Disha Salian: ଦିଶା ସାଲିଆନ୍ ମୃତ୍ୟୁ ମାମଲା: ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖଙ୍କୁ ୫୦୦ କୋଟିର ମାନହାନି ନୋଟିସ୍
"ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଓ ଏନ୍ସିପି (ଏସ୍ପି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି ଦିଶାଙ୍କ ବାପା ସତୀଶ ସାଲିଆନ୍।
ତାଙ୍କ ଝିଅର ମୃତ୍ୟୁର ତଦନ୍ତ ଦାବିକୁ ଉଭୟ ନେତା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦର୍ଶାଇଥିବା ନୋଟିସ୍ରେ ଅଭିଯୋଗ କରାଯାଇଛି।
ନୋଟିସ୍ରେ ୭ ଦିନ ମଧ୍ୟରେ ସର୍ବସାଧାରଣରେ କ୍ଷମା ମାଗିବା, ନିଜ ମନ୍ତବ୍ୟ ପ୍ରତ୍ୟାହାର କରିବା ଏବଂ ୫୦୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି।Advertisment ଦିଶା ସାଲିଆନ୍ ୨୦୨୦ ଜୁନ୍ ୮ ତାରିଖ ରାତିରେ ମୁମ୍ବାଇର ମାଲାଡ୍ ଅଞ୍ଚଳର ଏକ ଉଚ୍ଚ ଅଟ୍ଟାଳିକାରୁ ଖସି ପଡ଼ିଥିଲେ।
ସେତେବେଳେ ପୁଲିସ ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ମାମଲା ରୁଜୁ କରିଥିଲା।
ଏହାର ୬ ଦିନ ପରେ ଜୁନ୍ ୧୪ରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟିଥିଲା।
ଦିଶାଙ୍କ ବାପା ପରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଝିଅର ମୃତ୍ୟୁର ନୂଆକରି ତଦନ୍ତ ଓ ଏଫ୍ଆଇଆର୍ ରୁଜୁ ଦାବି କରିଥିଲେ।
ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେପ୍ଟେମ୍ବର ୧୪ରେ ସିବିଆଇ ଏହି ମାମଲାରେ ନୂଆ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଏଫ୍ଆଇଆର୍ରେ ଆଦିତ୍ୟ ଠାକରେଙ୍କ ସମେତ ଡିନୋ ମୋରିଆ, ସୂରଜ ପଞ୍ଚୋଲି, ରିୟା ଚକ୍ରବର୍ତ୍ତୀ ଏବଂ ମାମଲା ସହ ଜଡ଼ିତ କିଛି ପୁଲିସ ଓ ଚିକିତ୍ସା ଅଧିକାରୀଙ୍କ ଭୂମିକା ତଦନ୍ତ କରାଯିବ ବୋଲି ଉଲ୍ଲେଖ ଅଛି।
ଆହୁରି ପଢନ୍ତୁ: Tanishq: ତନିସ୍କର ୨୨୫ରୁ ଅଧିକ ଷ୍ଟୋରରେ ଡାଇମଣ୍ଡ ଏକ୍ସପର୍ଟାଇଜ୍ ସେଣ୍ଟର୍ ମାନହାନି ନୋଟିସ୍ରେ ସତୀଶ ସାଲିଆନ୍ ଅଭିଯୋଗ କରିଛନ୍ତି ଯେ, ଆଦିତ୍ୟ ଠାକରେ ତାଙ୍କ ନ୍ୟାୟ ପାଇଁ ଲଢ଼େଇର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ।
ତାଙ୍କୁ ଅନ୍ୟ କାହା ଦ୍ୱାରା ବ୍ୟବହାର କରାଯାଇ ଆଦିତ୍ୟଙ୍କୁ ହଇରାଣ କରାଯାଉଛି ବୋଲି କୁହାଯାଇଥିବା ମଧ୍ୟ ନୋଟିସ୍ରେ ଦର୍ଶାଯାଇଛି।
ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ୨୦୨୫ ମାର୍ଚ୍ଚ ୨୩ରେ ଦିଶା ମାମଲାକୁ ଆଦିତ୍ୟଙ୍କୁ ବଦନାମ କରିବା ପାଇଁ ଷଡ୍ଯନ୍ତ୍ର ବୋଲି କହିଥିବା ମଧ୍ୟ ନୋଟିସ୍ରେ ଉଲ୍ଲେଖ ଅଛି।
ଏପଟେ ଆଦିତ୍ୟ ଠାକରେ ସେପ୍ଟେମ୍ବର ୧୬ରେ ସୋସିଆଲ୍ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ସେ ଦିଶାଙ୍କୁ କେବେ ଭେଟିନାହାନ୍ତି କିମ୍ବା ତାଙ୍କୁ ଜାଣିନାହାନ୍ତି।
ତାଙ୍କ ନାମକୁ ଏହି ମାମଲା ସହ ଯୋଡ଼ିବା ତାଙ୍କ ବିରୋଧରେ ଚାଲିଥିବା ଏକ ଅଭିଯାନ ବୋଲି ସେ କହିବା ସହ ସିବିଆଇ ନିରପେକ୍ଷ ଭାବେ ପୁନଃତଦନ୍ତ କରୁ ବୋଲି କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।