Diarrhoea Outbreak ପଟାଶାଳରେ ଡାଇରିଆ, ଜଣେ ମୃତ, ୭ ଆକ୍ରାନ୍ତ

Sep 29, 2026 - 22:14
Diarrhoea Outbreak ପଟାଶାଳରେ ଡାଇରିଆ, ଜଣେ ମୃତ, ୭ ଆକ୍ରାନ୍ତ

"ଧରାକୋଟ:  ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସବା ପଞ୍ଚାୟତର ଉପାନ୍ତ ଇଲାକା ପଟାଶାଳ ମାଲିକସାହିରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏଥିରେ ଜଣକ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ସୁଶାନ୍ତ ମଲ୍ଲିକ।

ଏଥିରେ ଅନ୍ୟ ୭ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।

ସମ୍ପ୍ରତି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ମାଲିକ ସାହି ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment Diarrhea, malaria: ୧୮ରେ ସ୍କୁଲ ଖୋଲିବା ପୂର୍ବରୁ ଡରାଇଲାଣି ଝାଡ଼ାବାନ୍ତି, ମ୍ୟାଲେରିଆ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମାଣିକ୍ୟପୁର ଉପସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏହାସହ ଧରାକୋଟ ବିଡିଓ ତୃପ୍ତିମୟୀ ଜେନା, ଆରଡବ୍ଲ୍ୟୁଏସଏସ୍‌ ସହକାରୀଯନ୍ତ୍ରୀ ଚିନ୍ମୟୀ ରାଉତ ଓ ବିଭାଗୀୟ କର୍ମଚାରୀ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

4 Dead: ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଆତଙ୍କ: ଝାଡ଼ାବାନ୍ତିରେ ୪ ମୃତ ଗ୍ରାମର ବିଭିନ୍ନ ସ୍ଥାନରେ ବ୍ଲିଚିଂ ପକାଯାଇଥିବା ସହ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

ଆକ୍ରାନ୍ତମାନେ ଏକ ଭୋଜିରେ ଯୋଗ ଦେବା ପାଇଁ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ଗ୍ରାମକୁ ଯାଇଥିଲେ।

ସେଠାରୁ ଭୋଜି ଖାଇ ଫେରିବା ପରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।

ସେହିପରି ଡାକ୍ତରୀଦଳ ବି ଏହା ଖାଦ୍ୟ ବିଷକ୍ରିୟାଜନିତ ହୋଇପାରେ ବୋଲି ସନ୍ଦେହ କରିଛନ୍ତି।

Students Hospitalised: ୧୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଝାଡ଼ାବାନ୍ତି, ମେଡିକାଲରେ ଭର୍ତ୍ତି ତେବେ ପାଣି ଓ ଅନ୍ୟାନ୍ୟ ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ବିଜେପି ନେତା ଉତ୍ତମ ପାଣିଗ୍ରାହୀ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।