Daily Horoscope 2nd November 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Nov 02, 2026 - 08:14
Daily Horoscope 2nd November 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ- ଅଶ୍ୱନୀ- ପାରିବାରିକ କ୍ଷେତ୍ରରେ ଆର୍ଥିକ ସଙ୍କଟ ଦୂରେଇଯିବା ଫଳରେ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ ।

ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ ।

ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଲାଗି ରହିବ ।

ଦ୍ୱିଜା - ବିଦେଶ ଯାତ୍ରାର ସୁଯୋଗ ଆସିବ ଏବଂ ଲାଭବାନ୍ ହେବେ ।

ବିବାହ ଆଦି ଶୁଭକର୍ମରେ ଯୋଗ ଦେଇ ପାରନ୍ତି ।

କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ହେବା ଦରକାର ।

କୃତିକା- ରାଜନୀତି କ୍ଷେତ୍ରରେ କୈାଶଳପୂର୍ଣ୍ଣ କାର୍ଯ୍ୟ କରିବେ ।

ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ ।

ନୂଆ ଗୃହ ନିର୍ମାଣ କରିବାର ସୁଯୋଗ ଆସିପାରେ ।

ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର - ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁ Advertisment ବୃଷ କୃତିକା - ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ ।

ଆପଣ ଟିକେ ଆଳସ୍ୟ ଅନୁଭବ କରିବେ ।

ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ ।

ସମୟ ଏପରି ହେବ ଯେ ଦୁଇ ପଇସା ଜାଗାରେ ଛ ପଇସା ଖର୍ଚ୍ଚ କରିବାକୁ ପଡିବ ।

ରୋହିଣୀ – କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ ।

ଗୃହିଣୀଙ୍କ ଘରକାମରେ ଘର ଲୋକ ସାହାଯ୍ୟ କରିବେ ।

ରାଜନୀତିରେ ଆର୍ଥିକ ଲାଭ ହୋଇପାରେ ।

ସତ୍‌ସଙ୍ଗ ଓ ଦେବତା ଦର୍ଶନରେ ମନ ନିବେଶ କରିବେ ।

ମୃଗଶିରା –ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ ।

କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ବିବ୍ରତ ହୋଇ ପଡିବେ ।

ମନସ୍ଥାପରେ ସମୟ କଟାଇବେ ଓ ବିରକ୍ତି ଭାବ ପ୍ରକାଶ କରିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ ମିଥୁନ- ମୃଗଶିରା- ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ ।

ବ୍ୟବସାୟରେ ଆଶାତୀତ ଲାଭକରି ଖୁସି ହେବେ ।

ଆନୁଷ୍ଠାନିକ କାମରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ପାଇବେ ।

ଆଦ୍ରା- ରାଜନୈତିକ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସାଧାରଣ ଲୋକ ସମ୍ପର୍କ ବୃଦ୍ଧି ହେବା ଯୋଗେ ବିଜୟୀ ହେବେ ।

ମନୋରଞ୍ଜନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ ।

ନୂଆ ଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ ।

ପୁନର୍ବସୁ- ପୈତୃକ ସମ୍ପତି ପାଇଁ ଲାଗିରହିଥିବା ସମସ୍ୟାରୁ ମୁକ୍ତ ହେବେ ।

ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍ ।

ସାମ୍ବାଦିକ ମାନେ ନିଜ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ ।

ବିଦ୍ୟା କ୍ଷେତ୍ରରେ ଉନ୍ନତି କରିବେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ Advertisment କର୍କଟ ପୁନର୍ବସୁ - ଖୁସି ଖବର ଶୁଣି ମନ ପ୍ରଫୁଲିତ ରହିବ ।

ଅର୍ଥ ସମ୍ମାନର ଅଭାବ ରହିବ ନାହିଁ ।

ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।

ନୂତନ ବନ୍ଧୁତ୍ୱ ସୃଷ୍ଟି ହୋଇପାରେ ।

ଅନ୍ୟମାନଙ୍କର କଥା ଓ କାର୍ଯ୍ୟକଳାପ ଯୋଗୁ ନିଜକୁ ଅସହାୟ ମନେ କରିବେ ।

ପୁଷ୍ୟା – ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ ।

ଅନେକଗୁଡିଏ କାମ ଅଟକି ଯାଇଥିବାରୁ ଅନ୍ୟମନସ୍କ ରହିବେ ।

ଯାହାଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇବାରୁ ପ୍ରତିହିଂସା ମୂଳକ ମନଭାବ ପୋଷଣ କରିବେ ।

ଅଶ୍ଳେଷା - ଆମଦାନି ବଢଇବାର ନୂଆ ଯୋଜନା ମୁଣ୍ଡକୁ ଆସିପାରେ ।

କୋର୍ଟ, କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ ।

ମହିଳାମାନେ ପୂଜା ପାଠରେ ମନୋନିବେଶ କରିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨ ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି ସିଂହ- ମଘା- କର୍ମକ୍ଷେତ୍ରରେ କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ।

ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।

ଈର୍ଷା ପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ଦୂରେଇ ରହିପାରନ୍ତି।

ପୂ- ଫାଲ୍‌ଗୁନୀ- ଅଫିସ୍‌ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ ।

ଭାଷଣ ବାଜିରେ କ୍ରୋଧକୁ ଆୟତକରିବା ଉଚିତ୍ ।

ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।

ଉ- ଫାଲ୍‌ଗୁନୀ- ସାମାଜିକ ସ୍ତରରେ ସମ୍ବର୍ଦ୍ଧିତ ହୋଇପାରନ୍ତି ।

ପ୍ରଶାସନ, ଆଇନ, କଳା, ସାହିତ୍ୟରେ ଉନ୍ନତି କରିବେ।

ଆଲୋଚନା ପରିସରରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି।

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧ ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ କନ୍ୟା ଉ , ଫାଲଗୁନୀ – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ ।

ସ୍ଥଗିତ କାମ ବନ୍ଧୁ ସାହାର‌୍ୟ୍ୟରେ ପୁରା କରିବେ ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ ।

କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ ।

ହସ୍ତା – ନବ ବିବାହିତ ଦମ୍ପତି ଏକା ସାଙ୍ଗରେ ସମୟ ବିତାଇବେ ।

ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ ।

ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକୁ ପରିବର୍ତନ କରିପାରନ୍ତି ।

ଚିତ୍ରା – ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି ।

ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ ।

ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫ ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ ତୁଳା- ଚିତ୍ରା- କର୍ମ କ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ କଳବଳ ଖଟାଇ ନିଜ ସ୍ଥାନକୁ କୈାଣସି ମତେ ଦୃଢ କରିବେ ।

ରାଜନୀତିରେ ସୁନାମ ବଢିବା ସହ ଆୟ ଉତମ ହେବ ।

ସାମ୍ବାଦିକ ମାନେ ଲକ୍ଷ ଦିଗରେ ଆଗେଇବେ ।

ସ୍ୱାତୀ- ବ୍ୟବସାୟରେ ଆୟର ସ୍ରୋତ ଖୋଲିଯିବ ।

ଦୂର ଯାତ୍ରାରେ ଲକ୍ଷ୍ୟ ପୂରଣ କରିପାରନ୍ତି ।

ପ୍ରତ୍ୟେକ ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ ।

ବିଶାଖା- ଶିକ୍ଷାର୍ଥୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ ।

ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ ।

ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬ ପ୍ରତିକାର – ଭାର୍ଗବିଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ ବିଛା ବିଶାଖା – ବ୍ୟବସାୟ ବିଷୟରେ ଭଲ କଥା କହିବେ ।

ପାରିବାରିକ ଜୀବନ ଆମୋଦ ଦାୟକ ହେବ ।

ଭାଗ୍ୟ ଉଦ୍ୟୋଗି ହେବା ସହିତ ବାଣିଜ୍ୟରେ ଲାଭ ମିଳିବ ।

ସ୍ୱାସ୍ଥ୍ୟ ସାଧାରଣତଃ ଉତ୍ତମ ରହିବ ।

ଅନୁରାଧା – କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ ।

ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ସଫଳତା ଲାଭ କରିବେ ।

ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ସ୍ତିରିକୃତ ହେବ ।

ଜ୍ୟେଷ୍ଠା – ପୈାତିକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ୍ ହେବ ।

ପରିବାରରେ ଲୋକ ଆପଣଙ୍କ କଥାକୁ ସହମତି ଦେବେ ।

ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯ ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ ଧନୁ- ମୂଳା- ଗୋଡରେ କିଛି ସମସ୍ୟା ଦେଖାଦେବ ।

ବନ୍ଧୁ ମାନଙ୍କର ଅପପ୍ରଚାରରୁ ମାନସିକ ଅଶାନ୍ତି ଦେଖାଦେଇ ପାରେ ।

ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।

ପୂ, ଷାଢା- ବେପାର ବୃତିରେ ସଫଳତା ହାସଲ କରିବେ ।

କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ ।

ରାଜନୀତିରେ କୈାଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି ।

ଉ, ଷାଢା- କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରନ୍ତି ।

ଗୃହିଣୀ ମାନେ ଗୃହପୋକରଣ ସଂଗ୍ରହ କରି ପାରନ୍ତି ।

ସଭା ସମିତି ପ୍ରଭୁତିରୁ ଆଶ୍ଵସ୍ଥି ଲାଭ କରିବେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ହନୁମାନଙ୍କ ପୂଜାପାଠ ସହିତ ମନ୍ତ୍ର ଜପ କରନ୍ତୁ ମକର ଉ , ଷାଢା - ପାରିବାରିକ ଜୀବନରେ ପ୍ରଣୟ ଭଙ୍ଗର ସୂଚନା ମିଳିବ ।

ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ ।

ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ ।

ନିଜର ଦୋଷ ତୃଟି ସ୍ୱକାର କରିବେ ।

ଶ୍ରବଣା – ପ୍ରିୟତମଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ହେବ ।

ଛାତ୍ରଛାତ୍ରିଙ୍କ ଲେଖାପଢାରେ ବାଧା ଦୂର ହେବ ।

ମାନ ମର୍ଯ୍ୟାଦାରେ ଅଭିବୃଦ୍ଧି ଘଟିବ ।

ସୂର୍ଣ୍ଣ ଅଳଙ୍କାର କିଣି ଖୁସି ଅନୁଭବ କରିପାରନ୍ତି ।

ମହିଳା ମାନେ ବନ୍ଧୁପରିଜନକ ସହ ସମୟ ବିତାଇବେ ।

ଧନିଷ୍ଠା – ଆର୍ଥିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ବଢିପାରେ ।

ମହିଳା ମାନେ ପ୍ରତାରଣା ଜନିତ ଦୁଃଖ ଭୋଗିବାକୁ ପଡିବ ।

ପରିଶ୍ରମ କରିଲେ ବଳକା କାମ ପୂରା ହେବ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ କୁମ୍ଭ ଧନିଷ୍ଠା- କ୍ଷମତାଶାଳୀ ହେବାର ସୁଯୋଗ ଆସିବ ।

ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ ।

ଅପ୍ରତ୍ୟାଶିତ ସମ୍ପତି ମିଳିବାର ସୂଚନା ଅଛି ।

ପାରିବାରିକ ଅସ୍ୱାସ୍ଥ୍ୟ କର ପରିସ୍ଥିତିକୁ ନେଇ ଚିନ୍ତା ଗ୍ରସ୍ତ ରହିବେ ।

ଶତଭିଷା- ଚାକିରିରେ ହାକିମଙ୍କ ପ୍ରତି ଭୟ ରହିବ ।

ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବୃଦ୍ଧି ହେବ ।

ମହିଳା ମାନେ ବିଭିନ୍ନ ପ୍ରକାର ଲାଭର ସୈାଭାଗ୍ୟ ଲାଭ କରବେ ।

ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ ।

ପୂ, ଭାଦ୍ରପଦ- ବିଦ୍ୟାର୍ଥୀ ମାନଙ୍କୁ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି ।

ବିବାହିତ ସମ୍ବନ୍ଧୀୟ କଥାବାର୍ତା ବେଳେ ସଂଯମ ରଖନ୍ତୁ ।

ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮ ପ୍ରତିକାର – ଶନିଦେବଙ୍କ ଗାୟତ୍ରି ମନ୍ତ୍ରକୁ ପାଠ କରନ୍ତୁ ମୀନ ପୂ , ଭାଦ୍ରପଦ - ପ୍ରେମ ଜୀବନ ମଧୁର ମୟ ରହିବ ।

ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ ।

ଚାକିରି କ୍ଷେତ୍ରରେ ମନସ୍କାମନା ପୂରଣ ହେବ ।

କର୍ମ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିବେ ।

ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ ।

ଉ , ଭଦ୍ରପଦ - ଧର୍ମ ଷ୍ପୁସ୍ତକ ପଢିବାରେ ଆଗ୍ରହ ବଢିବ ।

ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ ।

ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ ମଧ୍ୟମ ଧରଣର ଫଳ ପାଇବେ ।

ରେବତୀ – ଅଫିସରେ କୈାଣସି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ମିଳିବ ।

ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରି ପାରନ୍ତି ।

ଖୋଳାଳିମାନେ ଉତ୍ତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ ।

ଆପଣଙ୍କ ଭିତରେ ଅଧିକ ଆତ୍ମବିଶ୍ୱାସ ରହିବ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩ ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।