Death: ଧାନ ଅମଳ ପାଇଁ ଯାଇ ଫେରିଲେନି, ରାତିରେ ବିଲରୁ ମିଳିଲା ଚାଷୀଙ୍କ ମୃତଦେହ
ଝାରବନ୍ଧ: ଧାନ ଅମଳ କରିବାକୁ କ୍ଷେତକୁ ଯାଇଥିଲେ।
ହେଲେ ଆଉ ଘରକୁ ଫେରିଲେ ନାହିଁ।
ରାତିରେ ଧାନ ବିଲରୁ ମିଳିଲା ତାଙ୍କର ରକ୍ତାକ୍ତ ମୃତଦେହ।
ଏଭଳି ଏକ ରହସ୍ୟଜନକ ମୃତ୍ୟୁ ଘଟଣାକୁ ନେଇ ଝାରବନ୍ଧ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମୃତକ ହେଲେ ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗ୍ରାମର ରାମଲାଲ କଲେତ।
ସୂଚନା ଅନୁଯାୟୀ, ରାମଲାଲଙ୍କ ବାପାଙ୍କୁ ଲିଜ୍ ସୂତ୍ରରେ ନିତ୍ୟାନନ୍ଦପୁର ଗ୍ରାମରେ ଏକ ଜମି ମିଳିଥିବା ବେଳେ ସେଠାରେ ଧାନ ଚାଷ କରାଯାଇଥିଲା।
ଗତକାଲି ରାମଲାଲ ଧାନ ଫସଲ ଅମଳ କରିବା ପାଇଁ ସକାଳୁ ଉକ୍ତ ଜମିକୁ ଯାଇଥିଲେ।
ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ।
ଶେଷରେ ରାତିରେ ଧାନ ବିଲରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।
Advertisment ସମ୍ପୃକ୍ତ ଜମିକୁ ନେଇ ପୂର୍ବରୁ ବିବାଦ ଅନ୍ୟପକ୍ଷରେ, ସମ୍ପୃକ୍ତ ଜମିକୁ ନେଇ ପୂର୍ବରୁ ବିବାଦ ରହିଥିବା ପରିବାର ପକ୍ଷରୁ କୁହାଯାଇଛି।
ଏହି ଜମି ବିବାଦ ହିଁ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି।
ତେବେ ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଖବର ପାଇ ଝାରବନ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ପୁଲିସ ତଦନ୍ତ ପରେ ମୃତ୍ୟୁର ରହସ୍ୟ ଉନ୍ମୋଚନ ହେବା ସହ ଘଟଣା ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
Success Story: ବୟସ କେବଳ ଏକ ସଂଖ୍ୟା ମାତ୍ର: ଘୁଷୁରି ପାଳନ କରି ମାସକୁ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି ବୃଦ୍ଧା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।