Dead: ସିନେମା ହଲରେ ହୃଦଘାତରେ ଟଳି ପଡ଼ିଲେ ଯୁବକ
"ରାୟଗଡ଼ା (ଶିବ ପ୍ରସାଦ ଦୋରା): ସିନେମା ହଲରେ ହୃଦଘାତରେ ଟଳି ପଡିଲେ ଯୁବକI ମୃତକ ହେଲେ କାକର୍ଲା ରାଘବା I ସୂଚନାରୁ ଜଣାପଡିଛି ରାଘବା ଆଜି ରେଳବାଇ ଷ୍ଟେସନ ନିକଟସ୍ଥ ଏକ ସିନେମା ହଲରେ ଚଳଚ୍ଚିତ୍ର ଦେଖୁଥିଲେI ଫିଲ୍ମ ଦେଖୁଥିବା ସମୟରେ ତାଙ୍କୁ ହୃଦଘାତ ହୋଇ ସେ ଟଳି ପଡ଼ିଥିଲେI ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେI Advertisment ରାଘବା ଉଚ୍ଚ ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସିତ ହେଉଥିଲେI ପୂର୍ବତନ କାଉନସିଲରଙ୍କ ସମ୍ପର୍କୀୟ ବୋଲି ସୂଚନାରୁ ଜଣାପଡ଼ିଛିI ଆଜି ରାୟଗଡ଼ା ସଦର ମହକୁମାରେ ହୃଦଘାତରେ ମୃତ୍ୟୁ କରିଥିବା ଦ୍ଵିତୀୟ ଘଟଣାI ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିI ଗୋଟିଏ ଦିନରେ ଦୁଇ ଜଣ ଯୁବକଙ୍କ ହୃଦଘାତ ଜନିତ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଛିI କ୍ରିକେଟ୍ ଖେଳ ହେଲା କାଳ, ହୃଦଘାତରେ ଆର ଆଇ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।