Death: ବିଶ୍ୱକର୍ମା ପୂଜାରେ ଅଘଟଣ: ଫୁଲ ତୋଳିବା ବେଳେ ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ

Sep 17, 2026 - 09:25
Death: ବିଶ୍ୱକର୍ମା ପୂଜାରେ ଅଘଟଣ: ଫୁଲ ତୋଳିବା ବେଳେ ଛାତରୁ ପଡ଼ି ୧୪ ବର୍ଷୀୟ ନାବାଳକଙ୍କ ମୃତ୍ୟୁ

"ନୀଳଗିରି: ପୂଜାରେ ଅଘଟଣ।

ପୂଜାରେ ଫୁଲତୋଳିବା ହେଲା କାଳ।

ଛାତରୁ ପଡ଼ି ଚାଲିଗଲା ୧୪ ବର୍ଷୀୟ ନାବାଳକର ଜୀବନ।

ନୀଳଗିରି ଏନ୍‌ଏସି ୨ ନଂ ୱାର୍ଡ ଘାଟଘରସାହିର ଘଟଣା।

ମୃତକ ହେଲେ ପପୁ ଜେନାଙ୍କ ପୁଅ ଆଦିତ୍ୟ ଜେନା।

ନୀଳଗିରି ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।Advertisment ସିମେଣ୍ଟ ବାଡର ରଡ୍‌ଟି ତାଙ୍କ ପେଟରେ ପଶିଯାଇଥିଲା ସୂଚନା ମୁତାବକ ଆଜି ଭୋର ସମୟରେ ଆଦିତ୍ୟ ବିଶ୍ବକର୍ମା ପୂଜା ପାଇଁ ଛାତରେ ଚଢି ଫୁଲ ତୋଳୁଥିଲେ।

ଗୋଡ଼ ଖସିଯିବା କାରଣରୁ ସେ ତଳକୁ ଖସି ପଡିଥିଲେ।

ପାର୍ଶ୍ବରେ ଥିବା ସିମେଣ୍ଟ ବାଡର ରଡ୍‌ଟି ତାଙ୍କ ପେଟରେ ପଶିଯାଇଥିଲା।

ସେ ସାହାସର ସହ ନିଜକୁ ରଡ୍‌ରୁ ବାହାର କରି କିଛି ବାଟ ଚାଲିବା ପରେ ଅଚେତ ହୋଇଯାଇଖିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଫଳରେ ପରିବାରରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Murder: ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ଜାଳିଦେଲେ ପରିବାର ଲୋକେ, ୩ ଅଟକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।