DJ Music: ଭସାଣି ଉତ୍ସବରେ ଡିଜେ ବଜାଇବାକୁ ନେଇ କମିଶନ ପୁଲିସ ଜାରି କଲା କଟକଣା

Sep 17, 2026 - 14:59
DJ Music: ଭସାଣି ଉତ୍ସବରେ ଡିଜେ ବଜାଇବାକୁ ନେଇ କମିଶନ ପୁଲିସ ଜାରି କଲା କଟକଣା

"ବାଲିପାଟଣା : ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ ।

ଖୁଦୁରୁକୁଣୀ ଓ ଗଣେଶ ପୂଜା ସରିବା ପରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି ।

ଆଗକୁ ଦଶହରାରେ ଦେବୀ ପୂଜା , ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଆସିବ।

ଭସାଣି ଉତ୍ସବରେ ଡିଜେ ଉପରେ କମିଶନ ପୁଲିସ କଟକଣା ଜାରି କରିଛି ।

ଡିଜେବଜାଇଲେ ପୁଲିସ କଠୋର ଆଭିମୁଖ୍ୟ ନେବ ବୋଲି କମିଟିକୁ ସୂଚିତ କରାଯାଇଛି ।

୨୪ଟି ଗଣେଶ ପୂଜା କମିଟି ପୁଲିସର ଅନୁମତି ନେଇଥିବା ଜଣାପଡିଛି ।

ଏହାବାଦ  ୨ ଶହରୁ ଉର୍ଦ୍ଧ ମଣ୍ଡପରେ ଗଜାନନଙ୍କ  ମୂର୍ତ୍ତି ପୂଜା ପାଉଛନ୍ତି ।

କିଛି ସ୍ଥାନରେ ପୂଜା କମିଟି ପ୍ରଶାସନ ନିର୍ଦେଶକୁ ଫୁ କରି ଦେଉଛନ୍ତି ।

ଆଇନକୁ ଖାତିର କରୁ ନାହାନ୍ତି ।

ଲୁଚା ଛପାରେ ଡିଜେ ବଜାଇ ଭସାଣୀ କାର୍ଯ୍ୟକ୍ରମ କରୁଛନ୍ତି ।

ମଦ ନିଶାରେ ଚୁର ହୋଇ ଅସାମାଜିକ କାର୍ଯ୍ୟ ଓ ବିଭ୍ରାଟ ସୃଷ୍ଟି କରୁଛନ୍ତି ।Advertisment ଭୁବନେଶ୍ୱର କମିଶନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପୁଲିସ ଗତକାଲି ରାତିରେ ମୁକୁନ୍ଦଦାସପୁର ପଞ୍ଚାୟତ ଅଦଲାବାଦ ଏବଂ ରାଜସ ପଞ୍ଚାୟତ ବତୀଲୋ ଗ୍ରାମର ଭସାଣି ଉତ୍ସବରୁ ୨ ଟି ଡିଜେ ଗାଡି ଜବତ କରିଛି |  ଅଦଲାବାଦ ଗ୍ରାମରୁ ନିମାପଡା ଥାନା ଅଞ୍ଚଳ ଆଇ ଚର ଓଡି ୩୩ ଏୱାଇ ୯୯୧୧  ଜେ ଏସ ଏସ ଜୟ ଶ୍ରୀ ଶ୍ୟାମ ଅଡିଓ ( ଜେ ଏସ ଏସ ) ଏବଂ ପିପିଲି ଆରୁହା ଟାଟା ପିକପ ନଂ ଓଡି 0୨ ସିୱାଇ ୨୨୮୫  ଆର ଏସ ଅଡିଓ ଗାଡିକୁ ବତୀଲୋ ଗ୍ରାମରୁ ଜବତ କରିଛି | ଗାଡି ଗୁଡିକ ଥାନାରେ ଅଟକ ରହିଛି | ଏନେଇ ପୁଲିସ ମାମଲା ରୁଜୁ କରି କୋର୍ଟ ପଠାଇଛି | କୌଣସି ଉତ୍ସବ ମହୋତ୍ସବ ପୂଜା ଭସାଣିରେ ବିନା ଅନୁମତିରେ ଡିଜେ ସାଉଁଣ୍ଡ ବ୍ୟବହାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇ ଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି |  ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।