Diarrhoea: ନବରଙ୍ଗପୁରରେ ନିୟନ୍ତ୍ରଣକୁ ଫେରୁଛି ଝାଡ଼ାବାନ୍ତି ସ୍ଥିତି, ସୁସ୍ଥ ହେଉଛନ୍ତି ୧୬ ଚିକିତ୍ସାଧୀନ ରୋଗୀ
"ନବରଙ୍ଗପୁର: ଧୀରେ ଧୀରେ ନିୟନ୍ତ୍ରଣକୁ ଫେରୁଛି ନବରଙ୍ଗପୁର ଝାଡ଼ାବାନ୍ତି ।
ଚିକିତ୍ସାଧୀନ ଥିବା ୧୬ ଜଣଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।
ଉମରକୋଟ ତୋହରା ପଞ୍ଚାୟତ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଅସୁସ୍ଥ ହୋଇ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।Advertisment ଚିକିତ୍ସା ପରେ ସମସ୍ତେ ପ୍ରାୟ ସୁସ୍ଥ ହୋଇଥିବା ବେଳେ ଆଜି ସେମାନେ ଘରକୁ ଫେରିବା ସମ୍ଭାବନା ରହିଛି।
ଏପଟେ ରୋଗର ପ୍ରକୃତ କାରଣ ଖୋଜିବାକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୫ ଜଣିଆ ବିଶେଷଜ୍ଞ ଟିମ୍ କେନ୍ଦୁଘାଟରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି।
କେନ୍ଦୁଘାଟରେ ଝାଡ଼ାବାନ୍ତି ପରେ ତତ୍ପର ହୋଇଛି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ।
ନବରଙ୍ଗପୁରରୁ ଗୋଟିଏ ଟିମ୍ ସହ କୋରାପୁଟ ମେଡିକାଲ କଲେଜରୁ ୫ ଜଣିଆ ବିଶେଷଜ୍ଞ ଟିମ୍ ଗାଁରେ ପହଞ୍ଚି ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରିଛି।
ସଂଗୃହୀତ ନମୁନା ପରୀକ୍ଷା ପରେ ଝାଡ଼ାବାନ୍ତିର ପ୍ରକୃତ କାରଣ ସ୍ପଷ୍ଟ ହେବ ।
ମେଡିକାଲ ଟିମ୍ ୨୪ ଘଣ୍ଟା ଲୋକଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଅନ୍ୟପଟେ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍ ତିନି ସିଫ୍ଟରେ ୨୪ ଘଣ୍ଟା ଲୋକଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।
ଏବେ ଗାଁରେ ସ୍ଥିତି ସ୍ୱାଭାବିକ ହେବାକୁ ଲାଗିଥିବା ବେଳେ ନୂଆ ଝାଡ଼ାବାନ୍ତି ରୋଗୀ ଚିହ୍ନଟ ହୋଇନାହାନ୍ତି ।
ଗାଁରେ ରୋଗ ନ ବ୍ୟାପିବା ପାଇଁ ସଚେତନତା କାର୍ଯ୍ୟକ୍ରମ ସହ ହାତ ଧୋଇବା, ବିଶୁଦ୍ଧ ପାଣି ପିଇବା ଓ ସ୍ୱଚ୍ଛତା ରକ୍ଷା ନେଇ ଲୋକଙ୍କୁ ସଚେତନ କରାଯାଉଛି।
ବିଭିନ୍ନ ସ୍ଥାନରେ ସଚେତନତାମୂଳକ ବ୍ୟାନର ଲଗାଯାଇଛି ।
ପାନୀୟ ଜଳ ବିଭାଗ ପକ୍ଷରୁ ଗାଁର ବିଭିନ୍ନ ଜଳ ଉତ୍ସ ବିଶୋଧନ କରାଯାଉଛି ।
Chhattisgarh Chief Minister: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।