Decomposed Body: ଘର ଭିତରୁ ଗଳିତ ମୃତଦେହ ଉଦ୍ଧାର, କିଛିଦିନ ଧରି ନିଖୋଜ ଥିଲେ ୫୫ ବର୍ଷୀୟ ବ୍ୟକ୍ତି
"ବେଲପାହାଡ଼: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ମହିଜୋରର ଏକ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି l ମୃତ ବ୍ୟକ୍ତି ଜଣକ ମହିଜୋରର ଗୋଲବଦନ ପାଣ୍ଡେ (୫୫) l କିଛିଦିନ ପୁର୍ବରୁ ଗୋଲବଦନ ଘର ଭିତରୁ ବାହାରକୁ ବାହାରି ନଥିଲେ l ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ସନ୍ଦେହକରିଥିଲେ l ଘର ପାଖକୁ ଯାଇ ଦେଖିଲା ବେଳକୁ ଘର ଭିତରେ ଗୋଲବଦନଙ୍କ ଗଳିତ ମୃତଦେହ ପଡି ରହିଥିଲା lAdvertisment ଏନେଇ ପଡୋଶୀମାନେ ବେଲପାହାଡ଼ ପୁଲିସକୁ ଖବର ଦେଇଥିଲେ l ବେଲପାହାଡ଼ ପୁଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି l ଶଵ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l Arrested: ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ନକଲି ମଦ ଓ ସାମଗ୍ରୀ ଜବତ, ଜଣେ ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।