District: ଦେଶର ସର୍ବାଧିକ ବିପର୍ଯ୍ୟୟପ୍ରବଣ ଜିଲ୍ଲା

Sep 10, 2026 - 02:32
District: ଦେଶର ସର୍ବାଧିକ ବିପର୍ଯ୍ୟୟପ୍ରବଣ ଜିଲ୍ଲା

"ଅଲେଖ ଚନ୍ଦ୍ର ପଢ଼ିଆରୀ ଆଇ.ଆଇ.ଟି.

ମଣ୍ଡି ଓ ଆଇ.ଆଇ.ଟି.

ଗୌହାଟୀ ଭଳି ଭାରତର ଦୁଇଟି ପ୍ରମୁଖ ପ୍ରାଦ୍ୟୋଗିକ ଶିକ୍ଷାନୁଷ୍ଠାନ ତରଫରୁ ଭାରତରେ ଜଳବାୟୁ ପରିବର୍ତ୍ତନର ବିପଦ ସମ୍ପର୍କରେ ୬୦୦ଟି ଯାକ ଜିଲ୍ଲାକୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା।

ଆଇ.ଆଇ.ଟି.ର ବିଶେଷଜ୍ଞମାନଙ୍କ ଗବେଷଣାର ବିଷୟବସ୍ତୁ ଥିଲା "ଆଇ.ପି.ସି.ସି.

ଫ୍ରେମ୍‌ୱାକ୍ ବ୍ୟବହାର କରି ଭାରତ ପାଇଁ ଜିଲ୍ଲାସ୍ତରୀୟ ଜଳବାୟୁ ବିପଦର ଆକଳନ ଏବଂ ବନ୍ୟା ଓ ମରୁଡ଼ିର ବିପଦ ମ୍ୟାପିଂ।” ଏହା ଥିଲା ଏକ ବିସ୍ତୃତ ଅନୁଶୀଳନ ଯହିଁରେ କିଛି ପରାମର୍ଶ ମଧ୍ୟ ସନ୍ନିହିତ ଥିଲା।

ଏହି ରିପୋର୍ଟ ଅନୁସାରେ ଭାରତର ୧୧୮ଟି ବନ୍ୟାପ୍ରବଣ ଜିଲ୍ଲା ମଧ୍ୟରୁ ୫୧ଟି ଅତି ବନ୍ୟାପ୍ରବଣ ଏବଂ ୧୮୮ଟି ମରୁଡ଼ିପ୍ରବଣ ଜିଲ୍ଲା ମଧ୍ୟରୁ ୯୧ଟି ଅତି ମରୁଡ଼ିପ୍ରବଣ।

ଏହି ଅତିବନ୍ୟା ଓ ଅତିମରୁଡ଼ି ପ୍ରବଣ ଜିଲ୍ଲା ଭିତରେ ପ୍ରମୁଖ ହେଉଛନ୍ତି ଓଡ଼ିଶାର କେନ୍ଦ୍ରାପଡ଼ା ଓ କେରଳର ଆଲପୁଝା।

ସ୍ବୀକାର କରିବାକୁ ହେବ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅତିବୃଷ୍ଟି ବା ନିଅଣ୍ଟିଆ ବର୍ଷା ଜନିତ ବନ୍ୟା ଓ ମରୁଡ଼ି କେନ୍ଦ୍ରାପଡ଼ା ଲାଗି ଏକ ନିୟମିତ ବ୍ୟାପାର ହୋଇଗଲାଣି।

ଏହା ଦ୍ବାରା ଜୀବିକା, ବସବାସ ଓ ଖାଦ୍ୟପେୟ ଆଦି ପ୍ରତି ଆହ୍ବାନ ସୃଷ୍ଟି ହୋଇଛି ଏବଂ କାର୍ଯ୍ୟ ସକାଶେ ଏହି ଜିଲ୍ଲାରେ ଶ୍ରମ ବଳର ସ୍ଥାନାନ୍ତରଣ ଲାଗି ରହିଛି।

Advertisment Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ ଏହି ରିପୋର୍ଟ ଅନୁସାରେ ଝାଡ଼ଖଣ୍ଡ, ଓଡ଼ିଶା, ଆସାମ, ବିହାର ଓ ମହାରାଷ୍ଟ୍ର ରାଜ୍ୟରେ ଅଧିକାଂଶ ବିପର୍ଯ୍ୟୟପ୍ରବଣ ଜିଲ୍ଲା ଅବସ୍ଥିତ।

ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଏକ ଦୀର୍ଘ ଭୂଭାଗ ସମୁଦ୍ର ସଂଲଗ୍ନ ହୋଇଥିବାରୁ ପୁରୀ ବା ଭଦ୍ରକ ଅଥବା ଗଞ୍ଜାମ ତୁଳନାରେ ଏହି ଦୁଇ ଜିଲ୍ଲା ଅଧିକ ବାତ୍ୟାପ୍ରବଣ।

ମହାନଦୀ ଓ ଏହାର ଶାଖା ନଦୀର ତ୍ରିକୋଣଭୂମିର ନିମ୍ନ ଭାଗରେ ଅବସ୍ଥିତ ହୋଇଥିବାରୁ ଏହା ଘୋର ବନ୍ୟାପ୍ରବଣ ମଧ୍ୟ।

ଇତିହାସରେ ଉଲ୍ଲିଖିତ ଅଛି, ୧୭୭୦, ୧୭୮୦, ୧୭୯୨, ୧୭୯୩, ୧୮୦୩, ୧୮୬୬, ୧୮୮୫ରେ ଏହି ଜିଲ୍ଲା ଉତ୍କଟ ମରୁଡ଼ି ଦେଖିଥିଲା।

୧୮୬୬ ମସିହାରେ ନ"ଅଙ୍କ ଦୁର୍ଭିକ୍ଷରେ ଏହି ଜିଲ୍ଲାର ପ୍ରାୟ ଏକ-ତୃତୀୟାଂଶ ଲୋକ ପୋଛି ହୋଇଯାଇଥିଲେ।

ସେମିତି ୧୮୮୫ରେ ଘଟିଥିବା ଭୟାବହ ବାତ୍ୟାରେ ଏହି ଜିଲ୍ଲାର ପ୍ରାୟ ୫୦୦୦ ଲୋକ ଓ ୧୦୦୦ ପଶୁଙ୍କ ଜୀବନ ହାନି ଘଟିଥିଲା ଏବଂ ୧୧ଟି ଗ୍ରାମ ନିଶ୍ଚିହ୍ନ ହୋଇଯାଇଥିଲା।

ସେମିତି ବନ୍ୟା ବିପତ୍ତି ଯୋଗୁଁ ୧୯୨୨-୨୩ ମସିହାରେ ପ୍ରତି ୧୦୦ ଜଣରେ ୩୫ ଜଣ କେନ୍ଦ୍ରାପଡ଼ାବାସୀଙ୍କ ମୃତ୍ୟୁ ଘଟିଥିଲା।

୧୯୯୯ ମହାବାତ୍ୟା ପୂର୍ବରୁ ୭୨ ବର୍ଷ ମଧ୍ୟରେ ଏହି ଅଞ୍ଚଳ ୪୨ଟି ବନ୍ୟା ଓ ବାତ୍ୟା ଦେଖିଛି।

୧୯୯୯ ମହାବାତ୍ୟା ହେଉଛି, ଏହି ଜିଲ୍ଲା ଏ ଯାବତ୍‌ ସାମନା କରିଥିବା ସର୍ବାଧିକ ଭୟାବହ ବିପର୍ଯ୍ୟୟ।

ସତ କହିଲେ, ମହାବାତ୍ୟାର ଦୁଷ୍ପରିଣାମ ଓ ଅନୁଭୂତି ହେତୁ ଆମ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଯେଉଁ ଶିକ୍ଷା ଲାଭ କରିଛି ଓ ସଫଳତାର ସହିତ ତା"ର ପ୍ରୟୋଗ କରିଛି, ତାହା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଆଦର୍ଶ ସ୍ଥାନୀୟ ମଡେଲ ଭାବେ ସ୍ବୀକୃତ ହୋଇଛି।

ଆଇ.ଆଇ.ଟି.

ରିପୋର୍ଟରେ ଓଡ଼ିଶାର କେନ୍ଦ୍ରାପଡ଼ା, କେରଳର ଆଲପୁଝା, ବିହାରର ପାଟନା ସମେତ ଦେଶର ୧୧ଟି ଅତି ବିପର୍ଯ୍ୟୟପ୍ରବଣ ଜିଲ୍ଲା ପାଇଁ ବୈଜ୍ଞାନିକ ପଦ୍ଧତିରେ ସମନ୍ବିତ ଓ ସ୍ଥାୟୀ ପ୍ରତିକାର ସକାଶେ ପରାମର୍ଶ ରହିଛି।

ସେମାନଙ୍କ ପରାମର୍ଶ ସମୟୋପଯୋଗୀ ହେଲେ ମଧ୍ୟ ସମୟସାପେକ୍ଷ।

କିନ୍ତୁ ଧୀରେ ଧୀରେ ହେଲେ ମଧ୍ୟ ତା"ର ପାଳନ ଜରୁରି ବୋଲି ମନେ ହୁଏ।

ତହିଁରେ ରହିଛି, ସମୁଦ୍ର କୂଳର ହେନ୍ତାଳ ବନ ବଳୟରେ ବୃଦ୍ଧି ଓ ବ୍ୟାପକ ଝାଉଁ ଜଙ୍ଗଲର ସୃଷ୍ଟି, ବାତ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ, ଅଧିକ ସଂଖ୍ୟକ ବହୁମୁଖୀ ଆଶ୍ରୟ ସ୍ଥଳୀ ଓ ହେଲିପ୍ୟାଡ ନିର୍ମାଣ ଇତ୍ୟାଦି।

କେନ୍ଦ୍ରାପଡ଼ାର ବରୁଣାଇଠାରେ ଏକ ପରିବେଶ ଅନୁକୂଳ ବନ୍ଦର ପ୍ରତିଷ୍ଠା ମଧ୍ୟ ଜରୁରି, ଯଦ୍ଦ୍ବାରା ଆବଶ୍ୟକ ସ୍ଥଳେ ରିଲିଫ ଓ ସହାୟତା ସାମଗ୍ରୀ ପହଞ୍ଚାଇବା ଅଧିକ ସୁବିଧାଜନକ ହେବ।

ପ୍ରକାଶ ଥାଉ କି ଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ାକୁ ରେଳ ଗଡ଼ିନାହିଁ।

Horoscope 2026 September 10: ଜାଣନ୍ତୁ ଆଜିର ରାଶିଫଳ...

ଭୁଲିଗଲେ ହେବ ନାହିଁ ଯେ ଅନେକ ଯୋଗଜନ୍ମା ବ୍ୟକ୍ତିଙ୍କ ଜନ୍ମ ମାଟି ହେଉଛି ଏହି ଜିଲ୍ଲା।

ତା" ଛଡ଼ା ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଐତିହ୍ୟ ସ୍ମାରକୀର ଜିଲ୍ଲା।

ମାତ୍ର, ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହି ଜିଲ୍ଲା ଆଜି ‌େଗାଟିଏ ଅନଗ୍ରସର ଜିଲ୍ଲା ଭାବେ ପରିଗଣିତ ହେଉଛି।

ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଏହି ଜିଲ୍ଲାର ଉତ୍‌ଥାନ ସକାଶେ ଯାହା କିଛି ଆବଶ୍ୟକ, ତାହା ସରକାରଙ୍କ ଅଗ୍ରାଧିକାର ତାଲିକାରେ ରହିବା ଜରୁରି। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୯୩୭୦୬୨୦୦୧"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।