Death: ପୋଖରୀରେ ବୁଡ଼ି ଯୁବତୀ ମୃତ

Jun 24, 2026 - 12:42
Death: ପୋଖରୀରେ ବୁଡ଼ି ଯୁବତୀ ମୃତ

"ଦେବଗଡ଼: ଦେବଗଡ଼ ଥାନା କାଲକାଠ ଗ୍ରାମର ଥିବା  ପୋଖରୀରୁ ଆଜି ସକାଳେ ଶବ ଉଦ୍ଧାର ହୋଇଛି।

ମୃତା ଯୁବତୀ ସେହି ଗାଁର ଖାଡିକର ପ୍ରଧାନଙ୍କ ଝିଅ ଦୀପାଳି(୨୫)।

ସୂଚନା ଅନୁଯାୟୀ,ଦୀପାଳି ଗତକାଲି ସକାଳେ ପୋଖରୀକୁ ଗାଧୋଇବାକୁ ଆସି ଘରକୁ ଫେରିନଥିଲେ।ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।Advertisment  ତଦନ୍ତ ଆରମ୍ଭ ଏ ନେଇ ଦେବଗଡ଼ ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ।

ତେବେ ଆଜି ସକାଳେ ପୋଖରୀରେ ଶବ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ଏ ନେଇ ପରିବାର ଲୋକ ପୁଲିସକୁ ସୂଚନା ଦେଇଥିଲେ।

ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରିଥିଲେ।ପୁଲିସ ଶବ ଜବତ କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ: Encounter: ହୋଟେଲ୍ ମାଲିକ ହତ୍ୟା ମାମଲା: ଅଭିଯୁକ୍ତକୁ ପୁରୀ ପୁଲିସର ଏନକାଉଣ୍ଟର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।