Diesel: ଡିଜେଲ୍‌ରେ ୧୯ ଟଙ୍କା, ପେଟ୍ରୋଲ୍‌ରେ ୬ ଟଙ୍କା କ୍ଷତି

Jul 05, 2026 - 05:34
Diesel: ଡିଜେଲ୍‌ରେ ୧୯ ଟଙ୍କା, ପେଟ୍ରୋଲ୍‌ରେ ୬ ଟଙ୍କା କ୍ଷତି

"ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନିଗୁଡ଼ିକ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଡିଜେଲ ବିକ୍ରିରେ ଲିଟର ପିଛା  ୧୮ ଟଙ୍କା ୯୦ ପଇସା ଏବଂ ପେଟ୍ରୋଲରେ ୬ ଟଙ୍କା କ୍ଷତି ସହିଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚା ଥିବାବେଳେ ତୈଳ କମ୍ପାନିଗୁଡ଼ିକ ବଜାର ଦରଠାରୁ କମ୍‌ରେ ବିକ୍ରି କରିବା କାରଣରୁ ଏହି କ୍ଷତି ହୋଇଛି ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପକ୍ଷରୁ ଆକଳନ କରାଯାଇଛି।Advertisment Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି ବର୍ଷକ ତଳେ କମ୍ପାନିଗୁଡ଼ିକ ଲିଟର ପିଛା ଡିଜେଲରେ ୮ ଟଙ୍କା ୨୦ ପଇସା ଏବଂ ପେଟ୍ରୋଲରେ ୧୦ ଟଙ୍କା ୩୦ ପଇସାର ଲାଭ କରିଥିଲେ।

୨୦୨୪ ବର୍ଷର ସେହି ସମୟରେ କମ୍ପାନିଗୁଡ଼ିକ ଡିଜେଲରେ ୨ ଟଙ୍କା ୫୦ ପଇସା ଏବଂ ପେଟ୍ରୋଲରେ ୪ ଟଙ୍କା ୪୦ ପଇସାର ଲାଭ କରିଥିଲେ।

କିନ୍ତୁ ଚଳିତବର୍ଷ ଏପ୍ରିଲ-ଜୁନ ତ୍ରୟମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯେତିକି ବଢ଼ିଛି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ଦର ସେହି ମାତ୍ରାରେ ବଢ଼ିନାହିଁ।

ଏଥିପାଇଁ କମ୍ପାନିଗୁଡ଼ିକର କ୍ଷତି ହୋଇଛି।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଗତ ଗୁରୁବାର କହିଥିଲେ ଯେ ତୈଳ ବିପଣନ କମ୍ପାନିଗୁଡ଼ିକ ଏପ୍ରିଲ-ଜୁନ ତ୍ରୟମାସରେ ପ୍ରାୟ ୭୫ ହଜାର କୋଟି ଟଙ୍କାର କ୍ଷତି କରିଛନ୍ତି।

ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଓ ବିମାନ ଇନ୍ଧନକୁ ବଜାର ଦରଠାରୁ କମ୍‌ରେ ବିକ୍ରି କରିବା କାରଣରୁ ଏହା ହୋଇଛି।

Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଅନୁସାରେ ତୈଳ କମ୍ପାନିଗୁଡ଼ିକର ପେଟ୍ରୋଲ, ଡିଜେଲ ବିକ୍ରିରେ ଲାଭ ଓ କ୍ଷତି ହୋଇଥାଏ।

୨୦୨୪-୨୫ ଆର୍ଥିକବର୍ଷର ତୃତୀୟ ତ୍ରୟମାସରେ କମ୍ପାନିଗୁଡ଼ିକ ପେଟ୍ରୋଲ ବିକ୍ରିରେ ଲିଟର ପିଛା ୧୨ ଟଙ୍କା ଲାଭ କରିଥିଲେ।

୨୦୨୫-୨୬ର ପ୍ରଥମ ତ୍ରୟମାସରେ କମ୍ପାନିଗୁଡ଼ିକର ଡିଜେଲ ବିକ୍ରି ବାବଦ ଲାଭ ୮ ଟଙ୍କା ୨୦ ପଇସା ରହିଥିଲା ବୋଲି ଆଇସିଆଇସିଆଇ ସିକ୍ୟୁରିଟିଜ୍‌ ପକ୍ଷରୁ କୁହାଯାଇଛି।

୨୦୨୨ ମସିହାରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଥିଲା।

ତାହା ପରେ ତୈଳ କମ୍ପାନିଗୁଡ଼ିକ ଦୈନିକ ପେଟ୍ରୋଲ, ଡିଜେଲ ଦର ସଂଶୋଧନକୁ ବନ୍ଦ କରିଦେଇଥିଲେ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମ୍‌ ଥିବା ସମୟରେ ‌ତୈଳ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ତାହାର ଫାଇଦା ନଦେଇ ନିଜେ ନେଇଥିଲେ।

କିନ୍ତୁ ଏବେ ଅନ୍ତର୍ଜାତୀୟ ଦର ବଢ଼ିଯିବା ଫଳରେ ସରକାର ଉତ୍ପାଦ ଶୁଳ୍କ କମାଇଥିବାବେଳେ ଦର ବଢ଼ାଇଛନ୍ତି।

ଏହା ସତ୍ତ୍ବେ କମ୍ପାନିଗୁଡ଼ିକ କ୍ଷତି ସହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।