Dead: ନାଗପୁରରେ ନିର୍ମାଣସ୍ଥଳରେ କ୍ରେନ୍ ଭୁଶୁଡ଼ି ୨ ଶ୍ରମିକ ମୃତ, ୨ ଆହତ
ନାଗପୁର: ମହାରାଷ୍ଟ୍ରର ନାଗପୁରସ୍ଥିତ ଏକ ନିର୍ମାଣସ୍ଥଳରେ ଶୁକ୍ରବାର କ୍ରେନ୍ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। କ୍ରେନ୍ଟିକୁ ଖୋଲାଯାଉଥିବା ସମୟରେ ସକାଳ ପ୍ରାୟ ୧୦ଟା ୩୦ରେ ଏହି ଅଘଟଣ ଘଟିଥିବା ନାଗପୁର ଜୋନ୍-୩ର ଡିସିପି ରାହୁଲ ମାଡ୍ନେ କହିଛନ୍ତି।
ମୃତକମାନେ ହେଲେ ଭଣ୍ଡାରା ଜିଲ୍ଲାର ବିଶ୍ୱନାଥ କାଥାନେ ଏବଂ ଉତ୍ତରପ୍ରଦେଶର ମୁକେଶ ନିଶାଦ। ଆହତ ଦୁଇ ଶ୍ରମିକ ଝାଡ଼ଖଣ୍ଡର ବାସିନ୍ଦା। ସେମାନଙ୍କୁ ନାଗପୁରର ଓରିଅନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ନିର୍ମାଣ କାର୍ଯ୍ୟ ମହାରାଷ୍ଟ୍ର ହାଉସିଂ ଆଣ୍ଡ୍ ଏରିଆ ଡେଭଲପମେଣ୍ଟ ଅଥରିଟି (ଏମ୍ଏଚ୍ଏଡିଏ)ର ଏକ ପ୍ରକଳ୍ପ ଅଧୀନରେ ଚାଲିଥିଲା। ଏହାର ଠିକାଦାର ଭାବେ ବିଜୟ କମ୍ପାନି କାର୍ଯ୍ୟ କରୁଥିଲା।
Two Migrant Workers Die ଗୋଟିଏ ଦିନରେ ତାମିଲନାଡୁ ଓ ତେଲେଙ୍ଗାନାରେ କାଶୀପୁରର ଦୁଇଶ୍ରମିକଙ୍କ ମୃତ୍ୟୁ
ଦୁର୍ଘଟଣାର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। କ୍ରେନ୍ରେ ଯାନ୍ତ୍ରିକ ତ୍ରୁଟି ଥିଲା ନା ମାନବୀୟ ଅବହେଳା ଯୋଗୁଁ ଏହା ଭୁଶୁଡ଼ିଲା, ତାହା ଯାଞ୍ଚ କରାଯାଉଛି। ଏଥିସହ ନିର୍ମାଣସ୍ଥଳରେ ଧାର୍ଯ୍ୟ ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି। ଘଟଣାସ୍ଥଳରେ ସିସିଟିଭି କ୍ୟାମେରା ନ ଥିବାରୁ ଦୁର୍ଘଟଣାର ଦୃଶ୍ୟ ମିଳିପାରିନାହିଁ। ପ୍ରକଳ୍ପର ତଦାରଖ କରୁଥିବା ସରକାରୀ ଯନ୍ତ୍ରୀ, ଏମ୍ଏଚ୍ଏଡିଏର ଯନ୍ତ୍ରୀ ଏବଂ ନିର୍ମାଣକାରୀ ସଂସ୍ଥାର କର୍ମଚାରୀଙ୍କ ବୟାନ ରେକର୍ଡ କରାଯିବ ବୋଲି ଡିସିପି କହିଛନ୍ତି। ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।