Dharmendra Pradhan; ଜନ୍ମଦିନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସର କଟାକ୍ଷ
"ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ତାଙ୍କୁ ତୀବ୍ର ରାଜନୈତିକ କଟାକ୍ଷ କରିଛି।
ଦଳର ନେତା ପବନ ଖେଡ଼ା ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ "ପ୍ରିୟ ଧର୍ମେନ୍ଦ୍ର ଚାଚା, ଜନ୍ମଦିନର ଶୁଭେଚ୍ଛା।
ଆପଣ ୫୭ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆମେ ଆପଣଙ୍କ ବୟସର ଅଧା ବି ଛୁଇଁପାରିଲୁ ନାହିଁ" ବୋଲି ଉଲ୍ଲେଖ କରି ଗତ କିଛି ମାସ ମଧ୍ୟରେ ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ଜୀବନ ହାରିଥିବା ୧୪ ଜଣ ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶ କରିଛି।
କଂଗ୍ରେସର ଅଭିଯୋଗ, ଏହି ମୃତ୍ୟୁଗୁଡ଼ିକ କେବଳ ବ୍ୟକ୍ତିଗତ ଦୁର୍ଘଟଣା ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ବିଫଳତାର ପରିଣାମ।Advertisment କଂଗ୍ରେସ କହିଛି, ଦେଶର ପ୍ରତିଯୋଗିତାମୂଳକ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ବାତିଲ ଓ ଅନିୟମିତତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛି।
ଦଳର ଦାବି, ଏହି ପରିସ୍ଥିତି ଅନେକ ଛାତ୍ରଙ୍କୁ ମାନସିକ ଚାପରେ ପକାଇଥିଲା ଏବଂ କେତେଜଣ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।
ଜନ୍ମଦିନରେ ଶୁଭେଚ୍ଛା ବଦଳରେ ଏହି ୧୪ ଜଣଙ୍କ ତାଲିକା ପ୍ରକାଶ କରି କଂଗ୍ରେସ ଶିକ୍ଷାମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି।
Union Cabinet: କେନ୍ଦ୍ର କ୍ୟାବିନେଟରେ ହୋଇପାରେ ଅଦଳବଦଳ: ବାଦ୍ ପଡ଼ିପାରନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ୨ ଜଣ ମନ୍ତ୍ରୀ ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏକ ସାକ୍ଷାତ୍କାରରେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ।
ସେ କହିଥିଲେ, ପରୀକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ରହିଛି ଏବଂ ଏହାର ସଂସ୍କାର ଆବଶ୍ୟକ।
ପ୍ରତ୍ୟେକ ଛାତ୍ରଙ୍କ ଆତ୍ମହତ୍ୟା ଖବର ତାଙ୍କୁ ବ୍ୟକ୍ତିଗତ ଭାବେ ବ୍ୟଥିତ କରିଛି ବୋଲି ସେ କହିଥିଲେ।
ତେବେ ସେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିରୋଧୀ ଦଳ ରାଜନୀତି କରୁଥିବା ଅଭିଯୋଗ ମଧ୍ୟ ଆଣିଥିଲେ।
ତାଙ୍କ ମତରେ, ବିରୋଧୀ ଦଳ ସମାଧାନ ଦେବା ପରିବର୍ତ୍ତେ କେବଳ ଅଭିଯୋଗ ଓ ବିବାଦ ସୃଷ୍ଟି କରୁଛି।
ଅନ୍ୟପଟେ, କଂଗ୍ରେସ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ଆହୁରି ଜୋରଦାର କରିଛି।
ଦଳ ଜୁନ୍ ୩୦ରୁ "ଛାତ୍ରଙ୍କ ସ୍ୱର" (ଛାତ୍ରୋଁ କି ଗୁଂଜ) ନାମରେ ୪୦ ଦିନିଆ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବ ବୋଲି ଗୁରୁବାର ଘୋଷଣା କରିଛି।
ଏହି ଅଭିଯାନରେ ପରୀକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ସଂସ୍କାର, ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କଠୋର ବ୍ୟବସ୍ଥା ଏବଂ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ।
ଏହି ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ମୁକାବିଲା ଆହୁରି ତୀବ୍ର ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।