Devotees Remember Ancestors on Mahalaya: ପବିତ୍ର ମହାଳୟା ଆମାବାସ୍ୟା, ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ
ଆଶ୍ବିନ କୃଷ୍ଣପକ୍ଷ ଅମାବାସ୍ୟା ତିଥି ପବିତ୍ର ମହାଳୟ ଆମାବାସ୍ୟା। ପରମ୍ପରା ଓ ବିଶ୍ବାସ ରହିଛି ମହାଳୟା ତିଥିରେ ପିଣ୍ଡଦାନ କଲେ ପିତୃଲୋକରେ ପିତୃପୁରୁଷମାନେ ଆଶୀବାର୍ଦ ପ୍ରଦାନ କରିଥାନ୍ତି। ସେହି ବିଶ୍ବାସକୁ ନେଇ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରଣୀ ଓ ଶ୍ରୀମନ୍ଦିରର ଉତ୍ତର ଦ୍ବାର ନିକଟରେ ହଜାର ହଜାର ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ଶ୍ରାଦ୍ଧ ପ୍ରଦାନ କରିଛନ୍ତି।
ଶ୍ରୀକ୍ଷେତ୍ରରେ ଖେଳିଯାଇଛି ଆଧ୍ୟାମିକ ପରିବେଶ। ରାଜ୍ୟ ତଥା ରାଜ୍ୟବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆଜି ମହାଳୟା ଅମାବାସ୍ୟା ତିଥିରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ଶ୍ରାଦ୍ଧ ପ୍ରଦାନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।