Dead: ଇକ୍ୱେଡର୍ରେ ଦୁଇ କାରାଗାରରେ ଦଙ୍ଗା, ୮ ମୃତ ଓ ୧୦ ଆହତ
କ୍ୱିଟୋ: ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର୍ର ଦୁଇଟି କାରାଗାରରେ ଗୁରୁବାର ହୋଇଥିବା ଦଙ୍ଗାରେ ୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି।
ଦେଶର କାରାଗାର ପରିଚାଳନା ସଂସ୍ଥା (ଏସ୍ଏନ୍ଏଆଇ) ଏହି ସୂଚନା ଦେଇଛି।
କୋଟୋପାକ୍ସି ଓ ପିଚିଞ୍ଚା ପ୍ରଦେଶର ଦୁଇଟି କାରାଗାରରେ ଏହି ଘଟଣା ଘଟିଛି।
ଆହତମାନଙ୍କୁ ଚିକିତ୍ସା କରାଯାଉଛି।
Advertisment ଆହୁରି ପଢନ୍ତୁ : Literature: କବିତା ସ୍ତ୍ରୀଲୋକର ଉପପାଦ୍ୟ: କବୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ କଲମରୁ ନିଃସୃତ...
କୋଟୋପାକ୍ସି କାରାଗାରରେ ୪ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବାବେଳେ କ୍ୱିଟୋ ସହରର ପିଚିଞ୍ଚା କାରାଗାର ବା ଏଲ୍ ଇଙ୍କାରେ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଛି।
ଦଙ୍ଗାର କାରଣ ସମ୍ପର୍କରେ କର୍ତ୍ତୃପକ୍ଷ ସ୍ପଷ୍ଟ ସୂଚନା ଦେଇନାହାନ୍ତି।
ତେବେ ଅପରାଧୀ ଗୋଷ୍ଠୀ ଙ୍କ ମଧ୍ୟରେ ଶତ୍ରୁତା ଏହାର କାରଣ ହୋଇପାରେ ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି।
ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି।
ସେମାନଙ୍କୁ ସର୍ବାଧିକ ସୁରକ୍ଷା ବ୍ୟବସ୍ଥା ଥିବା ଏଲ୍ ଏନ୍କୁଏଣ୍ଟ୍ରୋ କାରାଗାରକୁ ସ୍ଥାନାନ୍ତର କରାଯିବ ବୋଲି ଏସ୍ଏନ୍ଏଆଇ କହିଛି।
ଦୁଇଟି କାରାଗାରରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ସୁରକ୍ଷା ବାହିନୀ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଆହୁରି ପଢନ୍ତୁ : Tourists : ସାଉଦି ଆରବରେ ଫସିଛନ୍ତି ୪ ହଜାର ଭାରତୀୟ ତୀର୍ଥଯାତ୍ରୀ ଇକ୍ୱେଡର୍ର କାରାଗାରଗୁଡ଼ିକରେ ଅପରାଧୀ ଗୋଷ୍ଠୀଙ୍କ ହିଂସା ଦୀର୍ଘଦିନ ଧରି ଚିନ୍ତାର କାରଣ ହୋଇଛି।
୨୦୨୧ରୁ ଏଠାକାର କାରାଗାରଗୁଡ଼ିକରେ ୫୦୦ରୁ ଅଧିକ କଏଦୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି।
କେତେକ କାରାଗାର ସାମରିକ ନିୟନ୍ତ୍ରଣ ରେ ଥିଲେ ମଧ୍ୟ ନିଶାଦ୍ରବ୍ୟ ଚୋରାଚାଲାଣରେ ସମ୍ପୃକ୍ତ ଗୋଷ୍ଠୀ ଭିତରୁ ହିଂସା ଓ ବଟି ଆଦାୟ ଭଳି କାର୍ଯ୍ୟ ଚଳାଇ କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ୱାନ ସୃଷ୍ଟି କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।