Daily Horoscope 23rd Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Sep 23, 2026 - 08:35
Daily Horoscope 23rd Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ବ୍ୟବସାୟରେ ମତାନ୍ତର ଦେଖାଦେବ । କଳା ଓ ବିଜ୍ଞାନରେ ସଫଳତା ହାସଲ କରିବେ ।
ଦ୍ୱିଜା- ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳ ହେବେ । ନିର୍ମାଣ କାର୍ଯ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ଓ ସହଯୋଗ ମିଳିବ ।
କୃତିକା- କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ଜମିକୁ ନେଇ ଭାଇ ବିରୋଧୀ  ହୋଇପାରନ୍ତି । ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ । ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର -  ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ

ବୃଷ-
କୃତିକା- ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ । କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ ।
ରୋହିଣୀ- ରାଜନିତିରେ ମୂଖ୍ୟ ଭୂମିକା ଗ୍ରହଣ କରିବେ । ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢାଇବେ । ସାମାଜିକ ମିଳାମିଶା ବଢିବ ।
ମୃଗଶିରା- ମହିଳା ମାନେ ଖାଦ୍ୟ ପ୍ରିୟ ରହିବେ । ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ । ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ । ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କ ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ମୃଗଶିରା- ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ । ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି ।
ଆଦ୍ରା- ରାଜନୀତିରେ ମନକାମନା ପୂରଣ ହେବ । ଆଇନ ଛାତ୍ରଛାତ୍ରୀ  ମାନେ ସମୟର ସଦୁପଯୋଗ କରନ୍ତୁ । ଅଫିସରେ କର୍ମଚାରୀଙ୍କ ଉପରେ  ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ । ସୁଯୋଗର ସଦ୍ବ୍ୟବହାର କରି କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ପ୍ରିୟଭାଜନ ହେବେ
ପୁନର୍ବସୁ- ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ । ମିଥ୍ୟା ଅଭିଯୋଗରେ କୋର୍ଟର ଦ୍ୱାରସ୍ଥ ହେବେ ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ  ମିଳିବ । ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ । ଭାତୃ ସଂପର୍କରେ ଉନ୍ନତି ଘଟିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମାଛ ମାନଙ୍କୁ ଖାଦ୍ୟ ଦିଅନ୍ତୁ    

କର୍କଟ-
ପୁନର୍ବସୁ- ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ବିବାହ ଆଦି ଶୁଭ କାର‌୍ୟ୍ୟରେ ଯୋଗ ଦେଇ ମନ ଖୁସି ରହିବ । ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଧନଲାଭର ଯୋଗ ଅଛି ।
ପୁଷ୍ୟା- ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ । ଅଫିସ୍‌ରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡିବ । ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ ।
ଅଶ୍ଲେଷା- ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ ।  ଚାକିରିଆଙ୍କୁ ନୂଆ ପ୍ରକଳ୍ପ ଦାୟିତ୍ୱ ମିଳିବ । ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ 

ସିଂହ-
ମଘା- ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରି ପାରନ୍ତି । ବାପା, ମାଙ୍କ ଆର୍ଶୀବାଦ ଲକ୍ଷ୍ୟ ସ୍ଥଳରେ ପହଞିବାରେ ସାହାଯ୍ୟ କରିବ । କୈାଣସି ପୁରୁଣା ବିବାଦର ସମ୍ମୁଖିନ କରିବାକୁ ପଡିବ । 
ପୂ,ଫାଲଗୁନି- ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ ।  ସରକାରୀ ସଂସ୍ଥା କାମରେ  ସହଯୋଗ କରି ପାରନ୍ତି । ଜୀବନରେ ନୂଆ  ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ । ବ୍ୟୟ ବୃଦ୍ଧି ଦେଖାଦେଲେ ମଧ୍ୟ ଆୟ ବଜାୟ ରହିବ ।
ଉ,ଫାଲଗୁନି- ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଅଭିଳାଷା ପୂରଣ ହେବ । ଜମିଜମା କିଣିବାର ସୁଯୋଗ ରହିଛି । କୈାଣସି ଗୋଟେ ବଡ ପଦବୀ ଯାଇପାରେ ।  
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର –  ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କନ୍ୟା-
ଉ,ଫଳଗୁନି- କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦ୍ୱିଗୁଣ ହେବ । କାହା ସହ କଟୁ ଭାଷାରେ କଥା ହୁଅନ୍ତୁ ନାହିଁ ।
ହସ୍ତା- ଅଫିସ୍‌ରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ ।  କାହା ପ୍ରତି ଆପଣଙ୍କ ମନ୍ତବ୍ୟ ପ୍ରକାଶ କରନ୍ତୁ ନାହିଁ । କାମରେ ଆପଣଙ୍କର ଏକାଗ୍ରତା ବଜାୟ ରହିବ ।
ଚିତ୍ରା- କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାକୁ ପଡିପାରେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତି ପୋଷଣ କରିବା କାରଣରୁ ଅଶାନ୍ତି ସୃଷ୍ଟି ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ତ୍ରିପୁରା ସୁନ୍ଦରୀଙ୍କ ପୂଜାର୍ଚ୍ଚନା କରନ୍ତୁ 

ତୁଳା-
ଚିତ୍ରା- ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି । ଆୟ ଖୁବ୍ ଭଲ ରହିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଅନେକ ସୂତ୍ରରୁ କିଛି ଧନ ସମ୍ପତି ପାଇବାର ଯୋଗ ଅଛି ।
ସ୍ୱାତୀ- ଅଫିସରେ ବାକି କାମ ସବୁକୁ ସଂପୂର୍ଣ୍ଣ କରିବେ । ଛାତ୍ର ଛାତ୍ରୀ ମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ । କୈାଣସି କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ ।
ବିଶାଖା- ପେସାଦାର ବ୍ୟବସାୟୀ ମାନଙ୍କ ଠାରୁ ସାବଧାନ୍ ରୁହନ୍ତୁ । ଦୂର ସ୍ଥାନରେ ନୂତନ ଜମି କ୍ରୟ କରି ଆନନ୍ଦିତ ରହିବେ । ମହିଳା ମାନେ କଠିନ ପରିଶ୍ରମ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହାୟତ ଯୋଗୁଁ କାମ ଗୁଡିକ ସହଜ ହେଇଯିବ ।  କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ବିଛା-
ବିଶାଖା- ଜୀବନ ସାଥିଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିଦେବ । ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ । ଆପଣଙ୍କର ଧ୍ୟାନ ଅଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ ।
ଅନୁରାଧା- ବିଦ୍ୟାର୍ଥୀ ମାନେ ପଢାରେ ମନନିବେଶ କରିବେ । ବାହନ କିଣିବା ଲାଗି ଆଗ୍ରହ ବଢିବ । କୈାଣସି କଳା କ୍ଷେତ୍ରରେ ଅଭିନୟ ପାଇଁ ସୁଯୋଗ ପାଇବେ । ପ୍ରେମିକାକୁ ମନର କଥା କହିବେ ।
ଜ୍ୟେଷ୍ଠା- ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ଜମିରେ ନିବେଶ କରନ୍ତୁ ଲାଭ ମିଳିବ । ଦୈନିକ କାର୍ଯ୍ୟସୂଚୀରେ ପରିବର୍ତନ କରିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ-
ମୂଳା- ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବା ସହ ଆତ୍ମୀୟମାନଙ୍କ ଅବଦାନକୁ ପାସୋରି ପାରିବେ ନାହିଁ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ ।
ପୂ,ଷାଢା- ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ । ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ । ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।
ଉ,ଷାଢା- ସ୍ଥଗିତ ଥିବା କର୍ମଟି ପୂରଣ ହେବାପାଇଁ ଆର୍ଥୀକ ସଙ୍କଟ ଦୂରେଇ ଯାଇପାରେ । ଇଚ୍ଛା ନଥିଲେ ମଧ୍ୟ ପରିସ୍ଥିତିରେ ପଡି ଜମି ବିକ୍ରୟ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର କାର୍ଯ୍ୟକଳାପ ବୃଦ୍ଧି ପାଇବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅସହୟା ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ

ମକର-
ଉ,ଷାଢା- ଶାରୀରିକ ପିଡା ଭୋଗ କରି ପାରନ୍ତି । ପଇସାର ଅଭାବ ଅନୁଭବ କରିପାରନ୍ତି । ଘର ସଜାଇବାରେ ଧ୍ୟାନ ଦେବେ । ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ ।
ଶ୍ରବଣା- ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ । ସକାରତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ । ଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ
ଧନିଷ୍ଠା- ଜମି କ୍ରୟ କରି ଖୁସି ରହିବେ । କୈାଣସି କଥାକୁ ନେଇ ଭାବୁକ ରହିବେ । ଯେଉଁ କାମ କରିବାକୁ ଚାହିଁବେ ତାକୁ ମନପ୍ରାଣ ଢାଳି ପୂରା କରିଦେବେ 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ

କୁମ୍ଭ-
ଧନିଷ୍ଠା- ପିଲା ମାନଙ୍କ ସହିତ ହସଖୁସିରେ ସମୟ ବିତାଇବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ । ଭାଇ-ବନ୍ଧୁଙ୍କ ସହିତ ସମ୍ପର୍କ  ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ ।
ଶତଭିଷା- ଛାତ୍ର ଛାତ୍ରୀ ମାନେ ମାନସିକ ସ୍ତରରେ ଖୁସି ରହିବେ ।  ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି । ବ୍ୟସ୍ତତା ଭିତରେ ସମୟ ବିତାଇବେ । କୈାଣସି କାର୍ଯ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ ।
ପୂ,ଭାଦ୍ରପଦ- କୋର୍ଟ କଚେରୀରେ ଶୁଭ ଫଳ ମିଳିବ । ସନ୍ତାନ ଆପଣଙ୍କୁ କୈାଣସି ଭଲ ଖବର ଶୁଣାଇବେ । ମହିଳା ମାନେ ଗୃହ ଚିନ୍ତାରେ ବ୍ୟସ୍ତ ରହିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନଙ୍କର ପୂଜା କରନ୍ତୁ

ମୀନ-
ପୂ,ଭାଦ୍ରପଦ- ବ୍ୟବସାୟରେ ଦୂର ସ୍ଥାନକୁ ଯାତ୍ରା କରିବେ । ଆପଣଙ୍କ ବ୍ୟଙ୍ଗାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ପୂର୍ବରୁ କରିଥିବା କାମରୁ ଲାଭ ମିଳିପାରେ ।
ଉ,ଭାଦ୍ରପଦ- ରାଜନିତିରେ ସମର୍ଥନ ହ୍ରାସ ପାଇବ । ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ । ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।
ରେବତୀ- ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ ।  ଭୂ-ସମ୍ପତି କିଣିବା ପୂର୍ବରୁ  ଶୁଭ ମୁହୂର୍ତ ଦେଖନ୍ତୁ । ଅଧିକ ଭାବୁକ ହେଲେ ମନ ଅଶାନ୍ତି ରହିବ ।   
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।