Dead: ୪ବର୍ଷରେ ୬୪୭୮ଟି ବୁଡ଼ି ଦୁର୍ଘଟଣା: ଅଗ୍ନିଶମ ବାହିନୀ ଦ୍ବାରା ୨୭୨୯ ଜଣ ଉଦ୍ଧାର

Oct 10, 2026 - 20:22
Dead: ୪ବର୍ଷରେ ୬୪୭୮ଟି ବୁଡ଼ି ଦୁର୍ଘଟଣା: ଅଗ୍ନିଶମ ବାହିନୀ ଦ୍ବାରା ୨୭୨୯ ଜଣ ଉଦ୍ଧାର

"ଭୁବନେଶ୍ବର: ଦିନକୁଦିନ ଜଳାଶୟରେ ବୁଡ଼ି ଦୁର୍ଘଟଣା ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି।

ଗତ ୪ବର୍ଷରେ ଜଳାଶୟରେ ୬୪୭୮ଟି ବୁଡ଼ି ଦୁର୍ଘଟଣା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗରେ ଦ୍ବାରା ପଞ୍ଜୀକରଣ ହୋଇଛି।

ଏହି ପଞ୍ଜୀକରଣ ହୋଇଥିବା  ଜଳରେ ବୁଡ଼ି ଦୁର୍ଘଟଣାରେ ୩୬୮୪ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି।

Advertisment ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିର୍ଦ୍ଦେଶାଳୟର ତଥ୍ୟ ଅନୁଯାୟୀ ୨୦୨୩ ରୁ ଗତମାସ ମଧ୍ୟରେ ଅଗ୍ନିଶମ ବାହିନୀ ସମୁଦାୟ ୬,୪୭୮ ଟି ଜଳାଶୟରେ ଦୁର୍ଘଟଣାଜନିତ ଜରୁରୀକାଳୀନ କଲ୍ ପାଇ ଉଦ୍ଧାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସେଥିମଧ୍ୟରେ ୨୦୨୩ ରେ ୧୪୧୦ ଟି ଦୁର୍ଘଟଣା ମଧ୍ୟରୁ ୬୬୦ ଜଣଙ୍କ ଜୀବନ ରକ୍ଷା କରାଯାଇଥିବା ବେଳେ ୭୧୪ ଜଣଙ୍କ ପ୍ରାଣହାନି ଘଟିଛି।

ସେହିପରି ୨୦୨୪ରେ ୧୨୯୬ ଟି  ଜଳରେ ବୁଡ଼ି ଦୁର୍ଘଟଣା ମଧ୍ୟରେ ୮୫୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୭୭୮ ଜଣଙ୍କର ମୃତ୍ୟୁ ଘଟିଛି।

ଅନୁରୂପ ଭାବେ ୨୦୨୫ ରେ ମୋଟ ୨୩୫୬ଟି ଦୁର୍ଘଟଣାରେ ୮୦୫ ଜଣଙ୍କ ଜୀବନ ରକ୍ଷା କରାଯାଇଥିବା ବେଳେ ୧୩୪୬ ଜଣଙ୍କ ପ୍ରାଣହାନି ଘଟିଛି।

ଚଳିତ ବର୍ଷ ଜାନୁଆରି ରୁ ସେପ୍ଟେମ୍ବର ମଧ୍ୟରେ ୧୪୧୬ ଟି ଜଳବୁଡ଼ି ଦୁର୍ଘଟଣାରୁ ୪୦୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮୪୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।

ଗତ ପ୍ରାୟ ୪ ବର୍ଷ ମଧ୍ୟରେ ଅଗ୍ନିଶମ କର୍ମଚାରୀମାନଙ୍କ ଉଦ୍ୟମ ଯୋଗୁଁ ସମୁଦାୟ ୨,୭୨୯ ଜଣଙ୍କ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିଥିବା ‌ବେଳେ ୩୬୮୪ଜଣଙ୍କର ଶୋଚନୀୟ ଅକାଳ ମୃତ୍ୟୁ ଘଟିଛି।

ରାଜ୍ୟରେ ଜଳଜନିତ ଦୁର୍ଘଟଣା ବଢୁଥିବା ଯୋଗୁଁ  ଜରୁରୀକାଳୀନ ପରିସ୍ଥିତିର ସଫଳ ମୋକାବିଲା ଏବଂ ଓଡ଼ିଶା ଜଳ ଦକ୍ଷତା ଓ ଜୀବନରକ୍ଷୀ ପ୍ରତିଷ୍ଠାନ  ପ୍ରଶିକ୍ଷଣକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର କର୍ମଚାରୀମାନେ ନିଜର ଦକ୍ଷତା ବୃଦ୍ଧି କରୁଛନ୍ତି।

ରାଜ୍ୟ ଜଳଦକ୍ଷତା ଓ ଜୀବନରକ୍ଷୀ ପ୍ରତିଷ୍ଠାନରେ ବର୍ତ୍ତମାନ ସୁଦ୍ଧା ଏନ୍‌ଡିଆର୍‌ଏଫ୍ ଏବଂ ଅନ୍ୟାନ୍ୟ ରାଜ୍ୟର ଅଗ୍ନିଶମ କର୍ମଚାରୀଙ୍କ ସମେତ ୫,୦୦୦ ରୁ ଅଧିକ କର୍ମଚାରୀଙ୍କୁ ବିଭିନ୍ନ  ଜଳଉଦ୍ଧାର କୌଶଳ ଓ ଦୁଃସାହସିକ ପର୍ଯ୍ୟଟନ ବିଷୟରେ ଉଚ୍ଚତର ତାଲିମ ପ୍ରଦାନ କରାଯାଉଛି।

Pollution: ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୋଳ: ମିଳୁନି ବିଶୁଦ୍ଧ ବାୟୁ, ପ୍ରଦୂଷିତ ଜଳାଶୟ ଏହି ମିଳିତ ଉଦ୍ୟମ କ୍ରମରେ ରାଜ୍ୟ ଅଗ୍ନିଶମ ସେବାର ୧୫ ଜଣ ମନୋନୀତ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଦଳ ଗୋଆସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟରସ୍ପୋର୍ଟସ୍ ରେ ଟ୍ରେନିଂ ଅଫ୍ ଟ୍ରେନର୍ସ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

ଏହି ଉଚ୍ଚସ୍ତରୀୟ ତାଲିମ ମାଧ୍ୟମରେ କର୍ମଚାରୀମାନଙ୍କୁ ଆଡଭାନ୍ସଡ୍ ସର୍ଫ ଲାଇଫସେଭିଂ, ପାୱାରବୋଟ୍ ଓ ଜେଟ୍ ସ୍କି ପରିଚାଳନା, ସ୍କୁବା ଡାଇଭିଂ ଏବଂ ୱାଟର ସେଫ୍ଟି ଅଡିଟ୍ ସମ୍ପର୍କରେ ଗହନ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ଏହି ଜବାନମାନେ ମାଷ୍ଟର ଇନଷ୍ଟ୍ରକ୍ଟର ଭାବେ ରାଜ୍ୟର ବିସ୍ତୃତ ଉପକୂଳବର୍ତ୍ତୀ ଅଞ୍ଚଳ, ନଦୀ ଏବଂ ଆଭ୍ୟନ୍ତରୀଣ ଜଳାଶୟଗୁଡ଼ିକରେ ବିଶ୍ୱସ୍ତରୀୟ ଜଳ ଉଦ୍ଧାର ଓ ଜଳଭିତ୍ତିକ ଆଡଭେଞ୍ଚର ସ୍ପୋର୍ଟସ୍ ସୁରକ୍ଷା ବ୍ୟବସ୍ଥାରେ ଗୁରୁତ୍ବପୂଣ୍ଣଁ ଭୂମିକା ଗ୍ରହଣ କରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।