Disaster Risk Reduction: ଆନ୍ତର୍ଜାତିକ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ

Oct 13, 2026 - 10:11
Disaster Risk Reduction: ଆନ୍ତର୍ଜାତିକ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ

"ଆଜି ଆନ୍ତର୍ଜାତିକ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ।

ବିପର୍ଯ୍ୟୟ ଜନିତ ବିପଦ ସମ୍ପର୍କିତ ସଚେତନତା, ପ୍ରତିରୋଧ ଏବଂ ଏହାର ପ୍ରଭାବ ହ୍ରାସ କରିବା ଦିଗରେ ଏକ ବିଶ୍ୱସ୍ତରୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ଅକ୍‌ଟୋବର ୧୩ ତାରିଖରେ ଏହି ଦିବସ ପାଳନ କରାଯାଏ।

ମିଳିତ ଜାତିସଂଘର ସାଧାରଣ ପରିଷଦର ଆହ୍ବାନ କ୍ରମେ ୧୯୮୯ ମସିହାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆନ୍ତର୍ଜାତିକ ଦିବସ ଆରମ୍ଭ ହୋଇଥିଲା।

ସାରା ବିଶ୍ବର ଜନସମୁଦାୟ କିପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏବଂ ତାହାର ମୁକାବିଲା କିପରି କରାଯିବ ସେ ନେଇ ସଚେତନତା ବୃଦ୍ଧି ଏହି ଦିବସର ମୂଳ ଉଦ୍ଦେଶ୍ୟ।

ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ଆକସ୍ମିକ ବିପର୍ଯ୍ୟୟ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥାଏ।

ଜଳବାୟୁ ପରିବର୍ତ୍ତନ ଦ୍ବାରା ଅଧିକାଂଶ ବିପର୍ଯ୍ୟୟ ଏବେ ଉଗ୍ର ରୂପ ଧାରଣ କରୁଛି।

ତାହା ସ୍ଥାୟୀ ବିକାଶରେ ନିବେଶ ଓ ଫଳାଫଳ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।Advertisment Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ ବିଗତ ବର୍ଷମାନଙ୍କରେ ମୃତ୍ୟୁସଂଖ୍ୟା ବୃଦ୍ଧି ବିଶ୍ବ ସ୍ତରରେ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି।

ଜନସଂଖ୍ୟା ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାରତା କ୍ରମାଗତ ବୃଦ୍ଧି ପାଉଥିବାରୁ ମୃତ୍ୟୁ, ଧ୍ବଂସ ଓ କ୍ଷତିର ଆଶଙ୍କାକୁ ହ୍ରାସ କରିବାର ଅଧିକ ଆବଶ୍ୟକତା ରହିଛି।

ତେବେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ, ପ୍ରସ୍ତୁତି ଓ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ଦ୍ବାରା କ୍ଷତିକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରାଯାଇପାରିବ।

ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି: "ସହନ କ୍ଷମତା ବାସଗୃହରୁ ଆରମ୍ଭ ହୁଏ।" ଏହା ବାର୍ତ୍ତା ଦେଉଛି ଯେ ଏକ ସୁରକ୍ଷିତ ଓ ସୁଦୃଢ଼ ​​ଘର ହେଉଛି ପ୍ରାକୃତିକ ଓ ମାନବ-ସୃଷ୍ଟ ବିପଦ ବିରୁଦ୍ଧରେ ସୁରକ୍ଷାର ପ୍ରଥମ କବଚ ଏବଂ ଏହା ପାଇବା ସମସ୍ତଙ୍କର ପ୍ରାଥମିକ ଅଧିକାର।

Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।