Diwali Celebration: ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

Nov 07, 2026 - 21:25
Diwali Celebration: ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା

ଅଯୋଧ୍ୟା: ଲକ୍ଷ ଲକ୍ଷ ଦୀପର ଆଲୋକରେ ଝଲସି ଉଠିଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ।

ଭକ୍ତି, ଆଧ୍ୟାତ୍ମିକତା ଓ ଆଧୁନିକ ଆଲୋକସଜ୍ଜାର ଅପୂର୍ବ ସମନ୍ୱୟରେ ଆୟୋଜିତ ହୋଇଛି ଦଶମ ଭବ୍ୟ ଦୀପୋତ୍ସବ।

ସରଯୂ ନଦୀକୂଳର 'ରାମ କୀ ପୈଡ଼ି'ରେ ୩୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନର ଆୟୋଜନ ସହ ଲେଜର୍ ସୋ ଏବଂ ଡିଜିଟାଲ୍ ଆଲୋକସଜ୍ଜା ଉତ୍ସବର ଆକର୍ଷଣ ବଢ଼ାଇଛି।

ଏହି ଭବ୍ୟ ଆୟୋଜନରେ ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ଅତିଥି ସାମିଲ ହୋଇଛନ୍ତି।

Advertisment ଦୀପୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ରାମକଥା ପାର୍କରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଦେବଦେବୀଙ୍କୁ ମାଲ୍ୟାର୍ପଣ କରିଥିବା ବେଳେ ଉପରାଷ୍ଟ୍ରପତି ତିଳକ ଲଗାଇଥିଲେ।

ଏହି ସମୟରେ ହେଲିକପ୍ଟରରୁ ପୁଷ୍ପବୃଷ୍ଟି କରାଯାଇଥିଲା।

ଏହାପରେ ପ୍ରଭୁ ରାମ, ମାତା ସୀତା ଓ ଲକ୍ଷ୍ମଣ ରଥାରୁଢ଼ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଉଭୟ ଉପମୁଖ୍ୟମନ୍ତ୍ରୀ ରଥକୁ ଟାଣିଥିଲେ।

ଏହି ଦୃଶ୍ୟ ଦୀପୋତ୍ସବର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇଥିଲା।

Akhilesh: ଅଯୋଧ୍ୟାରୁ ଲଢ଼ିବେନି ଅଖିଳେଶ, ପବନ ପାଣ୍ଡେଙ୍କ ଉପରେ ଭରସା ସରଯୂ ନଦୀକୂଳର ରାମ କୀ ପୈଡ଼ିରେ ୩୦ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ପାଇଁ ବ୍ୟାପକ ଆୟୋଜନ କରାଯାଇଛି।

ଦୀପର ଆଲୋକରେ ନଦୀକୂଳର ପରିବେଶ ଆଧ୍ୟାତ୍ମିକ ମାହୋଲରେ ଭରିଉଠିଛି।

ଏଥିସହ ଲେଜର୍ ସୋ ମାଧ୍ୟମରେ ରାମଙ୍କ ପୈଡ଼ିକୁ ଆଲୋକିତ କରାଯାଇଛି।

ଚଳିତ ଥର ଦୀପୋତ୍ସବରେ ପାରମ୍ପରିକ ଦୀପ ସହ ଆଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ମଧ୍ୟ ବ୍ୟବହାର କରାଯାଇଛି।

ଧର୍ମପଥରେ ୫୦ଟି ଡିଜିଟାଲ୍ ସ୍ତମ୍ଭ ସ୍ଥାପନ କରାଯାଇଛି।

ପ୍ରତ୍ୟେକ ସ୍ତମ୍ଭର ଉଚ୍ଚତା ୧୨ ଫୁଟ୍।

ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ପ୍ରବେଶପଥ ନିକଟରେ ଏହି ସ୍ତମ୍ଭଗୁଡ଼ିକ ରାମାୟଣର ବିଭିନ୍ନ ପ୍ରସଙ୍ଗ ଓ ଦୃଶ୍ୟକୁ ଡିଜିଟାଲ୍ ଆଲୋକ ମାଧ୍ୟମରେ ପ୍ରଦର୍ଶନ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।