Delhi Official Website: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୨୧୫ଟି ଆସିଷ୍ଟାଣ୍ଟ ପଦବିରେ ନିଯୁକ୍ତି
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରେ ଚାକିରି କରିବାକୁ ଇଚ୍ଛା ରଖିଥିବା ଯୁବପିଢ଼ିଙ୍କ ପାଇଁ ଏକ ଭଲ ଖବର।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିଷ୍ଟାଣ୍ଟ ପଦବିରେ ନିଯୁକ୍ତି ପାଇଁ ଅଫିସିଆଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ପଦବିରେ ଚାକିରି କରିବାକୁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍କୁ ଯାଇ ଅନଲାଇନ୍ରେ ଆବେଦନ କରିପାରିବେ।
ଆବେଦନର ଶେଷ ତାରିଖ ୨୦୨୬ ନଭେମ୍ବର ୧୯ ରହିଛି।
Advertisment କେତୋଟି ପଦବିରେ ହେବ ନିଯୁକ୍ତି?
ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୨୧୫ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯିବ।
ସେଥିମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୧୬୪ଟି ପଦବି, ଅନୁସୂଚିତ ଜାତି ବର୍ଗ ପାଇଁ ୩୩ଟି ଏବଂ ଅନୁସୂଚିତ ଜନଜାତି ବର୍ଗ ପାଇଁ ୧୮ଟି ପଦବି ସଂରକ୍ଷିତ ରହିଛି।
ଆବେଦନ ପାଇଁ ଯୋଗ୍ୟତା ଆସିଷ୍ଟାଣ୍ଟ ପଦବି ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ପାଖରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ଡିଗ୍ରି ଥିବା ଆବଶ୍ୟକ।
ଏଥିସହ ସମ୍ପୃକ୍ତ କ୍ଷେତ୍ରରେ ଅତିକମ୍ରେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଦରକାର।
ପ୍ରାର୍ଥୀଙ୍କ ଇଂରାଜୀ ଟାଇପିଂ ବେଗ ପ୍ରତି ମିନିଟ୍ରେ ୩୫ଟି ଶବ୍ଦ ଏବଂ ହିନ୍ଦୀ ଟାଇପିଂ ବେଗ ପ୍ରତି ମିନିଟ୍ରେ ୩୦ଟି ଶବ୍ଦ ହେବା ଆବଶ୍ୟକ।
ଆବେଦନକାରୀଙ୍କ ସର୍ବାଧିକ ବୟସ ସୀମା ୩୨ ବର୍ଷ ରଖାଯାଇଛି।
କିପରି ହେବ ଚୟନ?
ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଓ ଦକ୍ଷତା ପରୀକ୍ଷା (ସ୍କିଲ୍ ଟେଷ୍ଟ) ଆଧାରରେ ଚୟନ କରାଯିବ।
ପ୍ରଥମେ ଲିଖିତ ପରୀକ୍ଷାରେ ସାଧାରଣ ବିଜ୍ଞାନ, ରିଜନିଂ, ଗଣିତ ଆଦି ବିଷୟରୁ ୧୦୦ଟି ପ୍ରଶ୍ନ ପଚରାଯିବ।
ଏହି ପରୀକ୍ଷାର ମୋଟ ମାର୍କ ୨୦୦ ରହିବ।
ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ଏକ-ଚତୁର୍ଥାଂଶ ମାର୍କ କଟାଯିବ।
ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଡକାଯିବ।
ମୁଖ୍ୟ ପରୀକ୍ଷା ୨୦୦ ମାର୍କର ହେବ।
ଏଥିରେ ସଫଳ ହୋଇଥିବା ପ୍ରାର୍ଥୀମାନେ ୧୦୦ ମାର୍କର ସ୍କିଲ୍ ଟେଷ୍ଟ ଦେବେ।
ଏହା ଆଧାରରେ ଚୂଡ଼ାନ୍ତ ଚୟନ କରାଯିବ।
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା: ବିଦ୍ୟାଭାରତୀଙ୍କୁ ଶକ୍ତ ଝଟକା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।