Daily Horoscope 7th Aug 2026: ଆଜି ଏହି ରାଶିରେ ହୋଇପାରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶିଫଳ
ମେଷ-
ଅଶ୍ୱନୀ- ପରିବାରରେ ସୁଖ ଶାନ୍ତି ରାଜୁତି କରିବ, କିନ୍ତୁ ଏଥିପାଇଁ କିଛିଟା ସ୍ବାର୍ଥତ୍ୟାଗ ଜରୁରୀ ହୋଇପାରେ । ବନ୍ଧୁମାନଙ୍କୁ ଆପଣେଇ ନେଇ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ପରିଜନ ସହିତ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି।
ଦ୍ୱିଜା- ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରିଯିବ । ପଡୋଶୀଙ୍କ ସହାୟତାରେ କୌଶଳର ସହ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଅଟକି ରହିଥିବା କାମଗୁଡିକ ସହକର୍ମୀଙ୍କ ବଦାନ୍ୟତାରୁ ହୋଇଯିବ ।
କୃତିକା- ପରିବହନରେ ସମସ୍ୟା ଦେଖାଦେବା କାରଣରୁ ବ୍ୟସ୍ତ ହୋଇପାରନ୍ତି । ନୂତନ ଜାଗା ଜମି କ୍ରୟ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ
ବୃଷ-
କୃତିକା- କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ ।
ରୋହିଣୀ- ରାଜନୀତିରେ ସାହାସିକ ପଦକ୍ଷପ ନେଇ ଆଗକୁ ଅତିକ୍ରମ କରିବେ । ଅଫିସ୍ କାମରେ ସଂପୂର୍ଣ୍ଣ ବ୍ୟସ୍ତ ରହିବେ । ସାମାଜିକ କାର୍ୟ୍ୟରେ ଆପଣଙ୍କ ରୁଚି ବଢିବ । ଖେଳାଳିଙ୍କ ଲାଗି ଦିନଟି ଭଲ ରହିବ ।
ମୃଗଶିରା- ସହକର୍ମୀ ମାନଙ୍କ ସହିତ ମନୋ ମାଳିନ୍ୟ ଘଟିପାରେ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଅଜଣା ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପାଣିରେ ଟିକେ ହଳଦୀ ମିଶେଇ ଗାଧାନ୍ତୁ
ମିଥୁନ-
ମୃଗଶିରା- ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢିଯାଇପାରେ । କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ । ବନ୍ଧୁଙ୍କ ଜରିଆରେ ସକାଳୁ ସକାଳୁ ଶୁଭ ଖବର ପାଇ ମନଟା ଖୁସୀ ହୋଇଯିବ।
ଆଦ୍ରା- ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ସତର୍କ ନ ରହିଲେ ପରିସ୍ଥିତି ବଦଳି ଯାଇପାରେ । ବେଖାତିର ମନୋଭାବ ହେତୁ ଉପର ଅଧିକାରୀ ରାଗି ପାରନ୍ତି । ରାଜନୀତିରେ ଶତୃମାନେ ବେଖାତିର କରିବେ ।
ପୁନର୍ବସୁ- ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଜମିଜମା, ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ସ୍ୱାସ୍ଥ୍ୟକୁ ନେଇ ନାନା ପ୍ରକାର ସମସ୍ୟାର ସାମନା କରିବାକୁ ପଡିପାରେ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ ।
ପୁଷ୍ୟା- ଶିକ୍ଷାରେ ପ୍ରଗତି ହେବାରେ ସମ୍ଭାବନା ଅଛି । ରାଜନିତିରେ ବିଶେଷ ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ । ଆଚାର ବ୍ୟବହାର, କଥାବାର୍ତାରେ ଆୟତ ନ ରଖିଲେ ଅସୁବିଧାରେ ପଡିପାରନ୍ତି ।
ଅଶ୍ଲେଷା- ଛାତ୍ରଛାତ୍ରୀମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ । ରାଜନୀତିରେ ଚାପରେ ଗତିକରିବେ । ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି
ସିଂହ-
ମଘା- ଘରେ ଅନେକ ସମୟରେ ଅଶାନ୍ତି ଲାଗିରହିବ । ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଘଟିବ । ଚାଲୁ ରହିଥିବା କୌଣସି ବ୍ୟବସାୟକୁ ବନ୍ଦ କରିବାକୁ ଚେଷ୍ଟା କରିବେ । ପିଲାମାନଙ୍କର ଅବାଧ୍ୟତା ଆପଣଙ୍କୁ ବ୍ୟଥିତ କରିବ ।
ପୂ,ଫାଲଗୁନି- ରାଜନୀତି କ୍ଷେତ୍ରରେ ଜନସମ୍ପର୍କ ସୁଦୃଢ ହୋଇ ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବେ । ଚତୁରତା ହେତୁ ବିଗିଡିଥିବା କର୍ମ କୁ ସଜାଡି ପାରିବେ । ବିଦ୍ୟାରେ ଉନ୍ନତି କରିବେ ।
ଉ,ଫାଲଗୁନି- ଆଧ୍ୟାତ୍ମିକ ଦିଗରେ ଅଧିକ ସମୟ ମନୋନିବେଷ କରିବେ । ବିବାହ ଆଶାୟୀ ଯୁବକ ଯୁବତୀମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । କିଛି ମୂଲ୍ୟବାନ ଅଳଙ୍କାର କ୍ରୟ କରିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ
କନ୍ୟା-
ଉ,ଫଳଗୁନି-ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଆଚରଣ ଭଲ ରହିବ । କ୍ଷମତା ଶାଳୀ ହେବାର ସୁଯୋଗ ଆସିବ । ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ
ହସ୍ତା- ନୂଆ କାମ ପାଇଁ ପ୍ଲାଲିଙ୍ଗ କରି ପାରନ୍ତି , ଯାହା ଆପଣଙ୍କୁ ସଫଳତା ଆଣିଦେବ । ପୁରା ସମୟ ଆନନ୍ଦ ଦାୟକ ରହିବ ଏବଂ ଚିନ୍ତା ମୁକ୍ତ ରହିବେ । ଲୋକ ମାନଙ୍କ ସହଯୋଗ ଆପଣଙ୍କ ମନବଳକୁ ସୁଦୃଢ କରିବ ।
ଚିତ୍ରା- ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ ରହିବେ । ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ
ତୁଳା-
ଚିତ୍ରା- ବାକି ପଡିଥିବା ଅର୍ଥକୁ ପାଇବେ । ନିଜର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବେ । କର୍ମ କ୍ଷେତ୍ରରେ ନିଜର ମାନ ସମ୍ମାନ ବୃଦ୍ଧି ପାଇବ । ପ୍ରେମିକା ପ୍ରେମିକ ମାନେ ନିକଟତା ହୋଇପାରନ୍ତି ।
ସ୍ୱାତୀ-ନିଜ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ । ଅଫିସିଆଲି କାମ ସହଜ ଓ ସୁବିଧାରେ ହେବ । ଦମ୍ପତି ମାନଙ୍କର ସନ୍ତାନ ଲାଭର ଯୋଗ ରହିଛି
ବିଶାଖା- ଯାନବାହାନ ଚାଳନାରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିବ । କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା-
ବିଶାଖା- କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ । ସାସ୍କୃତିକ ପରିବେଶରେ ଯୋଗ ଦାନ କରିପାରନ୍ତି । ପାରିବାରିକ ଜୀବନ ଶାନ୍ତିରେ କଟିବ ଏବଂ ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି ।
ଅନୁରାଧା- ଅଫିସ୍ରେ ଭାବିଥିବା କାମ ନିର୍ଦ୍ଧିରିତ ସମୟରେ ସମ୍ପୂର୍ଣ୍ଣ କରିବେ । ରାଜନୀତିରେ ଅଧିକାରୀଙ୍କ ପ୍ରତି ଆପଣଙ୍କ ବ୍ୟବହାର କୋମଳ ରଖନ୍ତୁ । ବିବାଦୀୟ ଘଟଣା ଟିକେ ଜଟିଳ ଆଡକୁ ଗତି କରିବ ।
ଜ୍ୟେଷ୍ଠା- ଛାତ୍ରଛାତ୍ରୀ ମାନେ ସ୍ୱାଭିମାନୀ ହେବେ । ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ । ସତ୍ କର୍ମରେ ବ୍ରତୀ ହୋଇ ପାରନ୍ତି । ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ପ୍ରଭୁ ନୃସିଂହଙ୍କ ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ବ୍ୟବହାରରେ ଶାଳୀନତା ରକ୍ଷା ନ କଲେ ଓଲଟା ଫଳ ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସାଙ୍ଗକୁ କଳା, ସାହିତ୍ୟ, ପ୍ରବଚନ, ଆଧ୍ୟାତ୍ମୀଖ ସଭାସମିତିରେ ସମ୍ମାନିତ ହେବେ । ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।
ପୂ,ଷାଢା- ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ମାନସିକ ସନ୍ତୁଳନ ହରାଇବେ । ରାଜନୀତି ତଥା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । କୌଣସି ଜନକଲ୍ୟାଣ ସଂସ୍ଥାରେ ଉଚ୍ଚପଦପଦବୀ ମିଳିପାରେ ।
ଉ,ଷାଢା- ମହିଳା ମାନେ ସ୍ୱାବଲମ୍ବୀ ହେବେ । ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସୁଧାର ଆସିବ । ନିଜର ଜମିବାଡି ବିକ୍ରୟ କରି ପାଇଥିବା ଅର୍ଥକୁ ଅନ୍ୟ କୌଣସି ସଂସ୍ଥାରେ ନିବେଶ କରିପାରନ୍ତି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର-
ଉ,ଷାଢା- ନିରନ୍ତର ଭାବରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଗୃହରେ କୈାଣସି ବ୍ୟକ୍ତିଙ୍କ ଠାରୁ ସୁଖ ସୁମ୍ବାଦ ପାଇବେ । ପ୍ରେମି ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବା ସହିତ ଉଭୟ ଉଭୟଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବେ ।
ଶ୍ରବଣା- ଆପଣଙ୍କ ପଥରେ ଲାଗି ରହିଥିବା ବାଧା ଦୂର ହେବ । ରାଜନୈତିକତା ଉତ୍ପରତା ବଢିବା ନିଶ୍ଚିନ୍ତତା ଅନୁଭବ କରିବେ । ସରକାରୀ କ୍ଷେତ୍ରରୁ ବିପୁଳ ପରିମାଣର ଟଙ୍କା ପାଇପାରିବେ ।
ଧନିଷ୍ଠା- ବିଶିଷ୍ଠ ଓକିଲଙ୍କ ସହ ବୈଠକ କରିବାରେ ଅବସର ପାଇବେ । ଭାବିଥିବା କୈାଣସି ଜରୁରୀ କାମ ସଂପୂର୍ଣ୍ଣ ହେବ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ
କୁମ୍ଭ-
ଧନିଷ୍ଠା- ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପ୍ରିୟଜନମାନଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିବେ।
ଶତଭିଷା- କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲେକ୍ଷ୍ମୀ କୃପା ପ୍ରାପ୍ତି ହେବ । ବନ୍ଧୁଙ୍କ ସହ ମନାନ୍ତରଜନିତ ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି।
ପୂ,ଭାଦ୍ରପଦ- ନୂତନ ଯାନବାହନ, ଜମିଜମା, କ୍ରୟ, ବିକ୍ରୟ ନେଇ ଆଲୋଚନାରେ ଅଗ୍ରଗତି ଘଟିବ । ନିଜର ଦକ୍ଷତା ଓ ଦୃଢ଼ତା ବଳରେ ଅସାଧ୍ୟ ସାଧନ କରିବେ । କ୍ରିଡା କ୍ଷେତ୍ରରେ ଆଶାତିତ ସଫଳତା ପାଇପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ପୂ,ଭାଦ୍ରପଦ- ପ୍ରେମ ଜୀବନ ମଧୁରମୟ ରହିବ । କୈଣସି କାମରେ ଆଶା ଠାରୁ ଅଧିକ ଲାଭ ପାଇବେ । ବ୍ୟପାର ବୃର୍ତିରେ ପ୍ରଗତି ହେବ ଶୃଖଂଳିତ ଭାବରେ କର୍ମ କରି ସଫଳତା ପାଇବେ ।
ଉ,ଭାଦ୍ରପଦ- ବ୍ୟବସାୟରେ ସାମାନ୍ୟ ପରିବର୍ତନ ହେତୁ ସାନସିକ ସ୍ଥିରତା ଅକ୍ଷୁର୍ଣ୍ଣ ରହିବ । ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଯେଉଁ ବ୍ୟକ୍ତି ମାନେ ନୂଆ ଚାକିରି ଚାହୁଁଛନ୍ତି ସେମାନେ ଏଥିରେ ସଫଳ ହେବେ ।
ରେବତୀ- ବିଦ୍ୟାର୍ଥୀମାନେ ଲେଖାପଢାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।