DIY Wooden Polish: ପୁରୁଣା କାଠ କବାଟକୁ କରନ୍ତୁ ନୂଆ ପରି ଚକଚକିଆ, ଘରେ ତିଆରି କରନ୍ତୁ ଏହି ସହଜ ପଲିସ୍...

Nov 04, 2026 - 19:17
DIY Wooden Polish: ପୁରୁଣା କାଠ କବାଟକୁ କରନ୍ତୁ ନୂଆ ପରି ଚକଚକିଆ, ଘରେ ତିଆରି କରନ୍ତୁ ଏହି ସହଜ ପଲିସ୍...

ନୂଆଦିଲ୍ଲୀ: ଦୀପାବଳି ଆସିଲେ ଘର ସଫା କରିବା ସହ ଘରର ପୁରୁଣା ଜିନିଷକୁ ନୂଆ ରୂପ ଦେବାକୁ ସମସ୍ତେ ଚାହାନ୍ତି।

ଘରର ଚଟାଣ, ରୋଷେଇ ଘର ଓ ଆସବାବପତ୍ର ସଫା କରିବାରେ ଲୋକେ ଅଧିକ ଧ୍ୟାନ ଦିଅନ୍ତି।

ହେଲେ ଅନେକ ସମୟରେ କାଠ କବାଟ ଓ ଝରକା ସଫା କରିବାକୁ ଭୁଲିଯାଆନ୍ତି।

ଦୀର୍ଘ ଦିନ ବ୍ୟବହାର ହେବା ପରେ କାଠ କବାଟର ଚମକ କମିଯାଏ।

ଏଥିରେ ଧୂଳି, ମଇଳା ଓ ଦାଗ ଜମିଯାଏ।

Advertisment ଏପରି ସ୍ଥିତିରେ ଅନେକ ଲୋକ କବାଟକୁ ପୁଣି ଚକଚକିଆ କରିବା ପାଇଁ କାଠ କାମ କରୁଥିବା ମିସ୍ତ୍ରି ଙ୍କୁ ଡାକି ପଲିସ୍ କରାନ୍ତି।

ଏଥିପାଇଁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ।

କିନ୍ତୁ ଘରେ ଥିବା କିଛି ସାମଗ୍ରୀରେ ଆପଣ ନିଜେ ଏକ ମିଶ୍ରଣ ତିଆରି କରି କାଠ ଜିନିଷ ସଫା କରିପାରିବେ।

ଏହି ଉପାୟ ବିଷୟରେ @MaaYehKaiseKarun ନାମକ ଏକ ୟୁଟ୍ୟୁବ୍‌ ପେଜ୍‌ରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ- Ownership Claim on Government Land ରାଜସ୍ବ ପରିଷଦ ରାୟ; ସରକାରୀ ଜମି ଉପରେ ଘରୋଇ ବ୍ୟକ୍ତି ନିଜର ମାଲିକାନା ଜାହରି କରିପାରିବେନି ପଲିସ୍ ତିଆରି ପାଇଁ କ'ଣ ଦରକାର?

ଏହି ମିଶ୍ରଣ ତିଆରି କରିବା ପାଇଁ ଘରେ ସହଜରେ ମିଳୁଥିବା କିଛି ଜିନିଷ ଦରକାର। •୧ ଚାମଚ ସାମ୍ପୁ •୧ ଚାମଚ ଧଳା ସିରକା •୧/୪ ଚାମଚ ବେକିଂ ସୋଡ଼ା •୧ ଚାମଚ ସୋରିଷ ତେଲ କିପରି ତିଆରି କରିବେ ଏହି ପଲିସ୍?

ପ୍ରଥମେ ଏକ ଛୋଟ ପାତ୍ରରେ ସାମ୍ପୁ ଓ ଧଳା ସିରକା ନିଅନ୍ତୁ।

ଏହାକୁ ଭଲ ଭାବେ ମିଶାନ୍ତୁ।

ଏବେ ସେଥିରେ ବେକିଂ ସୋଡ଼ା ପକାନ୍ତୁ।

ସୋଡ଼ା ପକାଇବା ପରେ ମିଶ୍ରଣରେ ଫେଣ ହେବା ଆରମ୍ଭ କରିବ।

ତେଣୁ କିଛି ସମୟ ଅପେକ୍ଷା କରନ୍ତୁ।

ଫେଣ କମିଗଲେ ଏଥିରେ ସୋରିଷ ତେଲ ପକାଇ ପୁଣି ଭଲ ଭାବେ ଗୋଳାଇ ଦିଅନ୍ତୁ।

ଏହିପରି ଭାବେ ଘରେ ପଲିସ୍ ତିଆରି ହୋଇଯିବ।

କିପରି କରିବେ ବ୍ୟବହାର?

ପ୍ରଥମେ ଏକ ଶୁଖିଲା ଓ ସଫା କପଡ଼ାରେ କାଠ କବାଟରେ ଲାଗିଥିବା ଧୂଳି ଓ ମଇଳା ପୋଛି ଦିଅନ୍ତୁ।

ଏହାପରେ ଏକ ସୂତା କପଡ଼ା, ତୁଳା କିମ୍ବା ସ୍ପଞ୍ଜ ସାହାଯ୍ୟରେ ପ୍ରସ୍ତୁତ ମିଶ୍ରଣକୁ କାଠ ଉପରେ ହାଲୁକା ଭାବେ ଲଗାନ୍ତୁ।

ବିଶେଷ କରି ଯେଉଁଠି ହାତର ଦାଗ, ଧୂଳି କିମ୍ବା ମଇଳା ଜମିଥାଏ, ସେହି ସ୍ଥାନକୁ ଭଲ ଭାବେ ପୋଛନ୍ତୁ।

କିଛି ସମୟ ପରେ ସଫା ଓ ଶୁଖିଲା କପଡ଼ାରେ ଏହାକୁ ପୋଛି ଦିଅନ୍ତୁ।

କାଠ ପାଇଁ କେମିତି ଲାଭଦାୟକ?

ଏହି ମିଶ୍ରଣରେ ଥିବା ସିରକା ଓ ବେକିଂ ସୋଡ଼ା ମଇଳା ସଫା କରିବାରେ ସାହାଯ୍ୟ କରିପାରେ।

ସାମ୍ପୁ ଧୂଳି ଓ ଚିକିଟା ମଇଳା ହଟାଇବାରେ ସହାୟକ ହୋଇଥାଏ।

ସେହିପରି ସୋରିଷ ତେଲ କାଠ ଉପରେ ଚମକ ଆଣିପାରେ।

ଆହୁରି ପଢ଼ନ୍ତୁ- Burning Sensation In Your Stomach: ରାତିରେ ଶୋଇବା ସମୟରେ ପେଟ ଓ ଛାତି ଜଳାପୋଡ଼ା ହେଉଛି କି?

ଜାଣନ୍ତୁ ଏହାର ୩ଟି ମୁଖ୍ୟ କାରଣ କେଉଁ କେଉଁ ଜିନିଷରେ କରିପାରିବେ ବ୍ୟବହାର?

ଏହି ମିଶ୍ରଣକୁ ନିମ୍ନଲିଖିତ କାଠ ଜିନିଷରେ ବ୍ୟବହାର କରିପାରିବେ। • କାଠ କବାଟ • କାଠ ଝରକା • ଆଲମାରି • ଟେବୁଲ ଓ ଚେୟାର • ଅନ୍ୟ କାଠ ଆସବାବପତ୍ର ସାବଧାନତା: ସବୁ ପ୍ରକାର କାଠ ଓ ପଲିସ୍‌ରେ ଏହି ମିଶ୍ରଣ ସୁରକ୍ଷିତ ନ ହୋଇପାରେ।

ତେଣୁ ପ୍ରଥମେ କବାଟ ର ଏକ ଛୋଟ ଓ ଲୁଚି ରହୁଥିବା ସ୍ଥାନରେ ଲଗାଇ ପରୀକ୍ଷା କରନ୍ତୁ।

କାଠରେ ଦାଗ, ରଙ୍ଗ ପରିବର୍ତ୍ତନ କିମ୍ବା କ୍ଷତି ହେଉଛି କି ନାହିଁ ଦେଖନ୍ତୁ।

ପୁରୁଣା କିମ୍ବା ଦାମୀ କାଠ ଆସବାବପତ୍ରରେ ଏହା ବ୍ୟବହାର କରିବା ପୂର୍ବରୁ ସତର୍କ ରହନ୍ତୁ।

ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।