Daily Horoscope 6th Sept 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ପାରିବାରିକ ସ୍ଥିରତା ହଠାତ୍ ଆସି ନପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ ।
ଦ୍ୱିଜା- ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । ପରିକ୍ଷାର୍ଥୀ ମାନେ କଠିନ ପରିଶ୍ରମ କରି ସଫଳତା ଲାଭକରିବେ । ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ରହିବେ ।
କୃତିକା- ଆୟର ଯଥେଷ୍ଟ ଅର୍ଥ ସାମାଜିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରି ପାରନ୍ତି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ଛାତ୍ର ଛାତ୍ରୀମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଦେବୀ ବଗଳାମୁଖିଙ୍କ ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ବିଦେଶୀ ବନ୍ଧୁଙ୍କ ଦ୍ୱାରା ଅଧିକ ଉପକୃତ ହେବେ । ସୁସ୍ଥ ମାନସିକତା ରକ୍ଷା କରିବେ । ଭାଇଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ଲାଭ କରିପାରନ୍ତି । ଚିନ୍ତା ମୁକ୍ତ ରହିବେ ।
ରୋହିଣୀ- ବିବାହ ଆଶାୟୀ ଯୁବକ, ଯୁବତୀ ମାନଙ୍କ ପାଇଁ ନିଜ ପସନ୍ଦର ଜୀବନସାଥୀ ମିଳିପାରେ । ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ । ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମ ଗୁଡିକୁ ସବୁ ଠିକ୍ଠିକ୍ ହୋଇଯିବ ।
ମୃଗଶିରା-ନିଜ ପାଇଁ କିଛି ବାସୋପଯୋଗି ଭୂମି ବା ଘର କ୍ରୟ କରିପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ମହିଳା ମାନଙ୍କର ପାରିବାରିକ ଜୀବନ ଆନନ୍ଦରେ କଟିବ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରିବେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବା ସକାଶେ ଆହୂତ ହୋଇପାରନ୍ତି । ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ।
ଆଦ୍ରା- ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି । ଶିକ୍ଷାର୍ଥୀ ମାନେ ଆତ୍ମ ନିର୍ଭରଶୀଳ ରହିବେ ।
ପୁନର୍ବସୁ- ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ରାସ୍ତାରେ ଯୀବାବେଳେ ସତର୍କ ରୁହନ୍ତୁ ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ମହିଳା ମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସିନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ଶାରୀରିକ କ୍ଲାନ୍ତି ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ ।
ପୁଷ୍ୟା- ରାଜନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭ ପାଇବେ । ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ ।
ଅଶ୍ଲେଷା- ବିବାଦୀୟ ପରିସ୍ଥିତିକୁ ମନବୁଝାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରିପାରନ୍ତି । ସମାଜ ସେବାରେ ଉଲ୍ଲେଖନୀୟ ସଫଳତା ଲାଭ କରିବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ-
ମଘା- ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ । ବ୍ୟବସାୟରେ ଲାଭପ୍ରଦ ହେବେ ଓ ସୈଖିନ ଦ୍ରବ୍ୟ ସଂଗ୍ରହ କରିବେ। ଅଫିସ ଆଜି ନିଜ କାମକୁ ନେଇ ବ୍ୟସ୍ତ ରହିବେ ।
ପୂ,ଫାଲଗୁନି- ଶିକ୍ଷାର୍ଥୀ ମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ । ବ୍ୟବସାୟରେ ଉତରୋତର ଉନ୍ନତି ରହିବ । ଅନେକ ଗୁଡିଏ କାମ ଅଟକି ଯାଇ ଥିବାରୁ ଅନ୍ୟମନସ୍କ ରହିବେ
ଉ,ଫାଲଗୁନି- ଜମିରେ ନିବେଶ ପାଇଁ ଶୁଭ ରହିବ । ଆପଣଙ୍କ ସ୍ୱଭାବ ଆଖପାଖର ବାତାବରଣକୁ ମଜାଦାର କରିବ । ଅନ୍ୟ ମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କନ୍ୟା-
ଉ,ଫଳଗୁନି- ସାମାନ୍ୟ ଶାରୀରିକ ସମସ୍ୟା ଦେଖାଦେବା ସହ ଦୁର୍ବଳତା ଅନୁଭବ କରିବେ । ଦାମ୍ପତ୍ୟ ସୁଖରେ ଆସାଜନକ ଫଳପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦର ସମାଧାନ ହେବ ।
ହସ୍ତା- କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପୂରସ୍କୃତ ହେବେ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ବିଦେଶ ଗ୍ରସ୍ତ କରିପାରନ୍ତି । ରାଜନୀତିରେ ପ୍ରଗତିର ଭାବମୂର୍ତି ରକ୍ଷା କରି ଚାଲିବା କଠିନ ହୋଇ ପଡିବ ।
ଚିତ୍ରା- ପରିବାରର ମାମଲା ଘରେହିଁ ସମାଧାନ ହୋଇଯିବ । ମହିଳା ମାନେ ଆନନ୍ଦମୟ ମୁହୂର୍ତ କାଟିବେ । ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେବ । ନୂତନ ଆୟପନ୍ଥା ପାଇଁ ଚିନ୍ତିତ ରହିବେ ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ସାଧାରଣ କଥାରେ ପତ୍ନୀଙ୍କ ସହ ସାମାନ୍ୟ ମନୋମାଳିନ୍ୟ ଘଟିପାରେ । ପ୍ରିୟଜନଙ୍କ ଠାରୁ ପସନ୍ଦର ଉପହାର ମିଳିବ । ଆଜି କୈାଣସି ଆନୁଷ୍ଠାନିକ କାମରେ ନିୟୋଜିତ ରହିବେ ।
ସ୍ୱାତୀ- ସନ୍ତାନ ମାନଙ୍କ ସାଫଲ୍ୟ ମନରେ ଖୁସି ଆଣିଦେବ । ରାଜନୀତିରେ ନାନା ପ୍ରକାର ସମସ୍ୟା ଭିତରେ ଗତି କରିପାରନ୍ତି । ବାଣିଜ୍ୟ ବ୍ୟବସାୟରେ ସ୍ଥିର ଅବସ୍ଥା ଲାଗି ରହିବ । ଘର ପାଇଁ ଆସବାବ କ୍ରୟ କରିବେ ।
ବିଶାଖା- ପଢାପଢିରେ ଆଗେଇ ଚାଲିବେ ଓ ଶାନ୍ତ ରହିବେ । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଂଶସିତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ
ବିଛା-
ବିଶାଖା- କର୍ମ କ୍ଷେତ୍ରରେ ବିଶେଷ ଅସୁବିଧା ରହିବ ନାହିଁ । ପାରିବାରିକ ବିଶୃଙ୍ଖଳା ଦେଖାଦେବା ସହିତ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ । ଅଧିକ ପରିଶ୍ରମ ହେତୁ ଦେହରେ ଦୁର୍ବଳତା ଦେଖାଦେବ ।
ଅନୁରାଧା- ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଂଶସିତ ହେବେ । କର୍ମକ୍ଷେତ୍ରରେ ଜବରଦସ୍ତି ନ୍ୟାୟ ମିଳିବା ଫଳରେ ପଦୋନ୍ନତି ସୂଚନା ପାଇ ମନ ଆନନ୍ଦ ହେବ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ ।
ଜ୍ୟେଷ୍ଠା-ନିଜର ଦକ୍ଷତା ଅନୁସାରେ କର୍ମ କ୍ଷେତ୍ରରେ ଉଚ୍ଚତର ପଦ ପାଇପାରନ୍ତି । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି । ମହିଳା ମାନେ ଦୁଃଖିତ ରହିବେ ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା- ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବା ସହିତ ଘରୋପକରଣ ଜିନିଷ ମଧ୍ୟ ଆଣି ପାରନ୍ତି । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ସାମାଜିକ ସହଯୋଗ ଲାଭ କରିବେ ।
ପୂ,ଷାଢା- ଚାକିରି କ୍ଷେତ୍ରରେ ଅଧୀନସ୍ଥ କର୍ମଚାରୀ ହଇରାଣରେ ପକାଇ ପାରନ୍ତି । ଦୀର୍ଘଦିନରୁ ଅଟକି ଥିବା ବ୍ୟବସାୟ ଭିତିକ କାମ ଗୁଡିକ ସୁରୁଖୁରୁରେ ହୋଇଯିବ । ଆନୁଷ୍ଠାନିକ କାମରେ ଭଲ ପରାମର୍ଶ ଦେଇ ପ୍ରିୟପାତ୍ର ହୋଇପାରିବ ।
ଉ,ଷାଢା- ନିଜର ଖର୍ଚ୍ଚ ଉପରେ ଆୟତ ରଖନ୍ତୁ ନଚେତ୍ ଭବିଷ୍ୟତରେ ହଇରାଣ ହୋଇପାରନ୍ତି । ବ୍ୟବସାୟ ସଂସ୍ଥାନ ସାଫଲ୍ୟ ଦାୟକ ହେବ । ବନ୍ଧୁ ମାନଙ୍କ ସହିତ ବୁଲାବୁଲିରେ ସମୟ ଅତିବାହିତ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ଉ,ଷାଢା- ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି । ଭାଇ ବନ୍ଧୁମାନେ ସାହାର୍ୟ୍ୟ ପାଇ ଆନୁଷ୍ଠାନିକ କାମ ହାସଲ କରିବେ । ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅନେକ ସଫଳତା ପାଇବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବେ ।
ଶ୍ରବଣା- ପୁରୁଣା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତୁପକ୍ଷଙ୍କ ଶ୍ରଦ୍ଧାର ପାତ୍ର ହେବ । ଚଳଚ୍ଚିତ୍ର, ସଙ୍ଗିତ କ୍ଷେତ୍ରରେ ଥିବା ବ୍ୟକ୍ତି ମାନେ ଅଧିକ ଲାଭବାନ୍ ହେବେ ।
ଧନିଷ୍ଠା- ଶତୃକୁ ଶରଣାଗତ କରାଇପାରନ୍ତି । ମହିଳା ମାନେ ଉଦାର ସ୍ୱଭାବ ରହିବେ । ଉତରାଧିକାରୀ ସୂତ୍ରରେ କୈାଣସି ସମ୍ପତିର ମାଲିକାନା ପାଇପାରନ୍ତି । ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ-
ଧନିଷ୍ଠା- ଅଚିହ୍ନା ଲୋକଙ୍କ ଠାରୁ ସାହାର୍ୟ୍ୟ ପାଇବେ । ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ । ଚଳଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ ।
ଶତଭିଷା- ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳ ହେବେ । ରାଜନୀତିରେ ଚାପରେ ଗତିକରିବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି । ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ ।
ପୂ,ଭାଦ୍ରପଦ- ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଅପେକ୍ଷା କରିଥିବା ଖବରଟି ନପାଇ ବ୍ୟସ୍ତ ହୋଇପଡିବେ । ମହିଳା ମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ମୀନ-
ପୂ,ଭାଦ୍ରପଦ- ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଲାଭଜନକ ହେବ । ପୂର୍ବରୁ କରିଥିବା କର୍ମ ପାଇଁ ପୁରସ୍କୃତ ହୋଇପାରନ୍ତି । ରହୁଥିବା ସ୍ଥାନ ପରିବର୍ତନ କରିପାରନ୍ତି ।
ଉ,ଭାଦ୍ରପଦ- ବିଦ୍ୟାର୍ଥୀ ମାନେ ବିଦ୍ୟାପ୍ରେମୀ ହୋଇପାରନ୍ତି । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଧାର୍ଯ୍ୟ କରିଥିବା ଲକ୍ଷ ପୂରଣ କରିବେ ।
ରେବତୀ- ମାଲିମକନ୍ଦମାରେ ଚିନ୍ତାଗ୍ରସ୍ତ ରହିବେ । ମହିଳା ମାନେ ନକାରତ୍ମକ ଚିନ୍ତାଧାରା ମନକୁ ସୃଷ୍ଟି ହେବ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।