Delhi High Court Rejects Neha Bora’s Plea: ନେହା ବୋରାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା, ପିସ୍ ବଣ୍ଡ ଆବେଦନ ଖାରଜ

Oct 23, 2026 - 22:32
Delhi High Court Rejects Neha Bora’s Plea: ନେହା ବୋରାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା, ପିସ୍ ବଣ୍ଡ ଆବେଦନ ଖାରଜ

ଦିଲ୍ଲୀ ପୋଲିସର ପିସ୍ ବଣ୍ଡ ସାଇନ ନିର୍ଦ୍ଦେଶ ବିରୋଧରେ ନେହା ବୋରାଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ।

ଜାତୀୟ ପତାକା ଉତ୍ତୋଳନକୁ ନେଇ ପୋଲିସ ନୋଟିସକୁ ଚ୍ୟାଲେଞ୍ଜ୍ କରିଥିଲେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ AISAର ସଭାପତି ନେହା ବୋରା।

ଶାନ୍ତି ବଜାୟ ରଖିବା ପାଇଁ ଜଣେ ସ୍ପେଶାଲ୍ ଏକ୍ ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ଉପସ୍ଥିତ ହୋଇ ପିସ୍ ବଣ୍ଡ୍ ଦାଖଲ କରିବାକୁ ପୋଲିସ ତାଙ୍କୁ ନୋଟିସ ଦେଇଥିଲା।

Advertisment ତେବେ ଏହି ନୋଟିସକୁ ଚ୍ୟାଲେଞ୍ଜ୍ କରିଥିଲେ ନେହା।

ତାଙ୍କ ଯୁକ୍ତି ଥିଲା, ପୋଲିସର ନୋଟିସ୍ ଅସ୍ପଷ୍ଟ, ତଥ୍ୟଗତ ଭାବେ ଭୁଲ୍ ଏବଂ ଶାନ୍ତି ଭଙ୍ଗ ହେବାର ଆଶଙ୍କା ସମ୍ପର୍କରେ ଏଥିରେ କୌଣସି ଠୋସ୍ ପ୍ରମାଣ ଦିଆଯାଇନାହିଁ।

ନେହା ଆହୁରି ଅଭିଯୋଗ କରିଥିଲେ ଯେ, ଶାନ୍ତିପୂର୍ଣ୍ଣ ମତଭେଦ ଓ ପ୍ରତିବାଦକୁ ଦମନ କରିବା ପାଇଁ ପ୍ରତିଷେଧମୂଳକ ଆଇନଗତ କ୍ଷମତାର ଅପବ୍ୟବହାର କରାଯାଉଛି।

ଏହା ସମ୍ବିଧାନର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ।

ଗୁରୁବାର ଶୁଣାଣି ସମୟରେ ନେହାଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ, ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନାଗରିକଙ୍କୁ ଅନୁମତି ନେବାର ଆବଶ୍ୟକତା ନାହିଁ।

ନେହାଙ୍କୁ ଅକ୍ଟୋବର ୧୭ରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୨୬ ଅନୁଯାୟୀ ଏହି ନୋଟିସ୍ ଜାରି ହୋଇଥିଲା।

ଅକ୍ଟୋବର ୧୯ରେ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ହାଜର ହୋଇ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ୍ ସହ ଜଣେ ଜାମିନଦାର ଦେବା ନେଇ କାହିଁକି ନିର୍ଦ୍ଦେଶ ଦିଆଯିବ ନାହିଁ, ସେ ସମ୍ପର୍କରେ ଜବାବ ରଖିବାକୁ ନେହାଙ୍କୁ କୁହାଯାଇଥିଲା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।