Demand For New NACs ଭଦ୍ରକରେ ଜୋରଧରିଲା ୩ଟି ନୂଆ ଏନ୍ଏସି ଓ ୪ଟି ସ୍ବତନ୍ତ୍ର ବ୍ଲକ୍ ଗଠନ ଦାବି
"ଭଦ୍ରକ(ହରିହର ନାୟକ): ନିକଟରେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାରେ ୨ଟି ବ୍ଲକକୁ ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ମାନ୍ୟତା ପ୍ରଦାନ କରିଛନ୍ତି।
ତେବେ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତି ଓ ପୌରପରିଷଦ ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୀତି ବୃଦ୍ଧିପାଇବାରେ ଲାଗିଛି।
ବର୍ତ୍ତମାନ ପୁଣି ଆଉ ୩ଟି ଏନ୍ଏସି ଓ ୫ଟି ବ୍ଲକ୍ ଗଠନ କରିବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।
Advertisment ABVP Submits Memorandum ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଏବିଭିପି ପକ୍ଷରୁ ସ୍ମାରକପତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡ଼ା, ବନ୍ତ ଓ ଧାମରାକୁ ଏନ୍ଏସି ମାନ୍ୟତା ପ୍ରଦାନ କରିବାକୁ ବିଭିନ୍ନ ରାଜନୈତିକ ଦଳର ନେତା ଓ ବୁଦ୍ଧିଜୀବୀ ସଂଗଠନ ଦାବି କରିଛନ୍ତି।
ସେହିପରି ଜିଲ୍ଲାରେ ଭୌଗୋଳିକ ସୀମା ଓ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନୂତନ ଭାବରେ ୪ ଟି ବ୍ଲକ ଗତନ ପାଇଁ ଦାବି ଜୋର ଧରିଛି।
ଅସୁରାଳି, ସାବରଙ୍ଗ , ପୀରହାଟ ଓ ବିଦେଇପୁରକୁ ନୂତନ ବ୍ଲକ କରାଯାଉ ବୋଲି ଅଂଚଳବାସୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇଆସିଛି।
Neglect: ଦେଢ଼ ଶହ କୋଟିରେ ନିର୍ମିତ ୨ଟି ଲିଫ୍ଟ ଅଚଳ; ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହନ୍ତସନ୍ତ ସୂଚନାଯୋଗ୍ୟ, ରାଜ୍ୟ ସରକାର ଭଦ୍ରକ ଜିଲ୍ଲାର ଧୂଷୁରୀ ଓ ତିହିଡ଼ି ବ୍ଳକ୍କୁ ନୂତନ ଏନ୍ଏସି ଗଠନ କରିଛନ୍ତି ।
ତିହିଡ଼ି ଓ ଧୁଷୁରୀ ବାସୀଙ୍କର ବାଡି ପୂରଣ ହୋଉଥିବା ବେକେ ଅନ୍ୟ ଅଞ୍ଚଳବାସୀ ସେମାନଙ୍କର ଅଞ୍ଚଳର ବିକାଶ ପାଇଁ ନୂତନ ବ୍ଲକ ଓ ଏନ୍ ଏ ସି ଗଠନ ପାଇଁ ଦାବି କରିଛନ୍ତି ।
ଦାବି ପୂରଣ ନହେଲେ, ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଲୋକେ ସଜବାଜ ହେଉଥିବା ସୂଚନା ମିଳିଲାଣି।
ଏହି ଏନ୍ଏସି ଓ ବ୍ଲକ୍ ଗଠନ ପ୍ରସଙ୍ଗକୁ ନେଇ କଂଗ୍ରେସ , ବିଜେଡି ଓ ବାମ ଦଳ ଜନମତ ସଂଗଠିତ କରୁଥିବା ବେଳେ ଏବେ ଆନ୍ଦୋଳନକୁ ଉହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।