DMF ପାଣ୍ଠିରେ ୧୩୪ ବୁଥରେ ବିଦ୍ୟୁତ ସଂଯୋଗ, ମିଳୁନି ବିନିଯୋଗ ପ୍ରମାଣପତ୍ର
"ନବରଂଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲା ଖଣିଜ ପାଣ୍ଠିରେ ଜିଲ୍ଲାର ୧୩୪ଟି ବିଦ୍ୟୁତ ସଂଯୋଗ ନଥିବା ପୁଲିଂ ବୁଥକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଇଁ ୮ଲକ୍ଷ ୨୮ହଜାର ୩୮୮ଟଙ୍କା ଖର୍ଚ୍ଚ କରାଯାଇଛି।
ଏଥିରୁ ଟଙ୍କାଟିର ମଧ୍ୟ ବିନିଯୋଗ ପ୍ରମାଣପତ୍ର ୩ବର୍ଷ ପରେ ବି ଦାଖଲ ହୋଇନି।
ଦିଶା ବୈଠକ, ଜିଲ୍ଲାପରିଷଦ, ଜିଲ୍ଲା ଯୋଜନା କମିଟି ବୈଠକରେ ଟାଟାପାୱାର ପକ୍ଷରୁ ଏହି କାମ କରାଯାଇଛି ବୋଲି କୁହାଯାଉଛି।
Advertisment ଅପରପକ୍ଷରେ ଜିଲ୍ଲା ଶିକ୍ଷା ବିଭାଗ ନିଜେ ନିଜ ବିଭାଗ ଜରିଆରେ ବିଦ୍ୟୁତ ସଂଯୋଗ ଆଣିଥିବା କହୁଛି।
ଏବେ ବି ବହୁ ପୁଲିଂ ବୁଥ (ସ୍କୁଲ) ଗୁଡ଼ିକରେ ବିଦ୍ୟୁତ ସଂଯୋଗ ନଥିବା ଦେଖିବାକୁ ମିଳିଛି।
ଡିଏମଏଫ ପାଣ୍ଠି ସମ୍ପର୍କରେ ପଚାରିଲେ କୌଣସି ଅଧିକାରୀ ବି ସ୍ପଷ୍ଟ ଉତ୍ତର ନ ଦେବା ଫଛରେ କିଛି ରହସ୍ୟ ରହିଛି କି ବୋଲି ଉଠୁଛି ପ୍ରଶ୍ନ।
୧୧୦୫ଟି ବୁଥରେ ମତଦାନ୨୦୨୪-୨୫ଆର୍ଥିକ ବର୍ଷ ୪ଏପ୍ରିଲ ୨୦୨୪ରେ ଚିଠିନମ୍ବର ୧୯୫୩ରେ କାର୍ଯ୍ୟାଦେଶ ଦିଆଯାଇଥିଲା।
ଟାଟାପାୱାର ପକ୍ଷରୁ ଏହି କାମ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସାରିଥିବା ବି କୁହାଯାଉଛି।
ଜିଲ୍ଲାରେ ସାଧାରଣ ନିର୍ବାଚନରେ ୧୧୦୫ଟି ବୁଥରେ ମତଦାନ ହେଉଛି।
ଜିଲ୍ଲାଶିକ୍ଷା ବିଭାଗ ଅଧିନରେ ୧୮୧୨ଟି ସରକାର, ୭୧ଟି ବ୍ଲକ ଗ୍ରାଣ୍ଟ ଇନ୍, ୯୫ଟି ଘରୋଇ, ୩ଟି ପ୍ରକଳ୍ପ ଓ ଗୋଟିଏ ସ୍ବତନ୍ତ୍ର ବିଦ୍ୟାଳୟ ଏଭଳି ୧୯୮୨ଟି ସ୍କୁଲ ରହିଛି।
କିଛି ସରକାରୀ ସ୍କୁଲରେ ବିଦ୍ୟୁତ ସଂଯୋଗ ନାହିଁ ବୋଲି କହିଛନ୍ତି ଜିଲ୍ଲାଶିକ୍ଷା ଅଧିକାରୀ ଛତ୍ରପତି ସାହୁ।
ସେହିପରି ଆଗାମୀ ଦିନରେ ୨୨୨୭ଟି ବୁଥରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପଂଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ କହିଛନ୍ତି।
କେତେ ସଂଖ୍ୟକ ସ୍କୁଲ ଓ ପଂଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡୀ କେନ୍ଦ୍ରରେ ବୁଥ କରାଯିବ ତାହାର ସର୍ଭେ ଜାରୀ ରହିଛି।
ଉକ୍ତ ସ୍ଥାନ ଗୁଡିକରେ ବିଦ୍ୟୁତ ସଂଯୋଗ ଓଅନ୍ୟାନ୍ୟ ଅନୁସଙ୍ଗିକ ଭିତ୍ତିଭୂମି ରହିଛି କି ନାହିଁ ଯାଂଚ ଚାଳିଛି।
Loot: ଜିଲ୍ଲା ଖଣିଜ ପାଣ୍ଠି ଲୁଟ୍-୫: ପାଣିଭଳି ଉଡ଼ାଇଛନ୍ତି ଟଙ୍କା ପୁଲିଂ ବୁଥରେ ବିଦ୍ୟୁତ ସଂଯୋଗ ବାଧ୍ୟତାମୂଳକଜିଲ୍ଲା ନିର୍ବାଚନ ବିଭାଗ ଦାୟିତ୍ବରେ ଥିବା ଡେପୁଟିକଲେକ୍ଟର ଚିନ୍ମୟ କୁମାର ସାହୁଙ୍କ ପଚାରିବାରେ ପୁଲିଂ ବୁଥରେ ବିଦ୍ୟୁତ ସଂଯୋଗରେ ରହିବା ବାଧ୍ୟତାମୂଳକ ବୋଲି କହିଛନ୍ତି।
ସ୍କୁଲ ବୁଥରେ ସଂଯୋଗ ଦିଆଯାଇଛି ବୋଲି କହିଛନ୍ତି ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଇଂ.ସୁନିଲ କୁମାର ରାଉତ।
ଅନ୍ୟପକ୍ଷରେ ବହୁ ବୁଥରେ ଏବେ ବିଦ୍ୟୁତ ସଂଯୋଗ ନଥିବା ଦେଖିବାକୁ ମିଳିଛି।
ଗତ ମାସରେ ହୋଇଥିବା ଆର୍ଣ୍ଣବ ବାତ୍ୟାରେ ବହୁ ବିଦ୍ୟୁତ ସଂଯୋଗ କଟିଯାଇଛି।
ଏହି ସ୍ଥିତିରେ ପ୍ରକୃତରେ କେଉଁ ସବୁ ବୁଥରେ ଡିଏମଏଫ ପାଣ୍ଠିରେ ବୁଥ ଗୁଡିକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା, ତାହାର କ୍ଷେତ୍ରକୁ ଯାଇ ତଦନ୍ତ କରିବା ଆବଶ୍ୟକ ବୋଲି ବୁଦ୍ଦିଜୀବୀ ମହଲରେ ମତ ପ୍ରକାଶ ପାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।