Dies After Drowning ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Sep 27, 2026 - 16:44
Dies After Drowning ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

"ଡେରାବିଶ: ଡେରାବିଶ ଥାନା ଅନ୍ତର୍ଗତ ବାଲିଆ ଗ୍ରାମରେ ଆଜି (ରବିବାର) ସକାଳେ ପୋଖରୀରେ ବୁଡ଼ି ଜଣେ ନାବାଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ଛାତ୍ରଜଣକ ହିତେଶ ରଞ୍ଜନ ପଣ୍ଡା (୧୬)।

ସେ ୯ମଶ୍ରେଣୀର ଛାତ୍ରଅଟନ୍ତି।

Advertisment 6 Children Die: କରମ୍‌ ବିସର୍ଜନବେଳେ ଝାଡ଼ଖଣ୍ଡରେ ପାଣିରେ ବୁଡ଼ି ୬ ଶିଶୁ ମୃତ ସୂଚନାନୁସାରେ, ବାଲିଆ ଗ୍ରାମର ନିରଞ୍ଜନ ପଣ୍ଡାଙ୍କ ପୁଅ ହିତେଶ ଆଜି ସକାଳ ପ୍ରାତଃ ୯ଟାରେ ନିଜର ନିତ୍ୟକର୍ମ ସାରି ନିକଟସ୍ଥ ପୋଖରୀକୁ ଗାଧେଇବାକୁ ଯାଇଥିଲା ।

ଗାଧୋଉଥିବା ବେଳେ ଅସାବଧନାତା ବଶତଃ ତାଙ୍କର ଗୋଡ଼ ଖସିଯାଇ ଗଭୀର ଜଳକୁ ଚାଲିଯାଇଥିଲେ।

ମୃତଛାତ୍ର: ଫାଇଲ୍‌ ଫଟୋ ସେଠାରେ ଥିବା ଅନ୍ୟ କେତେକ ପିଲା ହିତେଶ ବୁଡ଼ି ଯାଉଥିବା ଦେଖି ଦୌଡ଼ି ଯାଇ ଗ୍ରାମର ଲୋକଙ୍କୁ ସୂଚିତ କରିଥିଲେ।

Rain: କାଳ ହେଲା ଲଗାଣ ବର୍ଷା: ପାଣିରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା ଖବର ପାଇ ଡେରାବିଶ ଅଗ୍ନୀଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ।

ଦୀର୍ଘ ଘଣ୍ଟା ଖୋଜିବା ପରେ  ହିତେଶଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ।

ଡେରାବିଶ ଥାନା ପୁଲିସ ସ୍ୱସ୍ଥ୍ୟ କେନ୍ଦ୍ରରେ ପହଂଚି ମୃତ ଛାତ୍ର ହିତେଶର ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ।

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଚେଦ କରାଯିବା ପରେ ପୁଲିସ ମୃତକ ହିତେଶଙ୍କ ମୃତ ଶରିରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।