Dead Body: କୁଟିବାରି ନାଳରୁ ପୋତା ଯାଇଥିବା ଗଳିତ ମୃତଦେହ ଉଦ୍ଧାର

Nov 01, 2026 - 14:45
Dead Body: କୁଟିବାରି ନାଳରୁ ପୋତା ଯାଇଥିବା ଗଳିତ ମୃତଦେହ ଉଦ୍ଧାର

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ତୁମାଣ୍ଡି ପଞ୍ଚାୟତ କୁଟୀବାରି ଗାଁ ନିକଟସ୍ଥ ଡବାଖୋଲ ନାଳରୁ ଜଣେ ବ୍ୟକ୍ତିଙ୍କ ପୋତା ଯାଇଥିବା ମୃତଦେହ କୁ ଉଦ୍ଧାର କରିଛି ପୁଲିସ ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ଟାକରା ଅଶ୍ୱିନ ବେରେଣା ଗ୍ରାମର ବିରଞ୍ଚି ନାଏକ।

Advertisment ବିରଞ୍ଚି ତୁମାଣ୍ଡି ଗାଁ ନିକଟ କୁଟିବାରି ଜଙ୍ଗଲ ଭିତରେ ଘର କରି ରହିଥିବା ରଞ୍ଜନ ବେହେରାଙ୍କୁ ବଳଦ ବିକ୍ରି କରିଥିବା ବେଳେ ବିରଞ୍ଚି ଗତ ୨୯ ତାରିଖ ଗୁରୁବାର ଦିନ ଟଙ୍କା ପାଇଁ ଆସିଥିଲେ।ହେଲେ ଆଉ ଘରକୁ ଫେରି ନଥିଲେ।

ଯାହାକୁ ନେଇ ଘର ଲୋକେ ଏବଂ ଗାଁ ଲୋକେ ସମସ୍ତେ ମିଶି ୪ଦିନ ହେଲା ଖୋଜା ଖୋଜି କରି ନିରାଶ ହୋଇ ପଡ଼ିଥିଲେ।

ଗାଁ ରେ ମଙ୍ଗଳା ଠାକୁରଙ୍କ ଆଜ୍ଞା ନେଇ କହିଲେ କୁଟିବାରି ଜଙ୍ଗଲରେ ଥିବା ଡବାଖୋଲନାଳରେ ପୋତା ହୋଇଛି।

ଯାହାକୁ ନେଇ ଗାଁ ଲୋକ ମାନେ ଖୋଜାଖୋଜି କରିଥିଲେ।

ପ୍ରଥମେ ଚପଲ ଦେଖିଥିଲେ।

ପରେ ଦୁର୍ଗନ୍ଧ ହେବାରୁ ନାଳ ଭିତରେ ବିରଞ୍ଚି ନାଏକଙ୍କ ଗଳିତ ମୃତଦେହ ପୋତା ଯାଇଥିବା ଦେଖିବାକୁ ପାଇଥିଲେ।

ପୁଲିସ ତଦନ୍ତ ଚଳାଇଛି ଖବରପାଇ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ପହଞ୍ଚି ସାଇଣ୍ଟଫିକ ଟିମ୍ ଏବଂ ସାହାଯ୍ୟରେ ତଦନ୍ତ ଚଳାଇଛି।

ସେପଟେ ଅଭିଯୁକ୍ତ ରଞ୍ଜନ ବେହେରା ଫେରାର ରହିଛି।

ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କ କହିବା କଥା କିଛିମାସ ଧରି ରଞ୍ଜନ ବେହେରା ଏକାନ୍ତ ଜଙ୍ଗଲ ଭିତରେ ଗୁଣି ଗାରେଡ଼ି କାମ ଶିଖୁଥିଲେ, ପୁଲିସ ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଛି।

Piyush Tripathy: ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଖାନା କର୍ମଚାରୀଙ୍କୁ ମାଡ଼ ମାରିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।