Dark Chocolate: ଚକୋଲେଟ୍‌ ଦୁନିଆରେ ନୂଆ ଟ୍ରେଣ୍ଡ୍‌, ଡାର୍କ ଚକୋଲେଟ୍‌କୁ ଭଲପାଉଛନ୍ତି ଭାରତୀୟ!

Oct 24, 2026 - 12:16
Dark Chocolate: ଚକୋଲେଟ୍‌ ଦୁନିଆରେ ନୂଆ ଟ୍ରେଣ୍ଡ୍‌, ଡାର୍କ ଚକୋଲେଟ୍‌କୁ ଭଲପାଉଛନ୍ତି ଭାରତୀୟ!

ନୂଆଦିଲ୍ଲୀ: ମିଠା ଖାଇବାକୁ କିଏ ବା ଭଲ ନପାଏ!

ଖୁସିର ମୁହୂର୍ତ୍ତ ହେଉ କି ମନ ଖରାପ, ଚକୋଲେଟ୍ ଖାଇଦେଲେ ମନ ହାଲୁକା ହୋଇଯାଏ ବୋଲି ଅନେକଙ୍କ ବିଶ୍ୱାସ।

ହେଲେ ଏବେ ଚକୋଲେଟ୍ ଦୁନିଆରେ ବଦଳୁଛି ଟ୍ରେଣ୍ଡ୍‌!

ମିଲ୍କ ଚକୋଲେଟ୍‌କୁ ପଛରେ ପକାଇ ଧୀରେ ଧୀରେ ଭାରତୀୟଙ୍କ ମନ ଜିଣୁଛି ଡାର୍କ ଚକୋଲେଟ୍।

ଏହାର କଡ଼ା-ମିଠା ସ୍ୱାଦକୁ ନେଇ ବଢ଼ୁଛି ଲୋକଙ୍କ ଆଗ୍ରହ।

ଆଉ ଏହି ଆଗ୍ରହ ଏବେ ବଜାରରେ ଦେଖାଇଛି ବଡ଼ ପ୍ରଭାବ।

ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଡାର୍କ ଚକୋଲେଟ୍ କିଣୁଥିବା ପରିବାରଙ୍କ ସଂଖ୍ୟା ୪୫ ପ୍ରତିଶତ ବଢ଼ିଛି।

ତେବେ ହଠାତ୍ ଡାର୍କ ଚକୋଲେଟ୍ ପ୍ରତି କାହିଁକି ବଢ଼ୁଛି ଏତେ କ୍ରେଜ୍?

ରିସର୍ଚ୍ଚ ଏଜେନ୍ସି ୱାର୍ଲ୍ଡପ୍ୟାନେଲ୍ ବାଏ ନ୍ୟୁମେରେଟରର ତଥ୍ୟ କହୁଛି, ଅଗଷ୍ଟରେ ଶେଷ ହୋଇଥିବା ଗୋଟିଏ ବର୍ଷ ମଧ୍ୟରେ ଡାର୍କ ଚକୋଲେଟ୍ କିଣୁଥିବା ପରିବାରଙ୍କ ସଂଖ୍ୟାରେ ୪୫ ପ୍ରତିଶତ ବୃଦ୍ଧି ହୋଇଛି।

୨୦୨୪ରେ ଏହି ବୃଦ୍ଧି ୨୮.୨ ପ୍ରତିଶତ ଥିବାବେଳେ, ୨୦୨୫ରେ ଏହା ୧୧.୩ ପ୍ରତିଶତ ରହିଥିଲା।

ଅର୍ଥାତ୍ ଏବେ ଡାର୍କ ଚକୋଲେଟ୍‌କୁ ନେଇ ଭାରତୀୟଙ୍କ ଆଗ୍ରହ ବଢ଼ିବା ସହ ବଜାରରେ ଏହାର ଚାହିଦା ମଧ୍ୟ ବଢ଼ୁଛି।

ତେବେ ଏହାକୁ କିଣୁଥିବା ପରିବାରଙ୍କ ଅଂଶ ଏବେ ବି ମାତ୍ର ୮.୫ ପ୍ରତିଶତ।

ଏହାର ୮୭ ପ୍ରତିଶତ ଚାହିଦା ଆସୁଛି ସହରାଞ୍ଚଳରୁ।

ତେଣୁ ଡାର୍କ ଚକୋଲେଟ୍ ବଜାରରେ ବୃଦ୍ଧିର ବଡ଼ ସମ୍ଭାବନା ଥିବା କୁହାଯାଉଛି।

ଏହି ପରିବର୍ତ୍ତନ ପଛରେ ରହିଛି ଅନେକ କାରଣ।

ପ୍ରଥମଟି ହେଉଛି ସ୍ୱାସ୍ଥ୍ୟକୁ ନେଇ ବଢ଼ୁଥିବା ସଚେତନତା।

ସାଧାରଣ ଚକୋଲେଟ୍ ତୁଳନାରେ ଡାର୍କ ଚକୋଲେଟ୍‌ରେ କୋକୋର ପରିମାଣ ଅଧିକ ରହିଥାଏ।

ସାଧାରଣତଃ ଏଥିରେ ୫୦ ପ୍ରତିଶତରୁ ଅଧିକ କୋକୋ ରହିଥାଏ।

ଏଥିସହ ଲୋକଙ୍କ ଆୟ ବଢ଼ିବା, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ନୂଆ ସ୍ୱାଦ ଚାଖିବାର ଇଚ୍ଛା ଏହାର ଚାହିଦା ବଢ଼ାଉଛି।

ଚକୋଲେଟ୍ ବଜାରରେ ପ୍ରିମିୟମ୍ ଉତ୍ପାଦ ପ୍ରତି ଲୋକଙ୍କ ଆଗ୍ରହ ମଧ୍ୟ ଏହି ଟ୍ରେଣ୍ଡ୍‌କୁ ଆଗକୁ ନେଉଛି।

ତେବେ ମନେରଖିବା ଜରୁରୀ, ଡାର୍କ ଚକୋଲେଟ୍‌ରେ ଅଧିକ କୋକୋ ଥିଲେ ମଧ୍ୟ ଏହାର ସବୁ ଉତ୍ପାଦ ସମାନ ନୁହେଁ।

ଚିନି ଓ କ୍ୟାଲୋରିର ପରିମାଣ ଦେଖି ଏହାକୁ ଖାଇବା ଉଚିତ।

Advertisment Cloves Benefits: ସକାଳୁ ଖାଲି ପେଟରେ ୨ଟି ଲବଙ୍ଗ!

ପେଟଠୁ ଦାନ୍ତ, କେତେ ଫାଇଦା କେବଳ ସ୍ୱାଦ କି ସ୍ୱାସ୍ଥ୍ୟ ସଚେତନତା ନୁହେଁ, ଡାର୍କ ଚକୋଲେଟ୍‌ର ଲୋକପ୍ରିୟତା ବଢ଼ାଇବାରେ ବଡ଼ ଭୂମିକା ନେଉଛି କ୍ୱିକ୍ କମର୍ସ।

ଘରେ ବସି ମୋବାଇଲ୍‌ରେ ଅର୍ଡର କଲେ ଅଳ୍ପ ସମୟ ମଧ୍ୟରେ ହାତପାହାନ୍ତାରେ ପହଞ୍ଚିଯାଉଛି ପ୍ରିମିୟମ୍ ଚକୋଲେଟ୍।

ଯେଉଁ ଉତ୍ପାଦ ସବୁ ସ୍ଥାନୀୟ ଦୋକାନରେ ସହଜରେ ମିଳୁନଥିଲା, ଏବେ ତାହା କିଣିବା ହୋଇଯାଇଛି ସହଜ।

ଏପରିକି ଘର ବାହାରେ ଡାର୍କ ଚକୋଲେଟ୍ କିଣିବା ଓ ଖାଇବାରେ ମଧ୍ୟ ଗୋଟିଏ ବର୍ଷରେ ୧୯ ପ୍ରତିଶତ ବୃଦ୍ଧି ହୋଇଛି।

ଭାରତର ଚକୋଲେଟ୍ ବଜାର ପ୍ରାୟ ୧୫ ହଜାର କୋଟି ଟଙ୍କାର ହୋଇଥିବାବେଳେ, ଏଥିରେ ଡାର୍କ ଚକୋଲେଟ୍‌ର ଭାଗ ଏବେ ବି କମ୍।

ଅଧିକ ଦାମ୍ ଓ ସୀମିତ ବିତରଣ ବ୍ୟବସ୍ଥା ଯୋଗୁଁ ଗ୍ରାମାଞ୍ଚଳରେ ଏହାର ପହଞ୍ଚ ମଧ୍ୟ କମ୍ ରହିଛି।

ତେବେ ଗୋଟିଏ କଥା ସ୍ପଷ୍ଟ, ଭାରତୀୟଙ୍କ ଖାଦ୍ୟ ପସନ୍ଦ ବଦଳୁଛି।

ସାଧାରଣ ଚକୋଲେଟ୍‌ରୁ ପ୍ରିମିୟମ୍ ଡାର୍କ ଚକୋଲେଟ୍‌ ପର୍ଯ୍ୟନ୍ତ ଲୋକଙ୍କ ଆଗ୍ରହ ବଢ଼ୁଛି।

ଆଗକୁ ଏହି କ୍ରେଜ୍ କେତେ ବଢ଼ିବ ଏବଂ ଡାର୍କ ଚକୋଲେଟ୍ ବଜାର କେତେ ବଡ଼ ହେବ, ତାହା ଉପରେ ରହିବ ସମସ୍ତଙ୍କ ନଜର।

ହେଲେ ମନେରଖନ୍ତୁ, ଡାର୍କ ଚକୋଲେଟ୍ ହେଲେ ବି ମାତ୍ରାଧିକ ଖାଇବା ଠିକ୍ ନୁହେଁ।

ସ୍ୱାଦ ସହ ସ୍ୱାସ୍ଥ୍ୟର ସନ୍ତୁଳନ ରଖିବା ହିଁ ସବୁଠୁ ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।