ଶିକ୍ଷାର୍ଥୀ ମାନେ କିଛି ପରିମାଣରେ ଶୁଭଫଳ ପାଇବେ। ଚାକିରୀଆଙ୍କୁ ନୂଆ ପକଳ୍ପ ଦାୟିତ୍ୱ ମିଳିବ । 
ବିଶାଖା – ଚୋରି ହେବା ସମ୍ଭାବନା ରହିଛି । ମହିଳା ମାନେ ପୂରାତନ ରୋଗର ପିଡା ଅନୁଭବ କରିବେ । ଜମି କିଣିବା ବେଳେ ଗୁରୁଜନଙ୍କ ପରାମର୍ଶ ଭଲ ରହିବ । ମଧୁର ବ୍ୟବହାର ପାଇଁ ଅନ୍ୟ ମାନଙ୍କୁ ଆକର୍ଷଣ କରି ପାରିବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବିଛା-
ବିଶାଖା- ଦେହ ଭଲ ରହିଲେ ମଧ୍ୟ ମୁଣ୍ଡ ରୋଗରେ କଷ୍ଟ ପାଇବେ । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ରହିବେ । ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ ।
ଅନୁରାଧା- ନିଜର ଆକସ୍ମିକ ବୁଦ୍ଧି ଓ କାର୍ଯ୍ୟ କରିବା ଶୈଳିରେ ପରିବର୍ତନ ଆଣି ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ । ବ୍ୟବସାୟ ଅଗ୍ରଗତି କରିବା ପାଇଁ  ସାହାଯ୍ୟକାରୀ ଲୋକମାନେ ସହାୟତା କରିବେ ।
ଜ୍ୟେଷ୍ଠା- ଶିକ୍ଷାର୍ଥୀ ମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି । ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦିତା କ୍ରମଶଃ ବୃଦ୍ଧି ପାଇବ । ଇଲୋକ୍ଟ୍ରୋନିକ ସାମଗ୍ରୀ କିଣି ପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ହନୁମାନ ଚାଳିସା ପାଠ କରନ୍ତୁ

ଧନୁ
ମୂଳା – ଦାମ୍ପତ୍ୟ କଳହର ଅବସାନ ଘଟିବ । ଅନେକ ଦିନରୁ ବାକି ରହିଥିବା କାମକୁ ଆଜି ସଂପୂର୍ଣ୍ଣ କରିବେ ।  ଆର୍ଥିକ  କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି । ଅଚାନକ କୈାଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । 
ପୂ , ଷାଢା – ରାଜନୀତିରେ ଅଗ୍ରଣୀ ଭୂମିକା ନେବେ । ଛାତ୍ର ଛାତ୍ରୀମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । ଚାକିରି  କ୍ଷେତ୍ରରେ ମନ ଅସ୍ଥିରତା ରହିବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । ବଡ କଂପାନିରେ ଚାକିରି ପାଇଁ ସୁଯୋଗ ଆସିପାରେ । 
ଉ , ଷାଢା – ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ମହିଳା ମାନେ କୌଣସି  ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି । ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ଲଡୁ ଧର୍ମସ୍ଥାନରେ ଭୋଗ ଲଗାନ୍ତୁ

ମକର-
ଉ,ଷାଢା- ବ୍ୟବସାୟ ଅଗ୍ରଗତି କରିବା ପାଇଁ  ସାହାଯ୍ୟକାରୀ ଲୋକମାନେ ସହାୟତା ପାଇବେ । ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ କିଛି ଅର୍ଥ ସାହାଯ୍ୟ ପାଇବେ । ଜୀବନ ସାଥିଙ୍କ ପାଖରେ ଅଧିକ ସମୟ ବିତାଇବେ ।
ଶ୍ରବଣା- କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ। ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।
ଧନିଷ୍ଠା- ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାରାଦି କ୍ରୟ କରିପାରନ୍ତି । ମନୋରଞ୍ଜନ କାର‌୍ୟ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି । ଜମିଜମା, ଯାନବାହନ, ଲେଖାପଢ଼ା କ୍ଷେତ୍ରରୁ ଉପକୃତ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶ୍ରୀ ଶନି ଚାଳିସା ପାଠ କରନ୍ତୁ

କୁମ୍ଭ
ଧନିଷ୍ଠା – ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ସ୍ୱାସ୍ଥ୍ୟ  କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି ।
ଶତଭିଷା – କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ । 
ପୂ , ଭାଦ୍ରପଦ  – ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି । ଜମିଜମା କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି ।  ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମୀନ-
ପୂ,ଭାଦ୍ରପଦ- ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ । ପରିବାର ଓ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇ ପାରନ୍ତି ।
ଉ,ଭାଦ୍ରପଦ- ବ୍ୟବସାୟିକ ଦିଗଟି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । 
ରେବତୀ- ସମସ୍ୟା ରହିଥିଲେ ମଧ୍ୟ କାମ ହାସଲ ପାଇଁ ପ୍ରତିବନ୍ଧକ ସାଜିବ ନାହିଁ। ମାଲିମକଦ୍ଦମାରେ ବିଜୟ ଓ ଶତ୍ରୁଙ୍କୁ ପରାସ୍ତ କରିବାରେ ସହାୟକ ହେବେ । ଅର୍ଥନୈତିକ ପ୍ରଗତି ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ବ୍ରାହ୍ମଣକୁ ବସ୍ତ୍ର ଦାନ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।