Death: ସଡ଼କ ଦୁର୍ଘଟଣାରେ ବିଏସଏଫ ଯବାନଙ୍କ ଶୋଚନୀୟ ମୃତ୍ୟୁ, ସାତ ଘଣ୍ଟା ଜାତୀୟ ରାଜପଥ ଅବରୋଧ
"ବୀରମିତ୍ରପୁର: ଜାତୀୟ ରାଜପଥ ନଂ୧୪୩ ବୀରମିତ୍ରପୁର ତଳ ବସଷ୍ଟାଣ୍ଡ ପିଏମଶ୍ରୀ ଆଲେକଜାଣ୍ଡର ସ୍କୁଲ ସାମ୍ନାରେ ଏକ ଅଜଣା ଗାଡ଼ି ଚକତଳେ ଚାପିଯାଇ ଜଣେ ବିଏସଏଫ ଯବାନଙ୍କ ଶୋଚନୀୟ ମୃତ୍ୟୁ ଘଟିଛି!
ମୃତ ଯବାନଙ୍କ ନାମ ବରତୁ ଭଗତ(୪୯)।
ସେ ବୀରମିତ୍ରପୁର ରାଏବଗା ରୋଡର ବାସିନ୍ଦା ବୋଲି ଜଣାପଡିଛି!Advertisment ଟ୍ରେଲରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ମିଳିଥିବା ସୂଚନା ଅନୁଯାୟୀ, ମୃତକ ଯବାନ ବରତୁ ଭଗତ ରାଜସ୍ଥାନରେ କାର୍ଯ୍ୟରତ ଥିଲେ!
ତାଙ୍କ ସ୍ତ୍ରୀ ଓ ଛୁଆଙ୍କୁ ଛାଡିବା ପାଇଁ ଛୁଟିନେଇ ଘରକୁ ଆସିଥିଲେ ଆଜି ଫେରିବା ପାଇଁ ତାଙ୍କର ଟ୍ରେନ ଟିକେଟ ହୋଇଥିଲା!
ଗତକାଲି ବରତୁ ଭଗତ କୌଣସି କାମରେ ତାଙ୍କ ଶଶୁରଘର ବୀରମିତ୍ରପୁର ନିକଟସ୍ଥ ବାରାବସକୁ ଯାଇଥିଲେ କାମସାରି ରାତି ପ୍ରାୟ ସାଢେ ଏଗାରଟା ବେଳେ ତାଙ୍କ ସ୍କୁଟି (ଓଡି 14 ଜେ 0486) ରେ ବୀରମିତ୍ରପୁର ଫେରୁଥିବା ବେଳେ ତଳବସଷ୍ଟାଣ୍ଡ ଆଲେକଜାଣ୍ଡର ସ୍କୁଲ ସାମ୍ନାରେ ରାସ୍ତା ଖରାପ ଥିବାରୁ ଗାଡ଼ି ଚକ ଏକ ଖାଲରେ ପଡିଯିବାରୁ ସେ ସ୍କୁଟିରୁ ରାସ୍ତା ଉପରେ ପଡ଼ିଯାଇଥିଲେ!
ସେତିକିବେଳେ ପଛରୁ ଆସୁଥିବା ଏକ ମାଲବୋଝେଇ ଟ୍ରେଲର ଛକ ବରତୁ ଭଗତଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା!
ଦୁର୍ଘଟଣା ଘଟାଇବା ପରେ ଟ୍ରେଲରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା!
ବୀରମିତ୍ରପୁର ଜାତୀୟ ରାଜପଥ ଅବସ୍ଥା ଅତି ଶୋଚନୀୟ ଥିବାରୁ ଏବଂ ରାସ୍ତାରେ ଧୂଳିଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଓ ମୃତକଙ୍କ ପରିବାର ଲୋକେ ଶବକୁ ରାସ୍ତାଉପରେ ରଖି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ!
ଖବରପାଇ ବୀରମିତ୍ରପୁର ଥାନା ପୁଲିସ ଏସଆଇ ପ୍ରଦୀପ କୁମାର ସାହୁ ପୁଲିସ ଦଳସହ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରାଇବା ପରେ ସକାଳ ୬ଟା ବେଳେ ରାସ୍ତାରୋକ ହଟିଥିଲା!
ପୁଲିସ ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁକରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବା ପାଇଁ ଉଦ୍ୟମ ଚଳାଇଛି!
Accident: କୁଚିଣ୍ଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍କୁ ଧକ୍କା ଦେଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।