Dies: ପାରଳାଖେମୁଣ୍ଡି ସବ ଜେଲରେ ଅଭିଯୁକ୍ତଙ୍କର ମୃତ୍ୟୁ

Sep 06, 2026 - 12:17
Dies: ପାରଳାଖେମୁଣ୍ଡି ସବ ଜେଲରେ ଅଭିଯୁକ୍ତଙ୍କର ମୃତ୍ୟୁ

"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବ ଜେଲରେ ଅଭିଯୁକ୍ତଙ୍କର ମୃତ୍ୟୁ।

ପୁଲିସ ହେପାଜତରେ ଜେଲରେ ଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମୃତକ ହେଉଛନ୍ତି ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ତାଙ୍କଲା ସାହିର ରୁନା ବଡ଼ ରଇତ, ଗତ ମାସ ୭ ତାରିଖରେ ଏକ ପୋସ୍କୋ କେସ ଅଭିଯୋଗରେ ରାୟଗଡ  ପୁଲିସ ମୃତ ରୁନା ବଡ଼ ରଇତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।Advertisment ମୃତ୍ୟୁର କାରଣ ଅସ୍ପଷ୍ଟ ପୁଲିସ ହେପାଜତରେ ଜେଲରେ ଥିବା ସମୟରେ ଗତ ୧ .

୯.୨୦୨୬ ତାରିଖରେ ପରିବାର ଲୋକେ ତାଙ୍କୁ ଦେଖିବାକୁ ଜେଲ ପରିସରକୁ ଆସି କଥାଭାଷା କରିଥିଲେ, ସେହି ସମୟରେ ମୃତ ରୁନା ବଡ଼ ରଇତଙ୍କ ସ୍ବାସ୍ଥ୍ୟ ଭଲ ଥିବା ପରିବାର ଲୋକେ କହିଥିବା ବେଳେ ହଠାତ୍ ଗତକାଲି ରାତି ୩ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ‌ସୂଚନା ଦେଇଛି।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଜେଲ କର୍ତ୍ତୁପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର ବର୍ଗ।

ତେବେ କ୍ଷତିପୂରଣ ଥଇଥାନ ବ୍ୟବସ୍ଥା ନ ମିଳିବା ପର୍ଯ୍ୟନ୍ତ ଶବ ନ ଉଠାଇବାକୁ ଜିଦ୍ ଧରି ବସିଛନ୍ତି ଗ୍ରାମବାସୀ।

ଟ୍ରାକ୍ଟରରୁ ୪୪୦ କେଜି ଗଂଜେଇ ଜବତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।