Daily Horoscope 27th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Aug 27, 2026 - 08:11
Daily Horoscope 27th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-    
ଅଶ୍ୱନୀ- ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିବେ । ବ୍ୟବସାୟାଦି ବିଭିନ୍ନ ସଂସାରୁ ଧନାଗମ ହେବ । ଅନ୍ୟ ସନସ୍କତା କାରଣରୁ ଯାତ୍ରା ସମୟରେ ହାତରେ ଆଘାତ ଲାଗିପାରେ । ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ।  
କୃତିକା- ଗୁରୁଜନଙ୍କ ସହମତରେ ଆଗକୁ ବଢିପାରିବେ । ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ଦେଖାଦେବ । ସମାଜ ସେବାରେ ବେଶ୍ ଆନନ୍ଦ ଅନୁଭବ କରିବେ ।
ଦ୍ୱିଜା- ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅନ୍ୟର ଦୁଃଖ, ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ମହିଳା ମାନଙ୍କର ମାନସିକ ସ୍ଥିତି ଭଲ ରହିବ ନାହିଁ । ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ॥
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ   

ବୃଷ-
କୃତିକା- ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ । ଆପଣଙ୍କର ଧ୍ୟାନ ଆଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ । ଜୀବନ ସାଥୀଙ୍କ ସହଯୋଗ ଆପଣଙ୍କ ଅଶାନ୍ତି ଦୂର କରିଦେବ ।
ରୋହିଣୀ- କର୍ତୁପକ୍ଷ ଆପଣଙ୍କୁ କୌଣସି  ଦାୟିତ୍ୱ ଦେବେ । ବିଦ୍ୟାର୍ଥୀ ମାନେ ସଫଳତା ଲାଭ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ । ଆପଣ କୈାଣସି ବିଷୟରେ ବଡ ନିଷ୍ପତି ନେଇପାରନ୍ତି ।
ମୃଗଶିରା- ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ସମ୍ପତି କିଣିବାର ଯୋଗ ରହିଛି । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ 

ମିଥୁନ-
ମୃଗଶିରା- ଯୋଗାଯୋଗ ଅଭାବ ହେତୁ ସମ୍ପର୍କ ମଧ୍ୟରେ ଦୂରତା ରହିପାରେ । ବାହାରେ ଖାଦ୍ୟ ଖାଇବା ଠାରୁ ଦୂରରେ ରୁହନ୍ତୁ । ଜୀବନ ସାଥିଙ୍କୁ ପ୍ରତ୍ୟେକ ଅସୁବିଧାରୁ ରକ୍ଷା କରିବାକୁ ଚେଷ୍ଟା କରିବେ ।   
ଆଦ୍ରା- କର୍ମ କ୍ଷେତ୍ରରେ ପରିଶ୍ରମ ଓ ମେହନତର ପରିମାଣ ମିଳିବ ।  ଭାଗ୍ୟର ପରିବର୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ ।
ପୁନର୍ବସୁ- ଧନ ସମ୍ପତି ବୃଦ୍ଧି ହୋଇପାରେ । ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ । ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ । ବିଚାର ବିଭାଗ ରାୟ ସପକ୍ଷରେ ଯିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ଦର୍ତାତ୍ରେୟଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପୁନର୍ବସୁ- ନିଜ ମନରେ ନୂଆ ନୂଆ ବିଚାର ଆସିପାରେ । ବିବାହ ଆଦି ଶୁଭ କର୍ମରେ ଯୋଗ ଦେଇ ପାରନ୍ତି । କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । 
ପୁଷ୍ୟା- ବ୍ୟବସାୟରେ ବିଦେଶକୁ ଯାଇ ଲାଭ ପାଇବେ । ସକରାତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ । ଶାସନରେ ଥିବା ଲୋକଙ୍କ ସହ ସଂପର୍କ ହେବ ।
ଅଶ୍ଲେଷା- ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ ।  ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । କ୍ରୀଡା,ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କ୍ଷୀର ଢାଳି ଦିନ ଆରମ୍ଭ କରନ୍ତୁ

ସିଂହ-
ମଘା-ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୈାଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହି ଲାଭବାନ୍ ହେବେ ।
ପୂ- ଫାଲ୍‌ଗୁନୀ- କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ । ଉଚ୍ଚବିଦ୍ୟା ଅଧ୍ୟୟନ ପାଇଁ ବିଦେଶକୁ ଯାଇ ପାରନ୍ତି ।
ଉ- ଫାଲ୍‌ଗୁନୀ- ସମ୍ପତି ଲାଭ ହୋଇପାରେ । ମହିଳା ମାନେ ଯୋଗ୍ୟ ପ୍ରତିପାଦିତ ହେବେ । ପ୍ରଶାସନିକ କ୍ଷେତ୍ରରେ ଉତେଜନା ପରିସ୍ଥିତି ରହିପାରେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

କନ୍ୟା-
ଉ,ଫଳଗୁନି- ପାରିବାରି ଜୀବନ ହସ, ଖୁସିରେ କଟିବ । ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିପାରନ୍ତି । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିବ । 
ହସ୍ତା- ପାରିବାରିକ ଜୀବନରେ ପତ୍ନୀ ପିଡା ସହ ସନ୍ତାନ ଲାଭର ଯୋଗ ରହିଛି । ଲେଖାପଢାରେ ସାଥିଙ୍କ ସାହାଯ୍ୟ ସହଯୋଗ ମିଳିବ ।
ଚିତ୍ରା- ମହିଳାମାନେ ଆନନ୍ଦରେ  ସମୟ ଅତିବାହିତ କରିବେ । ଲୋକେ ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରେରଣା ଦେବେ । ଅସ୍ଥିର ମନ ଯୋଗୁ କୌଣସି କାମ ଠିକ୍ ଭାବେ କରିପାରିବେ ନାହିଁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -   ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା-
ଚିତ୍ରା- ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ । କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦିତ  ହେବେ । ନୂତନ କାର‌୍ୟ୍ୟକୁ ନେଇ ସେଥିରେ କୃତକାର‌୍ୟ୍ୟ ହେବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
ସ୍ୱାତୀ- ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । କାରବାରରେ ଆପଣଙ୍କୁ ପ୍ରଚୁର ଲାଭ ହେବ । ପଢାପଢିରେ ଓ ପରୀକ୍ଷାରେ ସମଫଳ ମିଳିବ । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । ଅଜଣା ଶତୃ ଆପଣଙ୍କର କ୍ଷତି କରି ପାରନ୍ତି ।
ବିଶାଖା-ଗୃହସୀମା ମହିଳା ମାନେ ନୂଆ କିଛି କରିବା ପାଇଁ ଚେଷ୍ଟା କରିବେ । ମହିଳା ମାନେ ବହୁତ କଷ୍ଟ ପାଇବେ । ପ୍ରଶାସନିକ ସ୍ତରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ

ବିଛା-
ବିଶାଖା- ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ମନକୁ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ବିବାଦୀୟ ଚିନ୍ତାଧାରା ପାଇଁ ବ୍ୟସ୍ତବିବ୍ରତ ହୋଇପାରନ୍ତି । ଅନ୍ୟମାନେ ଫାଇଦା ହାସଲ ପାଇଁ ସମ୍ମୁଖରେ ପ୍ରଲୋଭନଯୁକ୍ତ କଥା କହି ପାରନ୍ତି ।
ଅନୁରାଧା- ଆଲୋଚନାର ଶେଷ ପର‌୍ୟ୍ୟାୟରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ। ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ।
ଜ୍ୟେଷ୍ଠା- ସଭାସମିତିରେ ଆଲୋଚନା କାଳରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହିବା ଭଲ ହେବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।    
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମନ୍ଦାର ଫୁଲକୁ ସୂର‌୍ୟ୍ୟ ଦେବତାଙ୍କୁ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ମୂଳା- ପ୍ରେମ ସମ୍ପର୍କରେ  ମଧୁରତା ବଢିବ । ଅଫିସ କାମରେ ମନ୍ଥର ଗତିରେ ପୂରା ହେବ । ବ୍ୟବସାୟରେ  ଯୋଜନାବଦ୍ଧ ରୂପେ କାମ କରିବେ । ଅସନ୍ତୋଷ ଭାବନାକୁ ନିଜ ଅବୈଧ ହେବାକୁ ଦିଅନ୍ତୁ ନାହିଁ ।
ପୂ, ଷାଢା- କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ଚାକିରୀ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ । ଶିକ୍ଷାକ୍ଷେତ୍ରରେ ଉଚ୍ଚକାଂକ୍ଷା ପୁର୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ 
ଉ,  ଷାଢା- ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ଅଧିକ ଖର୍ଚ୍ଚକରି ଭୂମିକ୍ରୟ କରିବେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଂଶସିତ ହେବେ । ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର-
ଉ,ଷାଢା- ବୟସ୍କ ବ୍ୟକ୍ତିଙ୍କ ଶାରୀରିକ ଅସୁସ୍ଥତା ଯୋଗୁ ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ । ବାଣିଜ୍ୟ ଓ ବ୍ୟବସାୟ, ପରିବହନ ତଥା ଲେଖାପଢ଼ା କ୍ଷେତ୍ରରେ ଶୁଭଫଳ ପାଇବେ ।
ଶ୍ରବଣା- ସରକାରୀ ସ୍ତରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। 
ଧନିଷ୍ଠା- ଭଲ ସମ୍ପର୍କ ଥିବା ବନ୍ଧୁ ନିଜ ସୁବିଧା ହାସଲକୁ ନେଇ ଅସୁବିଧାରେ ପକାଇପାରନ୍ତି। ଋଣ ପରିଶୋଧ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାରେ କୌଣସି ଅସୁବିଧା ହେବ ନାହିଁ । ଦୂର ସ୍ଥାନରେ ଥିବା ଜମି କ୍ରୟ କରିପାନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮    
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ 

କୁମ୍ଭ
ଧନିଷ୍ଠା- ସାମୟିକ ଶାରୀରିକ ଦୁର୍ବଳତା ଅନୁଭବ କରିବେ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । ପାରିବାରିକ ସୁଖ ଅପେକ୍ଷା ବ୍ୟକ୍ତିଗତ ସୁଖକୁ ଅଧିକ ଗୁରୁତ୍ୱ ଦେବେ । ସର୍ବସାଧାରଣ କାର୍ଯ୍ୟ ଏବଂ ନୂତନ ପ୍ରକଳ୍ପ ପ୍ରତି ଆଗ୍ରହ ବୃଦ୍ଧି ପାଇବ ।
ଶତଭିଷା- ବ୍ୟବସାୟରେ ସାମାନ୍ୟ ଲାଭ ରହିବ । ରାଜନୈତିକ କ୍ଷେତ୍ରରେ ନୂଆ ସମ୍ମାନ ମିଳିବ । ଛାତ୍ରଛାତ୍ରି ମାନେ ସଫଳତା ଦିଗରେ ଆଗେଇବେ । ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ ।
ପୂ,  ଭାଦ୍ରପଦ- ନୂତନ ଜମି କ୍ରୟ କରିବାର ସୁଯୋଗ ଆସିବ । ଗୃହିଣୀ ମାନେ କାର‌୍ୟ୍ୟ ବ୍ୟସ୍ତତା ରହିବେ । ବିଦେଶରେ ରହି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପାଇବେ 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ

ମୀନ-
ପୂ,ଭାଦ୍ରପଦ- ପିଲାଙ୍କ ସଫଳତାକୁ ନେଇ ଖୁସି ହେବେ। ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ ।
ଉ,ଭାଦ୍ରପଦ- କୌଣସି କ୍ଷେତ୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଦୂରଯାତ୍ରାରେ ଭ୍ରମଣ ହେତୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। 
ରେବତୀ- ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବେ ଓ କାର୍ଯ୍ୟରେ ଯୋଗଦେବେ । ଛୋଟବଡ଼ ସମସ୍ୟାକୁ ଛାଡ଼ିଦେଲେ ଦିନଟି ଭଲରେ କଟିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩    
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।