Dhirendra Shastri apologises: ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ହାତ ଯୋଡ଼ି କ୍ଷମା ମାଗିଲେ ଧୀରେନ୍ଦ୍ର ଶାସ୍ତ୍ରୀ

Nov 02, 2026 - 18:24
Dhirendra Shastri apologises: ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ହାତ ଯୋଡ଼ି କ୍ଷମା ମାଗିଲେ ଧୀରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ବାଗେଶ୍ୱର ଧାମର ପୀଠାଧୀଶ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ।

କଥାବାଚନ ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ଭଗବାନ ରାମଙ୍କ ସହ ଭଗବାନ କୃଷ୍ଣଙ୍କ ତୁଳନା କରିଥିଲେ।

କିନ୍ତୁ ଏଥିପାଇଁ ସେ ବ୍ୟବହାର କରିଥିବା ଶବ୍ଦକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Advertisment ସ୍ପଷ୍ଟୀକରଣ ଦେଇ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି, “ଗୋଟିଏ ଭିଡିଓରେ ଆମେ ଭାବବିହ୍ୱଳ ହୋଇ ଠାକୁରଙ୍କୁ ସ୍ନେହଭରା ଅଭିମାନରେ କହିଥିଲୁ ଯେ, ଆମର ରାମଜୀ ସରଳ, କିନ୍ତୁ ଠାକୁରଜୀ ଟିକେ ବଙ୍କା।

ଏହାର ଅନେକ ଲୋକ ଭୁଲ୍ ଅର୍ଥ ବାହାର କରି ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଆଲୋଚନା ଆରମ୍ଭ କରିଦେଇଥିଲେ।

ଆମେ ନମ୍ରତାର ସହ କହିବାକୁ ଚାହୁଁଛୁ ଯେ, ଆମେ ନିଜେ ଠାକୁରଜୀଙ୍କ ଭକ୍ତ।

ଆମେ ବ୍ରଜଭୂମିର ମଧ୍ୟ ଭକ୍ତ।

ଆମେ ନିଜେ ବ୍ରଜରେ ରହିବାକୁ ଚାହୁଁଥିଲୁ।

ଯେତେବେଳେ ବି ପ୍ରାର୍ଥନା କରୁଥିଲୁ, ଠାକୁରଜୀଙ୍କୁ ବ୍ରଜରେ ରହିବାର ସୁଯୋଗ ଦେବାକୁ ଅନୁରୋଧ କରୁଥିଲୁ।

ଆମେ ଯେତେଦୂର ସମ୍ଭବ ଶ୍ରୀମଦ୍‌ଭାଗବତ କଥା କହୁ ଏବଂ ଠାକୁରଜୀଙ୍କ ଗୁଣଗାନ କରୁ।

ଆମେ ଏହି ଅଭିମାନଭରା କଥା କହି ଭଗବାନ ରାମ ଓ ଭଗବାନ କୃଷ୍ଣଙ୍କ ମଧ୍ୟରେ କୌଣସି ଭେଦ ସୃଷ୍ଟି କରିବାକୁ ଚାହୁଁ ନଥିଲୁ।

ଯେପରି ସଖୀମାନେ ଶ୍ରୀରାମଙ୍କୁ ଅଭିମାନ କରି କଥା କହନ୍ତି, ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଅଭିମାନ କରନ୍ତି।

ସେହି ଭାବରେ ଆମେ ଜଣେ ସନ୍ଥଙ୍କର ଏକ ବେଶ୍‌ ଲୋକପ୍ରିୟ ପଦକୁ ଆଧାର କରି କଥା କହିଥିଲୁ।

ସେହି ପଦରେ କୁହାଯାଇଛି ଯେ, ବଂଶୀ ବଜାଇବା ଏକ ଖେଳ ହୋଇପାରେ, କିନ୍ତୁ ଧନୁ ଉଠାଇବା ଖେଳ ନୁହେଁ।

ସେହି ଭାବରେ ଆମେ ଏହି କଥା କହିଥିଲୁ ଏବଂ ତାହାର ବ୍ୟାଖ୍ୟା କରୁଥିଲୁ।

କିନ୍ତୁ ଅନେକ ଲୋକ ସମ୍ପୂର୍ଣ୍ଣ ଭିଡିଓ ନଦେଖି କେବଳ ଅଧା ଭିଡିଓ ଦେଖି ଆମକୁ କୃଷ୍ଣ ବିରୋଧୀ ବୋଲି କହିଦେଲେ।” ଆମେ କୃଷ୍ଣ ବିରୋଧୀ ନୋହୁଁ।

ଆମେ ନିଜେ ଠାକୁରଜୀଙ୍କ ଭକ୍ତ।

ଶ୍ରୀକୃଷ୍ଣ ଜନ୍ମଭୂମି ପାଇଁ ଆମେ ବାରମ୍ବାର ସ୍ୱର ଉଠାଇଥାଉ।

ଆମ ନାମରେ ମଧ୍ୟ ତାଙ୍କ ନାମ ରହିଛି।

ତାଙ୍କ କୃପାରୁ ହିଁ ଆମର ଜୀବନ।

ତଥାପି ଆମ କଥା ଓ ଭାବନାର ବ୍ୟାଖ୍ୟା ଯୋଗୁଁ ଯଦି କାହା ମନରେ କିଛି ଆଘାତ ଲାଗିଥାଏ, ତେବେ ଆମେ ନମ୍ରତାର ସହ କ୍ଷମା ପ୍ରାର୍ଥନା କରୁଛୁ।” କ'ଣ କହିଥିଲେ, ଯାହାକୁ ନେଇ ହୋଇଥିଲା ସମାଲୋଚନା?

ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ, “ତୁମେ ନିଜ ଠାକୁରଜୀଙ୍କର ଯେକୌଣସି ଫଟୋ ଦେଖିନିଅ।

ସେ ଠିଆ ହୋଇଥିଲେ ମଧ୍ୟ ତିନୋଟି ସ୍ଥାନରୁ ବଙ୍କା ହୋଇ ରହିଥାନ୍ତି।

ପାଦ ଉପରେ ପାଦ ରଖି, ଅଣ୍ଟାକୁ ମୋଡ଼ି, ମୁଣ୍ଡକୁ ବଙ୍କା କରି ବଂଶୀ ବଜାଉଥାନ୍ତି।

କିନ୍ତୁ ଆମ ରାମଜୀ ଠିଆ ହେଲେ ମଧ୍ୟ ସିଧା ଠିଆ ହୁଅନ୍ତି।

ଆମ ରାମଜୀଙ୍କ ନାମ ମଧ୍ୟ ସିଧା, ଚାଲିବା ମଧ୍ୟ ସିଧା ଏବଂ ଦେଖିବାକୁ ମଧ୍ୟ ସିଧା।” ଏହି ମନ୍ତବ୍ୟକୁ ନେଇ ବିବାଦ ଓ ସମାଲୋଚନା ହେବା ପରେ ଧୀରେନ୍ଦ୍ର ଶାସ୍ତ୍ରୀ ନିଜର ସ୍ପଷ୍ଟୀକରଣ ରଖିବା ସହ କ୍ଷମା ମାଗିଛନ୍ତି।

ରୋଜଗାର ମେଳାରେ ୨୭୮୭ ଯୁବକଯୁବତୀଙ୍କୁ ମିଳିଲା ଚାକିରି, ୯୫ଟି କମ୍ପାନି ଦେଲେ ନିଯୁକ୍ତି ସୁଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।