Delhi protest: ଆନ୍ଦୋଳନରେ ୨ ହଜାର କୋଟିର ବେପାର ଘାଟା!
"ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ଓ ସୁରକ୍ଷା କଟକଣା ଯୋଗୁଁ ବ୍ୟାବସାୟିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି।
କନଟ୍ ପ୍ଲେସ୍ (ସିପି), ଜନପଥ ସମେତ ଦିଲ୍ଲୀର ବିଭିନ୍ନ ପ୍ରମୁଖ ବଜାରରେ ଗ୍ରାହକଙ୍କ ସଂଖ୍ୟା କମିବାରୁ ଦୋକାନୀ, ରାସ୍ତାକଡ଼ ବ୍ୟବସାୟୀ ଓ କ୍ୟାବ୍ ଚାଳକଙ୍କ ଆୟ ହ୍ରାସ ପାଇଛି।
ଦିଲ୍ଲୀରେ ତିନି ଦିନ ମଧ୍ୟରେ ପ୍ରାୟ ୨ ହଜାର କୋଟି ଟଙ୍କାର ବ୍ୟାବସାୟିକ କ୍ଷତି ହୋଇଥିବା ନେଇ ବ୍ୟବସାୟୀ ସଂଗଠନ ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ)ର ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ଆକଳନ କରିଛନ୍ତି।Advertisment ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଅକ୍ଟୋବର ୧୨ରେ ସୁପ୍ରିମକୋର୍ଟ ଆଡ଼କୁ ଏକ ପ୍ରତିବାଦ ଶୋଭାଯାତ୍ରା ହୋଇଥିଲା।
ବିରୋଧୀ ଇଣ୍ଡି ମେଣ୍ଟର ନେତୃତ୍ୱରେ ହୋଇଥିବା ଏହି ଶୋଭାଯାତ୍ରା ଯୋଗୁଁ କେନ୍ଦ୍ରୀୟ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଯାତାୟାତ ଉପରେ କଟକଣା ଲାଗିଥିଲା।
ଏହାର ପ୍ରଭାବ ପରଦିନ ମଧ୍ୟ ବ୍ୟବସାୟ ଉପରେ ଅନୁଭୂତ ହୋଇଛି।
ଗ୍ରାହକ ଆସି ନଥିଲେକନଟ୍ ପ୍ଲେସ୍ ସ୍ଥିତ ଉପହାର ସାମଗ୍ରୀ ଦୋକାନର ମାଲିକ ଗୌରବଜିତ କୋଚ୍ଚର କହିଛନ୍ତି, ଶନିବାର ଓ ରବିବାର ଦୋକାନ ବନ୍ଦ ରହିଥିଲା।
ସୋମବାର ମଧ୍ୟ ଗ୍ରାହକ ଆସି ନଥିଲେ।
ଗତ ତିନି ଦିନ ଧରି ବ୍ୟବସାୟ ଅତ୍ୟନ୍ତ ଖରାପ ରହିଥିବା ସେ କହିଛନ୍ତି।
ଦୀପାବଳି ପୂର୍ବରୁ ଏହି ସମୟ ଉପହାର ସାମଗ୍ରୀ ବିକ୍ରି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏଭଳି ସ୍ଥିତି ଦୋକାନୀଙ୍କ ଚିନ୍ତା ବଢ଼ାଇଛି।
ରାସ୍ତାକଡ଼ରେ ମୋବାଇଲ୍ ସାମଗ୍ରୀ, ମୋଜା ଓ ଅନ୍ୟାନ୍ୟ ଛୋଟ ଜିନିଷ ବିକ୍ରି କରୁଥିବା ବ୍ୟବସାୟୀମାନେ ମଧ୍ୟ ଭୟ ଓ ଅନିଶ୍ଚିତତାରେ ଥିବା ଦେଖାଯାଇଛି।
କ୍ୟାବ୍ ଚାଳକଙ୍କ କହିବା ଅନୁଯାୟୀ, ପୂର୍ବରୁ ପ୍ରତି ୧୦ରୁ ୧୫ ମିନିଟ୍ରେ ଗୋଟିଏ ଯାତ୍ରା ମିଳୁଥିବାବେଳେ ଏବେ ଏକରୁ ଦେଢ଼ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି।
ଫଳରେ ଦୈନିକ ରୋଜଗାର ପ୍ରାୟ ୧,୦୦୦ ଟଙ୍କାରୁ ୪୦୦/୫୦୦ ଟଙ୍କାକୁ ଖସି ଆସିଛି ବୋଲି ଜଣେ କ୍ୟାବ୍ ଚାଳକ ମତ ଦେଇଛନ୍ତି।
Protest: ଦିଲ୍ଲୀରେ ଆନ୍ଦୋଳନ ଜାରି; ୫୭ ମେଟ୍ରୋ ଷ୍ଟେସନ୍ ବନ୍ଦ, ୭୫ ଟ୍ରେନ୍ ବାତିଲ ପ୍ରମୁଖ ବଜାରରେ ଗ୍ରାହକଙ୍କ ଯାତାୟାତ ଠପ୍ସିଟିଆଇ ଅଧ୍ୟକ୍ଷ ଗୋୟଲଙ୍କ ଅନୁସାରେ, କନଟ୍ ପ୍ଲେସ୍ ଓ ଜନପଥ ବ୍ୟତୀତ ଦିଲ୍ଲୀର ଅନ୍ୟାନ୍ୟ ପ୍ରମୁଖ ବଜାରରେ ମଧ୍ୟ ଗ୍ରାହକଙ୍କ ଯାତାୟାତ କମିଛି।
ରାସ୍ତା ଅବରୋଧ, ଯାତାୟାତ ମାର୍ଗ ପରିବର୍ତ୍ତନ ଓ ଯାତ୍ରାକୁ ନେଇ ଅନିଶ୍ଚିତତା ଏହାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।
ପେଟ୍ରୋଲ ପମ୍ପ, ହୋଟେଲ ଓ ରେସ୍ତୋରାଁ ଭଳି ବ୍ୟବସାୟ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି।
ପାର୍ବଣ ଋତୁରେ ବ୍ୟବସାୟ ବୃଦ୍ଧି ଆଶା କରୁଥିବା ବ୍ୟବସାୟୀଙ୍କ ପାଇଁ ଏହି ପରିସ୍ଥିତି ଚିନ୍ତାର କାରଣ ହୋଇଛି।
ରାସ୍ତା ଓ ବଜାର ସ୍ୱାଭାବିକ ହେବା ପରେ ମଧ୍ୟ ଗ୍ରାହକଙ୍କୁ ପୁଣି ବଜାରକୁ ଫେରାଇ ଆଣିବା ଏକ ଚ୍ୟାଲେଞ୍ଜ ହୋଇପାରେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।