Delhi: ଦିଲ୍ଲୀରେ ବର୍ଷାର ତାଣ୍ଡବ, ବ୍ରିକ୍ସ ସମ୍ମିଳନୀ ମଧ୍ୟରେ ରେଡ୍ ଆଲର୍ଟ ଜାରି
"ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀର ପ୍ରଥମ ଦିନ ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି।
ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦିଲ୍ଲୀ ଓ ଏନ୍ସିଆର୍ ପାଇଁ ରେଡ୍ ଆଲର୍ଟ ଜାରି କରିଛି।
ରାଜଧାନୀର ଅଧିକାଂଶ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସତର୍କ ସୂଚନା ଦିଆଯାଇଛି।
ଦିଲ୍ଲୀରେ ଆଜିଠାରୁ ୧୩ ପର୍ଯ୍ୟନ୍ତ ବ୍ରିକ୍ସ ଶିଖର ସମ୍ମିଳନୀ ଚାଲିଥିବା ବେଳେ ଏହି ପାଣିପାଗ ସ୍ଥିତି ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।Advertisment ଆହୁରି ପଢନ୍ତୁ: Job in Railways: ଭାରତୀୟ ରେଳବାଇରେ ଚାକିରି ସୁଯୋଗ; ଯୁକ୍ତ ଦୁଇ ପାସ୍ କରିଛନ୍ତି କି?
ସ୍ୱାଧୀନ ପାଣିପାଗ ବିଶେଷଜ୍ଞ ନବଦୀପ ଦହିୟା କହିଛନ୍ତି ଯେ, ଏହି ବର୍ଷା ପୂର୍ବରୁ ଦିଲ୍ଲୀରେ ଲଗାତାର ୫ ଦିନ ଶୁଖିଲା ପାଗ ରହିଥିଲା।
ଗୁରୁବାର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଥିଲା, ଯାହା ସ୍ୱାଭାବିକଠାରୁ ୩.୧ ଡିଗ୍ରି ଅଧିକ।
ଶୁକ୍ରବାର ସକାଳ ସୁଦ୍ଧା ଦିଲ୍ଲୀରେ ୬୯.୫ ମିମି ବର୍ଷା ହୋଇଛି।
ସେପ୍ଟେମ୍ବରର ଦୀର୍ଘକାଳୀନ ହାରାହାରି ବର୍ଷା ପ୍ରାୟ ୧୨୦ରୁ ୧୨୫ ମିମି ଥିବାରୁ ମାସର ପ୍ରଥମ ୧୦ ଦିନରେ ସ୍ୱାଭାବିକ ପରିମାଣର ୫୫ ପ୍ରତିଶତରୁ ଅଧିକ ବର୍ଷା ହୋଇସାରିଛି।
ଏପରିକି ଦିଲ୍ଲୀ ବାର୍ଷିକ ସ୍ୱାଭାବିକ ବର୍ଷା ପରିମାଣ ୭୭୪.୪ ମିମିକୁ ମଧ୍ୟ ଅତିକ୍ରମ କରିସାରିଛି।
ଶନିବାର ଅନେକ ସ୍ଥାନରେ ହାଲୁକା ଓ କେତେକ ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ ବୋଲି ଆଇଏମ୍ଡି କହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।