16 SEPTEMBER 2026

Welcome!

Unlock your personalized experience.
Sign Up

De-addiction centre: ଘୋଷଣାର ୧୦ବର୍ଷ ପରେ ବି... ନିଶା ନିବାରଣ କେନ୍ଦ୍ର ଅଧାପନ୍ତରିଆ

Sep 15, 2026 - 03:28
De-addiction centre: ଘୋଷଣାର ୧୦ବର୍ଷ ପରେ ବି... ନିଶା ନିବାରଣ କେନ୍ଦ୍ର ଅଧାପନ୍ତରିଆ

ଭୁବନେଶ୍ବର: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ୨୦୧୬-୧୭ ମସିହାରେ ସରକାରୀସ୍ତରରେ ନିଶା ନିବାରଣ କେନ୍ଦ୍ର(ଡିଏସି) ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ଭିତରେ ୧୦ବର୍ଷ ବିତିବାକୁ ବସିଲାଣି, ମାତ୍ର ୨ଟି ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ହୋଇପାରିଛି। ଗୋଟିଏ ପଟେ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ଅନ୍ତେବାସୀଙ୍କୁ ମାଡ଼ ମାରିବା ସହ ମୃତାହତ ଅଭିଯୋଗ ହେଉଛି। ହେଲେ ସରକାରୀ ସ୍ତରରେ ଏହି କେନ୍ଦ୍ର ପ୍ରତିଷ୍ଠା ତ୍ବରାନ୍ବିତ ନ ହେବା ଯୋଗୁଁ ରାଜ୍ୟରେ ନିଶାମୁକ୍ତି ଅଭିଯାନ ସମ୍ପୂର୍ଣ୍ଣ ସଫଳ ହେବା ‌ନେଇ ଆଶଙ୍କା ସୃଷ୍ଟି ହୋଇଛି। 

Nuakhai 2026: ‘ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ’

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, କଟକସ୍ଥିତ ଏସ୍‌ସିବି, ଏମ୍‌କେସିଜି, ବ୍ରହ୍ମପୁର, ଭିମ୍‌ସାର, ବୁର୍ଲା, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ରାଉରକେଲା, ଅନୁଗୋଳ, ବଲାଙ୍ଗୀର, ମୟୂରଭଞ୍ଜପୁରୀଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାକୁ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଏସବୁ କେନ୍ଦ୍ର ସଂପୂର୍ଣ୍ଣଭାବେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ପରିଚାଳିତ। ବର୍ତ୍ତମାନସୁଦ୍ଧା କେବଳ ଏମ୍‌କେସିଜିରେ ୩୦ଶଯ୍ୟା ଓ ମୟୂରଭଞ୍ଜରେ ୧୦ ଶଯ୍ୟା ବିଶିଷ୍ଟ ନିବାରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିଛି।

୯ଟିରୁ ନିର୍ମାଣ ହୋଇଛି ୨
ଜେଲ୍‌ରେ ଥେରାପି ନେଉଛନ୍ତି ୩ହଜାର ନିଶାଡ଼ି

ରାଜ୍ୟର ୩ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ ରାଉରକେଲା ପାଇଁ ୨ଜଣ ଲେଖାଏଁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡିଏସି ପାଇଁ ଜଣେ ଲେଖାଏଁ କ୍ଲିନିକାଲ ସାଇକୋଲୋଜିଷ୍ଟ(ସିପି) ଓ ସାଇକିୟାଟ୍ରିକ୍‌ ସୋସିଆଲ ୱାର୍କର(ପିଏସ୍‌ଡବ୍ଲୁ) ପଦ ମଞ୍ଜୁର ହୋଇଛି। କେବଳ କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ରେ ଉଭୟ ପଦରୁ ଗୋଟିଏ ଲେଖାଏଁ ପଦବି ଖାଲି ରହିଛି। ୨୦୨୧ ମସିହାରେ ରାଜ୍ୟ ମାନସିକ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ(ଏସ୍‌ଏମ୍‌ଏଚ୍‌ଏ)ରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଜିଲ୍ଲା ମାନସିକ ସ୍ବାସ୍ଥ୍ୟ ୟୁନିଟ୍‌ ଗୁଡ଼ିକୁ ଜିଲ୍ଲା ସହ ଯୋଡ଼ି ଦିଆଯାଇଛି। ଯାହାଫଳରେ ଉପଯୁକ୍ତ ସ୍କ୍ରିନିଂ, ଡାଏଗ୍ନୋସିସ୍‌, ଚିକିତ୍ସା, କାଉନସେଲିଂ ଓ ଫଲୋଅପ୍‌ ହୋଇପାରିବ। କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ମାଗଣାରେ ଡାଏଗ୍ନୋସିସ୍‌, ଔଷଧ ଓ ଚିକିତ୍ସା ମାଗଣାରେ ଦେବାର ବ୍ୟବସ୍ଥା ରହିଛି। ସେମାନଙ୍କ ପାଇଁ ଟେଲି ସ୍ବାସ୍ଥ୍ୟ ସେବା ମଧ୍ୟ ଉପଲବ୍ଧ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ଜେଲ୍‌ରେ ପ୍ରାୟ ୩ହଜାର ନିଶାଡ଼ି ରହିଛନ୍ତି। ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ଥେରାପି ଦିଆଯାଉଛି। 

Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ପୂର୍ବରୁ ୧୮୭୯ ନିଶାଡ଼ିଙ୍କୁ ଚିକିତ୍ସା କରାଯାଉଥିଲା, ବର୍ତ୍ତମାନ ଆହୁରି ୯୯୩ଜଣ ଏଥିରେ ସାମିଲ ହୋଇଛନ୍ତି। ଯାହାଫଳରେ ଜେଲ୍‌ରେ ଥିବା ସମୁଦାୟ ନିଶାଡ଼ିଙ୍କ ସଂଖ୍ୟା ୨୮୭୨କୁ ବୃଦ୍ଧି ପାଇଛି। ଘରୋଇ ନିଶା ନିବାରଣ କେନ୍ଦ୍ରରେ ବାରମ୍ବାର ଅନ୍ତେବାସୀଙ୍କ ମୃତ୍ୟୁ ଅଭିଯୋଗ ପରେ ରାଜ୍ୟରେ ଥିବା ସମସ୍ତ ନିଶା ନିବାରଣ କେନ୍ଦ୍ର(ସରକାରୀ ଓ ବେସରକାରୀ)ର ତଥ୍ୟ ଖୋଜିଥିଲେ ରାଜ୍ୟ ସରକାର। ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନେକ ଘରୋଇ ଅନୁଷ୍ଠାନ ସରକାରଙ୍କଠାରୁ ଆବଶ୍ୟକ ଅନୁମତି ନେଉ ନ ଥିବାରୁ ସେମାନଙ୍କ ତାଲିକା ମଧ୍ୟ ସରକାରଙ୍କ ପାଖରେ ନାହିଁ। ଏପରିକି କେନ୍ଦ୍ର ସରକାରଙ୍କ ମଧ୍ୟରେ କେତେକ କେନ୍ଦ୍ର ପରିଚାଳିତ ହେଉଛି ତାହା ଜଣାନାହିଁ। ତେଣୁ ଏସବୁ କେନ୍ଦ୍ର କେବେଠାରୁ ପ୍ରତିଷ୍ଠା ହୋଇଛି ଓ କେତେ ସଂଖ୍ୟକ କର୍ମଚାରୀ ଏଠାରେ କାର୍ଯ୍ୟ କରୁଛନ୍ତି, ସେ ସଂପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସ୍‌ଏସ୍‌ଓ)ଙ୍କୁ ପତ୍ର ଜାରି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।