Delhi-NCR Air Pollution Turns Severe: ପ୍ରଦୂଷଣରେ ଅଣନିଃଶ୍ୱାସୀ ଦିଲ୍ଲୀ, ୯ଟି ଅଞ୍ଚଳରେ AQI ୪୦୦ ପାର୍

Nov 06, 2026 - 12:00
Delhi-NCR Air Pollution Turns Severe: ପ୍ରଦୂଷଣରେ ଅଣନିଃଶ୍ୱାସୀ ଦିଲ୍ଲୀ, ୯ଟି ଅଞ୍ଚଳରେ AQI ୪୦୦ ପାର୍

ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ।

ଆଜି ସକାଳ ୬ଟାର AQI ରିପୋର୍ଟ କହୁଛି, ଦିଲ୍ଲୀର ୯ଟି ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରିଛି।

ରୋହିଣୀରେ ସର୍ବାଧିକ ୪୭୩ AQI ରେକର୍ଡ ହୋଇଛି।

ଅନ୍ୟ ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ପଞ୍ଜାବୀ ବାଗରେ ୪୬୪, ଆରକେ ପୁରମରେ ୪୪୧, ଅଲିପୁର ଓ ସୋନିଆ ବିହାରରେ ୪୩୫, ଓଖଲା ଫେଜ୍-୨ରେ ୪୨୬, ନର୍ଥ କ୍ୟାମ୍ପସରେ ୪୨୪, ଆଇଟିଓରେ ୪୨୦ ଏବଂ ନଜଫଗଡ଼ରେ ୪୧୨ AQI ରେକର୍ଡ କରାଯାଇଛି।

Advertisment ଦିଲ୍ଲୀର ହାରାହାରି AQI ୩୮୯ ରହିଥିବା ବେଳେ ନୋଏଡା ଓ ଗୁରୁଗ୍ରାମରେ ମଧ୍ୟ ବାୟୁ ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଛି।

ନୋଏଡାରେ AQI ୩୧୩ ରେକର୍ଡ ହୋଇଛି।

ବାୟୁ ପ୍ରଦୂଷଣର ଏଭଳି ସ୍ଥିତି ଯୋଗୁଁ ଶିଶୁ, ବୟସ୍କ ଏବଂ ଶ୍ୱାସରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢ଼ିଛି।

ବାହାରେ ବ୍ୟାୟାମ ଓ ଅନାବଶ୍ୟକ ଯାତାୟାତ ଏଡ଼ାଇବା ସହ ଆବଶ୍ୟକ ସମୟରେ N95 ମାସ୍କ ବ୍ୟବହାର କରିବାକୁ ସତର୍କତା ଅବଲମ୍ବନ କରିବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।