Delhi Animal Attacks: ଦିଲ୍ଲୀରେ ପଶୁ ଆକ୍ରମଣ ୫ ଗୁଣ ବୃଦ୍ଧି, ୯୮,୫୦୦ ଆଣ୍ଟି-ରେବିଜ୍ ଟିକା କିଣିବ ଏମ୍‌ସିଡି

Oct 19, 2026 - 11:45
Delhi Animal Attacks: ଦିଲ୍ଲୀରେ ପଶୁ ଆକ୍ରମଣ ୫ ଗୁଣ ବୃଦ୍ଧି, ୯୮,୫୦୦ ଆଣ୍ଟି-ରେବିଜ୍ ଟିକା କିଣିବ ଏମ୍‌ସିଡି

"ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୁଲା କୁକୁର, ମାଙ୍କଡ଼, ବିଲେଇ ଓ ଅନ୍ୟ ପଶୁଙ୍କ ଆକ୍ରମଣ ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି।

୨୦୨୨ ମସିହାରେ ପ୍ରତିଦିନ ପ୍ରାୟ ୪୦ ଜଣ ଲୋକ ପଶୁଙ୍କ ଆକ୍ରମଣର ଶିକାର ହେଉଥିବା ବେଳେ, ୨୦୨୬ ମସିହାରେ ଏହି ସଂଖ୍ୟା ପ୍ରତିଦିନ ପ୍ରାୟ ୨୦୦ରେ ପହଞ୍ଚିଛି।

ଅର୍ଥାତ୍, ଗତ ଚାରି ବର୍ଷ ମଧ୍ୟରେ ପ୍ରତିଦିନ ଘଟୁଥିବା ଏହି ଘଟଣାରେ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧିହୋଇଛି।Advertisment ବଢ଼ୁଥିବା ଆକ୍ରମଣ ଘଟଣାକୁ ଦୃଷ୍ଟିରେ ରଖି ପୀଡ଼ିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି-ରେବିଜ୍ ଟିକା ଉପଲବ୍ଧ କରାଇବାକୁ ଦିଲ୍ଲୀ ନଗର ନିଗମ (ଏମ୍‌ସିଡି) ପ୍ରସ୍ତୁତି ଆରମ୍ଭ କରିଛି।

ନିଗମ ଅଧୀନରେ ଥିବା ୪ଟି ହସ୍ପିଟାଲ ଓ ୨୫ଟି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୯୮,୫୦୦ ଭାଏଲ୍‌ (ଶିଶି) ଆଣ୍ଟି-ରେବିଜ୍ ଟିକା କିଣିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଏମ୍‌ସିଡି ନିଜ ଅଧୀନରେ ଥିବା ୪ଟି ହସ୍ପିଟାଲ ଓ ୨୫ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟି-ରେବିଜ୍ ଟିକାର ଆବଶ୍ୟକତା ଆକଳନ କରିଛି।

ଏହା ଅନୁଯାୟୀ, ନିଗମକୁ ବାର୍ଷିକ ହାରାହାରି ପ୍ରାୟ ୬୦ ହଜାର ଶିଶି ଟିକା ଆବଶ୍ୟକ ହେଉଛି।

ଆଗାମୀ ଦୁଇ ବର୍ଷର ଆନୁମାନିକ ଆବଶ୍ୟକତା ପୂରଣ ପାଇଁ ମୋଟ ୧ ଲକ୍ଷ ୨୦ ହଜାର ଶିଶି ଟିକା କିଣିବାକୁ ଯୋଜନା କରାଯାଇଛି।

ଏଥିମଧ୍ୟରୁ ତୁରନ୍ତ ଆବଶ୍ୟକତା ପୂରଣ ପାଇଁ ୨୦୨୬ ମେ" ମାସରେ ୨୧,୫୦୦ ଶିଶି ଟିକା କିଣାଯାଇଥିଲା।

ଏବେ ଅବଶିଷ୍ଟ ୯୮,୫୦୦ ଶିଶି ଟିକା କିଣିବାକୁ ଅନୁମୋଦନ ମିଳିଛି।

ଟିକାର ପର୍ଯ୍ୟାପ୍ତ ମହଜୁଦ ରଖିବା ସହ ପଶୁଙ୍କ ଆକ୍ରମଣର ଶିକାର ହେଉଥିବା ଲୋକଙ୍କୁ ଠିକ୍ ସମୟରେ ଚିକିତ୍ସା ଯୋଗାଇଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

୨୦୨୨ରେ ପ୍ରତିଦିନ ୪୦, ୨୦୨୩ରେ ୧୦୦ ଆକ୍ରମଣ ମାମଲା ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ପଶୁଙ୍କ ଆକ୍ରମଣ ଘଟଣା କ୍ରମାଗତ ଭାବେ ବଢ଼ିଛି।

୨୦୨୨ରେ ପ୍ରତିଦିନ ପ୍ରାୟ ୪୦ ଜଣ ଏହାର ଶିକାର ହେଉଥିଲେ।

୨୦୨୩ରେ ଏହି ସଂଖ୍ୟା ବୃଦ୍ଧି ପାଇ ପ୍ରତିଦିନ ପ୍ରାୟ ୧୦୦ରେ ପହଞ୍ଚିଥିଲା।

୨୦୨୪ରେ ପ୍ରତିଦିନ ପ୍ରାୟ ୧୫୦ଟି ଘଟଣା ସାମ୍ନାକୁ ଆସିଥିବା ବେଳେ, ୨୦୨୫ରେ ଏହି ସଂଖ୍ୟା ବଢ଼ି ପ୍ରାୟ ୨୦୦ରେ ପହଞ୍ଚିଥିଲା।

୨୦୨୬ରେ ମଧ୍ୟ ଏହି ସଂଖ୍ୟା ପ୍ରାୟ ସମାନ ସ୍ତରରେ ରହିଛି।

ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ପ୍ରତିଦିନ ପ୍ରାୟ ୨୦୦ ଜଣ ବିଭିନ୍ନ ପଶୁଙ୍କ ଆକ୍ରମଣର ଶିକାର ହେଉଛନ୍ତି।

ଏଥିମଧ୍ୟରୁ ପ୍ରାୟ ୧୦୦ ଜଣ କୁକୁର କାମୁଡ଼ାରେ ଆହତ ହେଉଥିବା ବେଳେ, ଅନ୍ୟ ପ୍ରାୟ ୧୦୦ ଜଣ ମାଙ୍କଡ଼, ବିଲେଇ ଓ ଅନ୍ୟ ପଶୁଙ୍କ ଆକ୍ରମଣରେ ପ୍ରଭାବିତ ହେଉଛନ୍ତି।ବହୁ ସଂଖ୍ୟକ ଲୋକଙ୍କୁ ଚିକିତ୍ସାର ଆବଶ୍ୟକତା ପଡ଼ୁଥିବାରୁ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ଆଣ୍ଟି-ରେବିଜ୍ ଟିକା ମହଜୁଦ ରଖିବା ଏମ୍‌ସିଡି ପାଇଁ ଏକ ପ୍ରମୁଖ ଆହ୍ୱାନ ପାଲଟିଛି।

୪ଟି ହସ୍ପିଟାଲ ଓ ୨୫ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାର ଆବଶ୍ୟକତା ଏହି ସମସ୍ୟାର ମୁକାବିଲା ପାଇଁ ଏମ୍‌ସିଡି ନିଜ ଅଧୀନରେ ଥିବା ୪ଟି ହସ୍ପିଟାଲ ଓ ୨୫ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାର ଆବଶ୍ୟକତାକୁ ପୁନଃ ଆକଳନ କରିଛି।

ନିଗମର ବାର୍ଷିକ ଆବଶ୍ୟକତା ପ୍ରାୟ ୬୦ ହଜାର ଶିଶି ଥିବା ବେଳେ, ଆଗାମୀ ଦୁଇ ବର୍ଷ ପାଇଁ ମୋଟ ୧.୨ ଲକ୍ଷ ଶିଶି କିଣିବାକୁ ଯୋଜନା ରହିଛି।

ଏଥିରୁ ୨୧,୫୦୦ ଶିଶି ମେ" ୨୦୨୬ରେ କିଣାଯାଇଥିବା ବେଳେ, ଅବଶିଷ୍ଟ ୯୮,୫୦୦ ଶିଶି କିଣିବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ଏହାଦ୍ୱାରା ଟିକାର ଯଥେଷ୍ଟ ମହଜୁଦ ସୁନିଶ୍ଚିତ ହେବା ସହ ପଶୁଙ୍କ ଆକ୍ରମଣରେ ଆହତ ଲୋକଙ୍କୁ ସମୟୋଚିତ ଚିକିତ୍ସା ମିଳିପାରିବ ବୋଲି ଆଶା କରାଯାଉଛି।

Sunny Deol: ୬୯ ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।