Daily Horoscope 2nd October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

Oct 02, 2026 - 09:25
Daily Horoscope 2nd October 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ । ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇଁ କାହାଠାରୁ ପରାମର୍ଶ ମିଳିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇପାରେ ।
ଦ୍ୱିଜା-କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ । ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ ।
କୃତିକା- ଏକୁଟିଆ ହୋଇ ଲଢିବାର ଶକ୍ଷମତା ବିକଶିତ ହେବ । ଅର୍ଥ ସମ୍ବନ୍ଧୀତ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କିଛି ମିଠା ଖାଇ ଘରୁ ବାହାରନ୍ତୁ

ବୃଷ-
କୃତିକା- ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ ।
ରୋହିଣୀ- ରାଜନିତିରେ ପ‌ଦମର୍ଯ୍ୟଦା ବୃଦ୍ଧି ପାଇବ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ଶିକ୍ଷାର୍ଥୀ ମାନେ ପଢାରେ ସଫଳତା ପାଇବେ ।
ମୃଗଶିରା-ଯାନ,ବାହନ କରିବାରେ ଆଗ୍ରହ ବଢିବ । ମହିଳା ମାନେ କୈାଣସି କଥାରେ ମନରେ ବ୍ୟାକୁଳତା ଅନୁଭବ କରିବେ । ଆକସ୍ମିକ ଦୁର୍ଘଟଣା ଘଟିପାରେ, ତେଣୁ ସାବଧାନ ରୁହନ୍ତୁ । 
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-
ମୃଗଶିରା- ବ୍ୟବସାୟ ବିଷୟରେ ଭଲ କଥା କହିବେ । ପାରିବାରିକ ଜୀବନ ଆମୋଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗୀ ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ ।
ଆଦ୍ରା- କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ ।  ରାଜନୀତିରେ ଆର୍ଥିକ ଲାଭ ହୋଇପାରେ । ଆନୁଷ୍ଠାନିକ କାମରେ କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ ।
ପୁନର୍ବସୁ- ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟକୁ ହାତକୁ ନେବେ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ବାହ୍ୟ ଶତୃଙ୍କ ଠାରୁ ଦୂରରେ ରହିଲେ ଭଲ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ

କର୍କଟ-
ପୁନର୍ବସୁ- ଭଲ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବେ । ଘରେ ଆରାମ କରିବାକୁ ଆପଣଙ୍କ ପାଖରେ ପ୍ରଚୁର ସମୟ ମିଳିବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅଧିକ ନିରାପଦ ଅନୁଭବ କରିବେ ।
ପୁଷ୍ୟା- ମାର୍କେଟିଂ ବିକ୍ରୟ ଯୋଗାଯୋଗରେ ସଫଳତା ପାଇବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । କୌଣସି ପୋଗ୍ରାମରେ ଗୀତ ଗାଇବା ପାଇଁ  ସୁଯୋଗ ମିଳିପାରେ ।
ଅଶ୍ଲେଷା-ଧନାଦିରେ ଅଭିବୃଦ୍ଧି ଘଟିପାରେ । ଶିକ୍ଷାକ୍ଷେତ୍ରରେ ବିଶୃଖଂଳା ଉପୁଜିପାରେ । କୋର୍ଟର ନିଷ୍ପତି ବଦଳି ଯାଇପାରେ । ମହିଳାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବାପା , ମାଙ୍କ ଚରଣ ସ୍ପର୍ଶ କରନ୍ତୁ

ସିଂହ-
ମଘା- ବ୍ୟବସାୟିକ ବୃଦ୍ଧି କରିବା ପାଇଁ ଯାତ୍ରା କରିବାର ବିଶେଷ ସମ୍ଭାବନା ଅଛି । ସୁସ୍ଥ ମାନସିକତା ରକ୍ଷାକରି ବିଦ୍ୟାକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ ।
ପୂ,ଫାଲଗୁନି- କର୍ମକ୍ଷେତ୍ରରେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ବୃଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ବ୍ୟବସାୟରେ ବିଶେଷ ଲାଭାନ୍ୱିତ ହୋଇପାରନ୍ତି ।
ଉ,ଫାଲଗୁନି- ଆପଣଙ୍କର ବହୁତ କାମ ଅଧୁରା ରହିପାରେ । ବହୁ ଦିନରୁ ସମାଧାନ ହୋଇ ପାରୁନଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର– ବିଷ୍ଣୁଙ୍କୁ ପୂଜା କରି ଦିନଟି ଆରମ୍ଭ କରନ୍ତୁ

କନ୍ୟା-
ଉ,ଫଳଗୁନି- ଶାରିରୀକ ସମସ୍ୟାରୁ ମୁକ୍ତି ପାଇବେ । ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ  ପାଇବେ । ଅଫିସରେ ଆପଣଙ୍କ ପାଖରେ କାମ ଅଧିକ ରହିବ । 
ହସ୍ତା- କର୍ମକ୍ଷେତ୍ରରେ ଯେଉଁଭଳି ପରିସ୍ଥିତି ଆସିଲେ ମଧ୍ୟ ଆପଣ ସମ୍ଭାଳି ନେବେ । ରାଜନୀତିରେ ଭଲ ସୁଯୋଗର ଉପଯୋଗ କରିବେ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ।
ଚିତ୍ରା- ଆପଣଙ୍କର ମନ ଦୃଢ଼ ହେବ । ଆପଣ ଅଭିଜ୍ଞତା ଅର୍ଜନ କରିବେ ଯାହା ଫଳପ୍ରଦ ଏବଂ ମୂଲ୍ୟବାନ ପ୍ରମାଣିତ ହେବ ।  ପ୍ରତ୍ୟେକ ବାଧାବିଘ୍ନକୁ ଦୂର କରିବାରେ ସକ୍ଷମ ହେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ସକାଳୁ  କାଉକୁ ଖାଇବାକୁ ଦିଅନ୍ତୁ    

ତୁଳା-
ଚିତ୍ରା- ପ୍ରେମ ଜୀବନ ମଧୁର ମୟ ରହିବ । ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ବିରୋଧୀ ମାନଙ୍କ ସହ ଦୃଢ ମୁକାବିଲା କରିବେ ।
ସ୍ୱାତୀ- ଅନେକ ସୁଯୋଗ ହାତ ପାହାନ୍ତାରେ ପାଇବା ଫଳରେ ମନରେ ଉତ୍ସାହ ରହିବ । ଉଚ୍ଚ ଶିକ୍ଷା ପ୍ରାପ୍ତ ହେବାର ସମ୍ବାବନା ରହିଛି । କୌଣସି ସମସ୍ୟାରେ ମନ ଭାରାକ୍ରାନ୍ତ ରହିଥିବାରୁ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ ।   
ବିଶାଖା- ଆମଦାନି ବଢାଇବାର ନୂଆ  ଯୋଜନା  ମୁଣ୍ଡକୁ ଆସିପାରେ । କୋର୍ଟ,କଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ । ମହିଳା ମାନେ ପୂଜା ପାଠରେ ମନୋନିବେଶ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା-
ବିଶାଖା- ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ ।  ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ ।
ଅନୁରାଧା- ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ । ଦୂରଯାତ୍ରା, ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ । କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ ।
ଜ୍ୟେଷ୍ଠା- ସମ୍ପତି-ବାଡିକୁ ନେଇ ଅନେକ ପରିସ୍ଥିତି ଦେଖା ଦେଇପାରେ । ମହିଳା ମାନଙ୍କୁ  ଅନେକ ଚାପରେ ଗତି କରିବାକୁ ପଡିପାରେ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି । 
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ

ଧନୁ-
ମୂଳା- ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ । ନୂତନ ବନ୍ଧୁତ୍ୱ ସୃଷ୍ଟି ହୋଇପାରେ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ ।
ପୂ,ଷାଢା- କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ଲାଭ କରିବେ । କେତେକ କ୍ଷେତ୍ରରେ ଅନ୍ୟମନସ୍କ ହୋଇ ସମସ୍ୟାକୁ ନିୟନ୍ତ୍ରଣ କରିପାରନ୍ତି ।
ଉ,ଷାଢା- ବିଦ୍ୟାର୍ଥୀ ମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଭୈାତିକ ଓ ଆଧାତ୍ମିକ ମାମଲାରେ ବ୍ୟସ୍ତ ରହି ପାରନ୍ତି । ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମକର-
ଉ,ଷାଢା- କୈାଣସି କାର୍ଯ୍ୟରେ ସଫଳତା ହାସଲ କରିବେ । ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି । ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଉଦର ବ୍ୟଥା ଭୋଗି ପାରନ୍ତି ।
ଶ୍ରବଣା- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବ । ବିଦ୍ୟାର୍ଥୀ ମାନେ ଦିଦ୍ୟାପ୍ରେମୀ ହୋଇପାରନ୍ତି । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ ।
ଧନିଷ୍ଠା- ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି ।ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-
ଧନିଷ୍ଠା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ସାମୟିକ ସ୍ୱାସ୍ଥ୍ୟ ହାନି ଯୋଗୁ ମନ ଅଶାନ୍ତ ରହିପାରେ ।
ଶତଭିଷା- ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ । ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ ମଧ୍ୟମ ଧରଣର ଫଳ ପାଇବେ । ଅନ୍ୟ ମାନଙ୍କୁ ମିଠା କଥାକହି କାମ ହାସଲ କରିବେ ।
ପୂ,ଭାଦ୍ରପଦ- ପରିବେଶ ଆପଣଙ୍କ ସପକ୍ଷରେ ରହିବ ଓ ନୂତନ ଆୟର ଉତ୍ସ ବିକାଶ ହେବ । ଧାର୍ମିକ କାର‌୍ୟ୍ୟରେ ଅଂଶଗ୍ରହଣ କରିବା ଫଳରେ ଏକାଗ୍ରତା ବୃଦ୍ଧି ପାଇବ ।ପ୍ରକାଶନ, ଚୁକ୍ତିପତ୍ର, ଆଲୋଚନା ତଥା ଲେଖାପଢାରୁ ଶୁଭଫଳ ପାଇବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କ ଆରଧନା କରନ୍ତୁ

ମୀନ-    
ପୂ,ଭାଦ୍ରପଦ- ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଲାଭଜନକ ହେବ । ରହୁଥିବା ସ୍ଥାନ ପରିବର୍ତନ କରିପାରନ୍ତି ।
ଉ,ଭାଦ୍ରପଦ- ଚାକିରୀରେ କର୍ମତତ୍‌ପର ରହି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିବେ । ରାଜନୀତିରେ ଦୁଃଶାହସିକ ପଦକ୍ଷପ ଗ୍ରହଣ କରିବେ । ଖଳ ଲୋକଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରନ୍ତି ।
ରେବତୀ- ଆପଣଙ୍କର କ୍ରୀଡା କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଆପଣ ବୁଦ୍ଧିମାନ ଭାବରେ ବିଚାର କରିବାରେ ସକ୍ଷମ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ସକାଳୁ ଉଠି ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।