Disproportionate Assets Allegation: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ, ICAR-CIFRI ନିର୍ଦ୍ଦେଶକଙ୍କ ଘରେ CBI ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ICAR-CIFRI ନିର୍ଦ୍ଦେଶକଙ୍କ ଘରେ CBI ରେଡ୍। ICAR-CIFRI ନିର୍ଦ୍ଦେଶକ ଡକ୍ଟର ବସନ୍ତ ଦାସଙ୍କ ଭୁବନେଶ୍ୱର ଜାଗମରାସ୍ଥିତ ତିନି ମହଲା ଘରେ ଚାଲିଛି CBIର ଚଢ଼ାଉ। ଅଭିଯୋଗ ଆଧାରରେ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଓ କାଗଜପତ୍ର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍। କେବଳ ଭୁବନେଶ୍ୱର ନୁହେଁ, ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି CBI।
କୋଲକାତାସ୍ଥିତ ICAR-CIFRI କାର୍ଯ୍ୟାଳୟ ସମେତ ବାଲେଶ୍ୱରରେ ଥିବା ଡକ୍ଟର ବସନ୍ତ ଦାସଙ୍କ ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍। ଚଢ଼ାଉ ବେଳେ ସମ୍ପତ୍ତି ଓ ଆର୍ଥିକ କାରବାର ସମ୍ପର୍କିତ ବିଭିନ୍ନ ଦସ୍ତାବିଜ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।
ICAR-CIFRI ନିର୍ଦ୍ଦେଶକ ଘରେ CBI
ICAR-CIFRI ନିର୍ଦ୍ଦେଶକ ଡକ୍ଟର ବସନ୍ତ ଦାସଙ୍କ ଘରେ CBI ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ସୂଚନା
ଭୁବନେଶ୍ୱର ଜାଗମରାରେ ଥିବା ୩ ମହଲା ଘରେ ରେଡ୍
କୋଲକାତା କାର୍ଯ୍ୟାଳୟ, ବାଲେଶ୍ଵରସ୍ଥିତ ପୈତୃକ ଘରେ ମଧ୍ୟ ରେଡ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।