Death After Alleged Wrong Injection: ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ଜୀବନ! ସିଡିଏମଓଙ୍କ ଅଫିସ ସାମ୍ନାରେ ମୃତଦେହ ରଖି ଧାରଣା

Aug 29, 2026 - 14:00
Death After Alleged Wrong Injection: ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ଜୀବନ! ସିଡିଏମଓଙ୍କ ଅଫିସ ସାମ୍ନାରେ ମୃତଦେହ ରଖି ଧାରଣା

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ସିଡିଏମଓଙ୍କ ଅଫିସ ସାମନାରେ ମୃତଦେହ ରଖି ଧାରଣା ଦେଲେ ପରିବାର ଲୋକେ । ନୂଆପଡା ଜିଲ୍ଲା ପଣ୍ଡରାପଥର ଗାଁର ତୁଳସୀ ମାଝୀଙ୍କ ସ୍ତ୍ରୀ ଲଛନ୍ତୀ ମାଝୀଙ୍କୁ ଜ୍ୱର ହେଉ ଥିବାରୁ ତାଙ୍କୁ ଗତ ୨୫ ତାରିଖ ଦିନ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l 

ମେଡିକାଲରେ ଡାକ୍ତର ଅଜୟ କୁମାର ପଣ୍ଡା ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ l ଇଞ୍ଜେକସନ ଦେବାର କିଛି ସମୟ ପରେ ଲଛନ୍ତୀଙ୍କ ପେଟ ଫୁଲିଯାଇଥିଲା l ଏହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l

ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ନୂଆପଡ଼ା ସିଡିଏମଓଙ୍କ ଅଫିସ ସାମନାରେ ଶବ ରଖି ଧାରଣାରେ ବସିଛନ୍ତି ପରିବାର ଲୋକେ l ଧାରଣସ୍ଥଳରେ ସିଡିଏମଓ, ଉପଜିଲ୍ଲାପାଳ, ତହସିଲଦାର ଓ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି lଏନେଇ ସଂପୃକ୍ତ ଡାକ୍ତର କିମ୍ବା ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରନି । ... 

‘ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ଜୀବନ’ 
ସିଡିଏମଓଙ୍କ ଅଫିସ ସାମ୍ନାରେ ମୃତଦେହ ରଖି ଧାରଣା
ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି 
କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ପରିବାର ଲୋକ 
ବୁଝାସୁଝା କରୁଛନ୍ତି ସିଡିଏମଓ, ଉପଜିଲ୍ଲାପାଳ, ତହସିଲଦାର 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।