Dead: ଶବଦାହ କରିବାକୁ ଯାଇଥିଲେ; ଶବ ପାଲଟିଗଲେ ଯୁବକ

Aug 22, 2026 - 21:12
Dead: ଶବଦାହ କରିବାକୁ ଯାଇଥିଲେ; ଶବ ପାଲଟିଗଲେ ଯୁବକ

"ବେଗୁନିଆପଡା: ଶବ ଦାହ କରିବାକୁ ଯାଇ ଶ୍ମଶାନରେ ହୃଦଘାତରେ ଟଳି ପଡିଲେ।

ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ।

ମୃତ ଯୁବକ ହେଲେ କରୁଣାକର ସାହୁ (୪୨)।

Advertisment ଭାଲିଆଝର ଗ୍ରାମର ବଳିଆ ପାଣ୍ଡିଙ୍କ ପୁଅ ମାନସ ପାଣ୍ଡି (୪୫)ଙ୍କର ଆଜି ସକାଳୁ ମୃତ୍ୟୁ ହେବା ପରେ ତାଙ୍କୁ ଗ୍ରାମ ଶ୍ମଶାନକୁ ସଂସ୍କାର କରିବାକୁ ନିଆଯାଇଥିଲା।

ତାଙ୍କ ଶବ ସତ୍କାର କରିବା ଲାଗି ଏହି ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର କନିଆରୀ ବାଡ଼ି ଗ୍ରାମର ମନାସଙ୍କ ସଙ୍ଗାତ ସମ୍ପର୍କୀୟ ଭୋବନି ସାହୁଙ୍କ ପୁଅ କରୁଣାକର ସାହୁ ଯାଇଥିଲେ।

ମନାସଙ୍କ ଶବ ଦାହ ସମୟରେ କରୁଣାକରଙ୍କ(୪୨) ହୃଦଘାତ ହେବା ଯୋଗୁଁ ସେ ସେଠାରେ ଟଳି ପଡିଲେ।

ତାଙ୍କୁ ତୁରନ୍ତ ସୁମଣ୍ଡଳ ମେଡିକାଲକୁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଘରେ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ମୃତ ମନାସ ମଧ୍ୟ ସୁମଣ୍ଡଳ ସ୍ଥିତ ଏକ ଗ୍ୟାସ ଏଜେନସିରେ ସପ୍ଲାୟାର ଭାବେ କାର୍ଯ୍ୟ କରୁଥିଲେ।ଘଟଣା ଘଟିବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Heart health tips: ହୃଦଘାତ ପ୍ରତିରୋଧ ପାଇଁ ୫ଟି ସରଳ ଅଭ୍ୟାସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।